January 21, 2022
11 11 11 AM
*ମୋ ପ୍ରିୟା–ରୋହିତ୍ ଦାସ*
*Wake up–Priyanka Banerjee*
*NEVER,NEVER–Priyanka Banerjee*
*WOMAN–Priyanka Banerjee*
*BISCUITS  – Chinmayee Mohapatra*
*Biscuits – Sudipta Mishra*
*BISCUITS – Shiv Raj Pradhan*
*Biscuits – Devi Maya Pradhan*
*BISCUITS – Sreekanta Panda*
*Biscuits -You May Try- Shampa Saha*
*BISCUITS – BRENDA MOHAMMED*
*SWEETNESS IN MOUTH – Amb Maid Čorbić*
*ବିସ୍କୁଟ – ବୁଲୁ ବିଷୋୟୀ*
*ବିସ୍କୁଟ – ଶ୍ରୀପଦ୍ମନ ରଣା*
*ବିସ୍କୁଟ – ବନସ୍ମିତା ପଣ୍ଡା*
*ବିସ୍କୁଟ – ସରୋଜ କୁମାର ସାହୁ*
*ବିସ୍କୁଟ  – ଅଞ୍ଜଳି ଗିରି*
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
*ବିସ୍କୁଟ – ଅଜୟ ମହାଲା*
*ବିସ୍କୁଟ-ଗାୟତ୍ରୀ ମିଶ୍ର*
Latest Post
*ମୋ ପ୍ରିୟା–ରୋହିତ୍ ଦାସ* *Wake up–Priyanka Banerjee* *NEVER,NEVER–Priyanka Banerjee* *WOMAN–Priyanka Banerjee* *BISCUITS  – Chinmayee Mohapatra* *Biscuits – Sudipta Mishra* *BISCUITS – Shiv Raj Pradhan* *Biscuits – Devi Maya Pradhan* *BISCUITS – Sreekanta Panda* *Biscuits -You May Try- Shampa Saha* *BISCUITS – BRENDA MOHAMMED* *SWEETNESS IN MOUTH – Amb Maid Čorbić* *ବିସ୍କୁଟ – ବୁଲୁ ବିଷୋୟୀ* *ବିସ୍କୁଟ – ଶ୍ରୀପଦ୍ମନ ରଣା* *ବିସ୍କୁଟ – ବନସ୍ମିତା ପଣ୍ଡା* *ବିସ୍କୁଟ – ସରୋଜ କୁମାର ସାହୁ* *ବିସ୍କୁଟ  – ଅଞ୍ଜଳି ଗିରି* *ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା* *ବିସ୍କୁଟ – ଅଜୟ ମହାଲା* *ବିସ୍କୁଟ-ଗାୟତ୍ରୀ ମିଶ୍ର*
Jun
2021
23

*ନିସ୍ତବ୍ଧ ନିଶାର ନିଶାଚରୀ–ଦୀପିକା ଦାଶ*

#ନିସ୍ତବ୍ଧ_ନିଶାର_ନିଶାଚରୀ ********************** ଅମାବାସ୍ୟାର କିଟିକିଟି ଅନ୍ଧାର ଅଥଚ ଆକାଶର କଳା ବକ୍ଷ ଚିରି ଅଜବ ଏକ ତୋଫା ଜହ୍ନର ମୁହଁ ଆସୁଛି ବାହାରି । ଚଉଦିଗ ଶୁନଶାନ୍ କେବଳ ଶ୍ମଶାନର ସେହି ସ୍ଥାନରେ ହିଁ ପ୍ରବଳ ଝଡ ତୋଫାନ। ଗୋଟିକ ପରେ ଗୋଟିଏ ଗଛର ଶାଖା ଭାଙ୍ଗିବାର କଡ୍ ମଡ ଶବ୍ଦ ଅଦୃଶ୍ୟ ପାଦରେ ପାଉଁଜିର ଝୁମ୍ ଝୁମ୍

 643 total views

Jun
2021
23

*ମୃତ ଶୈଶବ–ଦୀପିକା ଦାଶ*

#ମୃତ ଶୈଶବ ◆◆◆◆◆◆◆ ଅତୀତ ସ୍ୱପ୍ନର ଅସୁମାରୀ ବନ୍ଧ ବର୍ତ୍ତମାନର ସୁନାମୀରେ ଭାଙ୍ଗିରୁଜି ଧରାଶାୟୀ ହୁଏ ଭବିଷ୍ୟତ ଏବେ ଏବେ ଅନୁଭବ ହୁଏ ଉଚ୍ଚ ହେବାର ଆକାଂକ୍ଷା ଯେମିତି ଜଳିପୋଡି ମୁଠାଏ ଅଙ୍ଗାର ହେବାକୁ ପ୍ରସ୍ତୁତ ମୋ ଭୋକିଲା ପେଟର ଜ୍ୱାଳାରେ । ଶୈଶବର ପୁଲକତା ସହପାଠୀଙ୍କ ମିତ୍ରତା ହଜିଗଲା ଅନାୟାସେ ଆତ୍ମୀୟ ପରିଜନ ଅଭାବୀ ଏଇ ବିଶାଳ

 309 total views

Jun
2021
23

*ଦାରିଙ୍ଗିବାଡ଼ି : ଅତୀତର ଏକ ପୃଷ୍ଠା–ଦୀପିକା_ଦାଶ*

#ଦାରିଙ୍ଗିବାଡ଼ି : ଅତୀତର_ଏକ_ପୃଷ୍ଠା ★★★★★★★★★★★★★ ଛାତି ମୋର ରକ୍ତାକ୍ତ କରି ଦାରିଙ୍ଗିବାଡ଼ି ବକ୍ଷ ଚିରି ଆଗକୁ ମାଡ଼ିଚାଲିଛି ଗାଡ଼ି, ଦୁଇପାଖର ଧାଡ଼ି ଧାଡି ଅର୍କିଡ଼ ଫୁଲ ଓ ତହିଁର ମାଦକତା ଅଚିରେ ପ୍ରକୃତିର ସେଇ ଅପୂର୍ବ ସବୁଜ ଶାଢ଼ୀକୁ ଉଡାଇନେଲା ଧୂମ୍ରାଭ ଅତୀତର ଖଣ୍ଡିଆଭୁତ ! ଟିକିଏ ସାହସ ସଂଚରି ଯଦି ସେହି ଦିନ ବାପାଙ୍କୁ ଦେଇ ପାରିଥାନ୍ତି

 375 total views

Jun
2021
23

*ହାକୁମ୍ ଢାବଲ୍–ଦୀପିକା ଦାଶ*

#ହାକୁମ୍_ଢାବଲ୍ ◆◆◆◆◆◆◆◆ ଅଦୂରରୁ ସୂକ୍ଷ୍ମ ଶ୍ରୁତିପଟରେ ବାଜିଲା ଅଜବ ଏକ ଶୃଙ୍ଖଳିତ କୋଳାହଳ ଏକାଗ୍ର ଚିତ୍ତରେ ଚେଷ୍ଟାକଲି ଶୁଣିବାକୁ ଓଃ ଏ ତ କାହାର ଅନ୍ତର କାନ୍ଦଣା ସଠିକ ଭାବେ ଠଉରାଇ ପାରିନଥିଲି କିନ୍ତୁ ବେଶ ଆତ୍ମୀୟତା ଥିଲା ସେ ସ୍ୱରରେ । ଆଖି ଦ୍ବୟ ମୋର ମଧ୍ୟ ବତୁରିଗଲା ବତୁରା ଆଖିରୁ ଗଜୁରି ଉଠିଲା ଅନେକ ଅନ୍ତହୀନ

 452 total views

Jun
2021
23

*ଅତଳସ୍ପର୍ଶୀ କଳଙ୍କର ପ୍ରତୀକ୍ଷା–ଦୀପିକା ଦାଶ*

#ଅତଳସ୍ପର୍ଶୀ_କଳଙ୍କର_ପ୍ରତୀକ୍ଷା ************************** ପୁନଶ୍ଚ ଆକାଶେ ଘୋଟି ଆସିଲାଣି ଘନକୃଷ୍ଣ ରଙ୍ଗର ମେଘ ଗାଭିମାନଙ୍କ ଅସ୍ବାଭାବିକ ହମ୍ବାରଡ଼ିରେ ସମଗ୍ର ଦିଗ୍ ଵିଦିଗ ଚକିତ ପ୍ରକମ୍ପିତ ସୁଗନ୍ଧିତ ପୁଷ୍ପରାଜି ଏବେ ପୂତି ଗନ୍ଧମୟ । ଯମୁନାର ଅପ୍ରାକୃତିକ ଅବିଶ୍ବସନୀୟ ଜୁଆର ମୁଣ୍ତ ଟେକି ଚତୁଃପାର୍ଶ୍ୱ ଖୋଜୁଛି ସତେ ଯେମିତି , କେଉଁ ଅନାଦି କାଳରୁ ତା’ ବକ୍ଷ କାହା ପଦ୍ମଯୁଗଳକୁ ଚାହିଁ

 561 total views

Jun
2021
23

*ରକ୍ତାକ୍ତ ରାଜମୁକୁଟ– ଦୀପିକା ଦାଶ*

*ରକ୍ତାକ୍ତ ରାଜମୁକୁଟ* ◆◆◆◆◆◆◆◆◆◆◆ ସେଇ ବାଘୁଣୀର ମୁହଁରେ ଲାଗି ସାରିଥିଲା ମଣିଷ ମାଂସର ସ୍ୱାଦ କ୍ଷମତାର ନିଶା ଏମିତି ଗ୍ରାସ କରିସାରିଥିଲା ତାକୁ ଯେ ନିରୀହ ଜନତାଙ୍କ ଶବ ର ଚାଦର ବିଛାଇ କରିଚାଲିଲା ତା ଉପରେ ସିଂହାସନ ଆରୋହଣ । ବିରାଡ଼ି କଣ ସବୁଦିନ ଲୁଚିଲୁଚି ଏମିତି କ୍ଷୀର ପିଉଥିବ ? ଧରା ପଡିଗଲା ବିରାଡ଼ି ବୈଷ୍ଣବ

 492 total views,  1 views today

Jun
2021
23

*ମୃତ୍ୟୁକୁ ଆରୋପ–ଦୀପିକା ଦାଶ*

#ମୃତ୍ୟୁକୁ ଆରୋପ ××××××××××××× କେବେ ରକ୍ତିମ ପ୍ରଭାତେ କେବେ ଅସ୍ତମିତ ସୂର୍ଯ୍ୟର ଗୋଧୂଳିରେ ତ’ କେବେ ପୁଣି ଧୁ ଧୁ ଖରାବେଳେ ବିନା ନିମନ୍ତ୍ରଣ ପତ୍ରରେ ବିନା ଆବାହନ ମନ୍ତ୍ରରେ, ବିନା ପୂର୍ବାଭାଷରେ ଅବାଧେ ପ୍ରବେଶି ଆସ ତୁମେ । କବାଟ କୁ କରାଘାତ ନ’କରି ଘରର କଲିଂବେଲକୁ ନ’ ବଜାଇ ସମ୍ବର୍ଦ୍ଧନା ବିନା ଅଲାଜୁକ ପରି ମାଡ଼ିଆସ

 1,166 total views

Jun
2021
23

*ଧୂସର ସ୍ମୃତିରେ ସନି ମହାନ୍ତି–ଦୀପିକା ଦାଶ*

ଧୂସର ସ୍ମୃତିରେ ସନି ମହାନ୍ତି ■●■●■●■●■●■●■ ସେଇ ଝିପିଝିପି ବର୍ଷା ଶିରିଶିରି ପବନର ରହସ୍ୟମୟୀ ସନ୍ଧ୍ୟାରେ ବେଲଗାମ ଉଡ଼ି ବୁଲୁଥିଲା ମୋ ଶାଢ଼ୀ କାନି ସହ ଧୂସର ଅତୀତ । ଶାଢ଼ୀ କାନିର ସଂଯତପଣରେ ଆବିଷ୍କାର ହେଲା ମୋ ସ୍ମୃତିର ଭଗ୍ନାବଶେଷ ସନି ମହାନ୍ତି ! ମୋ ଯନ୍ତ୍ରଣାରେ ସହଭାଗୀ ହୋଇ ଆକାଶ ବୋଧେ ଖୁବ ଯୋରରେ କାନ୍ଦିବାକୁ

 581 total views

Apr
2021
11

*ହଜି ଯାଇଥିବା ପାଉଁଜିର ସ୍ୱର– ଦୀପିକା ଦାଶ*

#ହଜି_ଯାଇଥିବା_ପାଉଁଜିର_ସ୍ୱର ————————————— ଏକଦା କେବେ ସାମ୍ବାଦିକଟିଏ ସାଜି ଆମ ପ୍ରେମର ଇସ୍ତାହାର ବଖାଣୁଥିଲା ତୁମ ଅନନ୍ୟ ଉପହାର ଏଇ ହଳେ ପାଉଁଜି । ମୋ ମୁଲାୟମ ପାଦଦ୍ୱୟର ଶୋଭା ବର୍ଦ୍ଧିତ କରି ତା’ ରୁଣୁଝୁଣୁ ଶବ୍ଦରେ ଦିଗରୁ ଦିଗନ୍ତ ଯାଏଁ ମହ୍ଲାର ରାଗ ଶୁଣାଉଥିଲା ଏଇ ହଳେ ପାଉଁଜି । ଦୁନିଆଁ ଠାରେ ମତଲବ ନ’ରଖି ବେଶ ଏକ

 32,119 total views

Apr
2021
11

*ମହାଯଜ୍ଞ– ଦୀପିକା ଦାଶ*

#ମହାଯଜ୍ଞ ★★★★★ ଗୋହିରାଟିକିରି ଯୁଦ୍ଧ ଦେଇଥିଲା ଚେତାଇ ଓଡ଼ିଶାର ବିଷାଦପୂର୍ଣ୍ଣ ଭବିଷ୍ୟ, ତେଲେଙ୍ଗା ମୁକୁନ୍ଦଦେବଙ୍କ ପରାଜୟ ଦେଇଥିଲା ସୂଚାଇ ସ୍ୱାଧୀନ ଜାତିର ସୂର୍ଯ୍ୟ ଅସ୍ତମିତ ବେଳ । ଗୋରା ଶୃଗାଳର କୂଟଚକ୍ରାନ୍ତରେ ଓଡ଼ିଆ ହରାଇ ସ୍ୱତନ୍ତ୍ରତା ହେଲେ ନିର୍ଯାତିତ କେତେ ମୋର ଭାଇ କେତେ ଭଗିନୀ ଯେ କେତେ ମାତା କେତେ ପିତା । ଖଣ୍ଡ ଖଣ୍ଡ ହୋଇ

 269 total views

Apr
2021
11

*ମମତାର ମୁକ ଭାଷା — ଦୀପିକା ଦାଶ*

#ମମତାର_ମୁକ_ଭାଷା କୁନି ଛୁଆଟିର ଆଖିରେ ଅନେକ ଲୁହ । ତା’ ମା, ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିର ଦାୟିତ୍ୱହୀନ ଓ ଅସାଵଧାନତାର ଶିକାର ହୋଇ କାର ତଳେ ଚାପି ପ୍ରାଣ ହରାଇଦେଲା । ମୋ ବୋଉ ମନ୍ଦିର ଯିବାବେଳେ ଦେଖିଲା ରାସ୍ତା କଡରେ ଛୁଆଟି ନିଜ ମା’ ମୃତଦେହ ପାଖେ ବସି ଅସହାୟ ବିକଳ ହୋଇ କାନ୍ଦୁଥିଲା । ବୋଧହୁଏ

 1,259 total views

Apr
2021
11

*ବିରହର ରାଗ — ଦୀପିକା ଦାଶ₹*

#ବିରହର__ରାଗ__ଦୀପିକା 🪔_________🪔 ରୁଦ୍ର ଗ୍ରୀଷ୍ମଟି କ୍ଳାନ୍ତ ଶ୍ରମିକ ପରି ବିଶ୍ରାମ ନେଇ ନିଦ୍ରା ଗଲାପରେ ବର୍ଷା ବାହାରିଛି ଶୋଭାଯାତ୍ରାରେ ଓଜାଡି଼ ଦେବାକୁ ତା ତମାମ ବାରିଧାରା ଏ ସାରା ମର୍ତ୍ତ୍ୟ ପୁର ରେ। ଶୁଷ୍କ ଟାଙ୍ଗରା ଭୂଇଁ ଅବା ଥୁଣ୍ଟା ବୃକ୍ଷମାନ ତାପରୋଧି ପର୍ବତ ହେଉ ଅବା ବାୟୁମଣ୍ଡଳର ଦହଗଞ୍ଜ ସଭିଁଏ ଆଜି ଉପକୃତ ବର୍ଷାର ଆବିର୍ଭାବରେ ।

 227 total views

Apr
2021
11

*କରୋନା ର କାରନାମା _ଦୀପିକା ଦାଶ*

  କରୋନା ର କାରନାମା ________________ ମା ଦୁର୍ଗା ଦୁର୍ଗତି ନାଶିନୀ ଶକ୍ତି ସ୍ୱରୂପିଣୀ ମହିଷାମର୍ଦ୍ଦିନୀ ଶୁଣା ଯାଉନାହିଁ କି ଲକ୍ଷ ଲକ୍ଷ ଜନତାଙ୍କ ଆର୍ତ୍ତଚିତ୍କାର ? ଦେଖା ଯାଉନାହିଁ କି କୋଟି କୋଟି ଜନତାଙ୍କ ଆଖିର ଅବିରତ ଲୁହ ଧାର ? ଅନୁଭବ କରି ପାରୁନାହଁ କି ମହାମାରୀ କରୋନା ପୀଡିତ ସମଗ୍ର ରାଷ୍ଟ୍ରର ହାହାକାର ?

 216 total views

Apr
2021
11

*ମିଳନର ମୋହିନୀ ନିଶା– ଦୀପିକା ଦାଶ*

ଅପରିଚିତ-୪- ମିଳନର ମୋହିନୀ ନିଶା ◆◆◆◆◆◆◆◆◆◆ ବିନିଦ୍ର ଆଖିର ଅସରନ୍ତି ସୋମବାର ରାତ୍ରୀଟି ଲେଉଟାଇ ତା’ କଡ଼ ତ୍ୟାଗ କରି ସବୁ ଆଳସ୍ୟପଣ ଛିଡା ହୋଇଛି ମଙ୍ଗଳବାର ପ୍ରଭାତର ଦାଣ୍ଡ ଦୁଆରେ । ମନରେ ଅମାପ ଉନ୍ମାଦନାର ଲହରୀ, ଆଖିରେ ଆଖିଏ ମିଳନର ପ୍ରତୀକ୍ଷା, ଆଞ୍ଜୁଳିରେ ଆଞ୍ଜୁଳାଏ ବିରହର ଅଶ୍ରୁ ନେଇ ମାଡିଚାଲିଲି ମୁଁ ଆଗକୁ ଆଗକୁ ପୁଣି

 373 total views

Apr
2021
11

*କବିତା– ଦୀପିକା ଦାଶ*

#କବିତା ◆◆◆◆◆ ଶବ୍ଦହୀନ ଅଭିଧାନଟେ ମୁଁ ବାକ୍ୟ ଠାରୁ ବହୁ ଦୁରେ, ତଥାପି କବିତା ଲେଖୁଥାଏ ତୁମ ହସ ନଦୀର ତୀରେ ତୀରେ । ଦିନେ କେବେ ଯିଏ ଥିଲା ଅସଜଡ଼ା, ଅଦେଖା, ଅଜଣା ବାକ୍ୟଟିଏ ସୁସଜ୍ଜିତ କରି ଲେଖିଦେଲ ସେ ବାକ୍ୟକୁ ଯୋଡ଼ି ଦେଇ ଅଳଙ୍କାରଟିଏ । ପରଶମଣି ଗୋ ତୁମ ସ୍ନିଗ୍ଧ ଶୀତଳ ସ୍ପର୍ଶରେ ପରିଣତ

 1,273 total views,  1 views today

Apr
2021
11

*ମିଳନର ନୀଳୟ– ଦୀପିକା ଦାଶ*

ଅପରିଚିତ – ୫ : ମିଳନର ନୀଳୟ ◆◆◆◆◆◆◆◆◆◆◆◆◆◆ ସୀମାହୀନ ଭିଡ଼କୁ ଭେଦ କରି ଦୁହେଁ ପହଞ୍ଚିଗଲେ କେବଳ ତୁମେ ଆଉ ମୁଁ ର ଏକ ନିସ୍ତବ୍ଧ ପ୍ରୀତି ଦ୍ଵୀପରେ । ସାତତାଳ ଅତଳରେ ହଠାତ ଅନାବୃତ୍ତ ହେବାକୁ ଲାଗୁଥିଲା ତୁମଠାରୁ ତୁମକୁ ଚୋରାଇ ନେବାକୁ ମୋ ମନରେ ଲୁଚି ରହିଥିବା ଅତୁଟ ପୁରୁଣା ଇଚ୍ଛାଟି । ଦେହକୁ

 1,180 total views

Apr
2021
11

*ବିରହିଣୀ ରାଇ– ଦୀପିକା ଦାଶ*

#ବିରହିଣୀ_ରାଇ ◆◆◆◆◆◆◆◆◆ ଅଧୈର୍ଯ୍ୟପଣର ଭୀଷଣ ଲହଡିରେ ଭାଙ୍ଗୁଛି ପ୍ରଲମ୍ବିତ ଧୈର୍ଯ୍ୟର ବନ୍ଧ ବାଡ଼ ସବୁଜ ବନାନୀର ଉତ୍ତରୀୟରେ ପତ୍ରଝଡ଼ାର ଛିଟ ଦାଗ, ସୁଗନ୍ଧ ପୁଷ୍ପ ରୁ ହଜି ଗଲାଣି ତା’ ସୁବାଷ ଆକାଶେ ଖିଲିଖିଲି ହସୁଥିବା ତାରା ପୁଞ୍ଜଙ୍କ ମୁଖମଣ୍ଡଳ ପଡିଗଲାଣି ମଳିନ । କେତେ ଆଉ ନୀରବ ଯନ୍ତ୍ରଣାର ଗହଣରେ କାଳ କାଟିବି ? କେତେ ଆଉ

 354 total views

Apr
2021
11

*ଛଦ୍ମବେଶୀ ସାଥୀ– ଦୀପିକା ଦାଶ*

ଛଦ୍ମବେଶୀ ସାଥୀ ◆◆◆◆◆◆◆◆◆ ଛଦ୍ମବେଶୀ ସାଥୀ ମୋର, କେବେ ଷୋଳଟି ଫଗୁଣର ଜହ୍ନ ରାତି ଆଣି ମନରେ ମୋର ପୁଲକ ଭରିଦିଅ ତ ପୁଣି କେବେ ମେଘମେଦୁର ମନ ଆକାଶରେ ବର୍ଷା ସାଜି , ଅଶ୍ରୁ ରୂପେ ଝରିଯାଇଛ ଆଖିରୁ ମୋର । କେବେ ମିଠା ମିଠା ସ୍ୱପ୍ନ ବୁଣିଦିଅ ଆଶାର କିଆରୀରେ କେବେ ପୁଣି ଦୁଃସ୍ୱପ୍ନ ହୋଇ

 296 total views

Apr
2021
11

*ଅପରିଚିତ (୩) ଇତସ୍ତତଃ– ଦୀପିକା ଦାଶ*

*#ଅପରିଚିତ – ୩*- ଇତସ୍ତତଃ ★★★★★★★★★★★★ ହେଇତ ପ୍ଲାଟଫର୍ମର ଆଗ ମୁଣ୍ଡରୁ ଡ଼ାକବାଜି ଯନ୍ତ୍ରର ସ୍ୱର ଶୁଭିଲାଣି ” କୋଣାର୍କ ଏକ୍ସପ୍ରେସ ଆଉ କିଛି ସମୟ ମଧ୍ୟରେ ଦୁଇ ନମ୍ବର ପ୍ଲାଟଫର୍ମ ରେ ପହଁଚିଯିବ ” ; ମୋତେ ଲାଗୁଥାଏ ସତେ ଯେମିତି ଘଣ୍ଟା କଣ୍ଟା ମିନିଟ କଣ୍ଟା ମାନେ ପହଂଚି ଯାଇଛନ୍ତି ଜରାଜୀର୍ଣ୍ଣ ଅବସ୍ଥାରେ ନିଜ ଆୟୁଷର

 779 total views,  1 views today

Apr
2021
11

*ଅନ୍ଧାରର ଲୁହ–ଦୀପିକା ଦାଶ*

*ଅନ୍ଧାରର ଲୁହ* ******** ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି ମନ୍ଥି ସିଏ ଡ୍ର’ ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା ଦେଖି ତାଙ୍କ

 918 total views