ଗାଁ ରେ ସଢ଼ନ୍ତି ବୁଢ଼ା ବାପା ମା
ପୁଅ ଚାହୁଁନାହିଁ ମୁହଁ
ସହର ସୁନ୍ଦରୀ ଅବିବେକି ବୋହୂ
କାମନା ର ଅଗ୍ନି ସୁଅ।
ଗାଁ ରେ —————- ଅଗ୍ନି ସୁଅ
ଆଲୋଚ୍ୟ କବିତାଂଶ ଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସମ୍ମାନସ୍ପଦ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ଙ୍କ ରଚିତ ‘ ଉଷ୍ଣ ଅପରାହ୍ନ ‘ କବିତାରୁ ଆନ୍ନିତ । ଏଠାରେ କବି ଶ୍ରୀ ସେଠୀ ଆଧୁନିକ ସମାଜ ରେ ସନ୍ତାନ ମାନଙ୍କର ତାଙ୍କ ପିତାମାତା ଙ୍କ ପ୍ରତି ଅବହେଳା ଓ ତା ସହିତ ସହରୀ ନାରୀ ମାନଙ୍କର ଦୁର୍ନୀତି ଚିନ୍ତା ଧାରା କୁ ଏଠାରେ ଉପସ୍ଥାପନା କରିଛନ୍ତି।
ବର୍ତ୍ତମାନର ଦୁନିଆରେ
ଗାଁ ର ପାଣି ପବନ,ସଂସ୍କୃତି,ପରମ୍ପରା ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ଲାଞ୍ଛନା ଦେବା ସହିତ ଏ ସମାଜ ପାଇଁ ଗୋଟେ ଫାସ ହେଇଗଲାଣି। ଗୁରୁଜନ ମାନଙ୍କୁ ସମ୍ମାନ ଦେବା ତ ଛାଡ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଯାହା ପାଇଁ ଏ ସମାଜ ଦିନ କୁ ଦିନ ତଳକୁ ଚାଲି ଯାଉଛି । ଯୋ ମଣିଷ ଏଡି ଟେରୁ ଏଡିଟେ କରିକି ନିଜେ ନଖାଇ ପୁଅ ର ପେଟ ପୋଷି ପାଠ ପଢାଇ ଚାକିରି କରିଥାଏ। ସେ ଆଜି ପର ନାରୀ କଥା ରେ ପଡି ପିତା ମାତା ଙ୍କୁ ଗୋଇଠା ମାରି ବିଦା କରି ଦିଏ ।ଜନ୍ମ ନେଇ ଥିବା ସେହି ଗାଁ ର ମାଟି ମାକୁ ଛାଡି ପୁଅ ମାନେ ଆଧୁନିକ ନାରୀ ପଛରେ କୁକୁର ଭଳି ପଛରେ ପଡିଥାନ୍ତି। ସହର ସୁନ୍ଦରୀ ଅବିବେକୀ ବୋହୂ ର କଥା ରେ ବୃଦ୍ଧ ବାପା ମା ଙ୍କୁ ଏକା କରି ସେ ଚାଲି ଯାଇଛି। ସୁନ୍ଦରୀ ପ୍ରିୟା ର ମାୟା ଜାଲ ରେ ସେ ପଡି ଯାଇଛି। ଦୁଃଖ କଷ୍ଟ କୁ ଛାତି ରେ ଚିପି ଦେଇ ବୃଦ୍ଧ ପିତା ମାତା ଦୁହେଁ ଏକୁଟିଆ ହେଇ ଯାଇଛନ୍ତି । ଲକ୍ଷ୍ମୀ ପ୍ରତିମା ବୋହୂ ଟି ଏଭଳି ଅବିବେକୀ ରୁଷ୍ଟ ହେଇ ଥିବ ତାହା ସେ ମନେ ମନେ ଭାବି ଚିନ୍ତା ଗ୍ରସ୍ତ ହୋଇ ପଡିଛନ୍ତି ଏବଂ ଶେଷରେ ସେ ଦୁହେଁ ଆତ୍ମହତ୍ୟା ପାଇଁ ଉଦ୍ରେକ ହୋଇ ଉଠିଛନ୍ତି।
ଏ ସମାଜ ମନ୍ଦିର ଭଳି ପାଷାଣ ଦେବୀ ଦେବ ଙ୍କୁ ଫଳ ଫୁଲ ଅର୍ଘ୍ୟ ଅର୍ପଣ କରି ପୋତି ଦେଇ ନାନାଦି ଖର୍ଚ୍ଚ ବ୍ୟର୍ଥ କରୁଛନ୍ତି। ପରନ୍ତୁ ସେ ଏତିକି ବୁଝୁ ନାହାନ୍ତି ଯେ ପିତା ମାତାଙ୍କ ସେବା ରେ ଏ ଦୁନିଆ ର ସବୁ ଖୁସି ହାତ ପାନ୍ତାରେ …. ତାଙ୍କରି ହାତ ମୁଣ୍ଡ ଉପରେ ଥିଲେ ସେ ସବୁର ବିପଦ ମୁକ୍ତ ହେଇପାରିବେ ବୋଲି କହି ଏଠାରେ ଲେଖକ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।
ବାସ୍ତବିକ ମଣିଷ ର ସ୍ୱାର୍ଥପରତା ଆଉ ସମାଜ ର କଳୁଷିତ ଗତି କୁ ଅତି ଖୁର୍ଣ୍ଣ ରୂପେ କବି ପ୍ରକାଶ କରିଛନ୍ତି। ଆଉ ଶେଷ ରେ କହିଛନ୍ତି ସତେ ଆହା କି ବିଚିତ୍ର ଏ ଦୁନିଆ………🥺
ନାମ – ସୋନାଲି ନାୟକ
ଜିଲ୍ଲା – ନୟାଗଡ଼