#ହଜି_ଯାଇଥିବା_ପାଉଁଜିର_ସ୍ୱର
—————————————
ଏକଦା କେବେ
ସାମ୍ବାଦିକଟିଏ ସାଜି
ଆମ ପ୍ରେମର ଇସ୍ତାହାର ବଖାଣୁଥିଲା
ତୁମ ଅନନ୍ୟ ଉପହାର
ଏଇ ହଳେ ପାଉଁଜି ।

ମୋ ମୁଲାୟମ ପାଦଦ୍ୱୟର
ଶୋଭା ବର୍ଦ୍ଧିତ କରି
ତା’ ରୁଣୁଝୁଣୁ ଶବ୍ଦରେ
ଦିଗରୁ ଦିଗନ୍ତ ଯାଏଁ
ମହ୍ଲାର ରାଗ ଶୁଣାଉଥିଲା
ଏଇ ହଳେ ପାଉଁଜି ।

ଦୁନିଆଁ ଠାରେ ମତଲବ ନ’ରଖି
ବେଶ ଏକ ବେଫିକର୍
ବେପରୁଆ ମନଟେ ନେଇ
ଗଢ଼ିଚାଲିଥିଲି ସ୍ୱପ୍ନର ଆଶିୟାନା
କେବଳ ତୁମେ ଓ ମୁଁ ଥିବା
ଏକ ନିର୍ଜନ ଇଲାକାରେ ।

ଯେବେ ଝଙ୍କାରିତ ହେଲା କାନେ ମୋର
ସେଇ ପାଉଁଜିର ରୁଣୁଝୁଣୁ ସ୍ୱର
ଜାଣିବାକୁ ଆଉ ବାକି ରହିନ’ଥିଲା
ମୋ କୋଳାହଳ ଭିତର ଜୀବନଟା
କେତେ ନିସଙ୍ଗତାରେ ପରିପୂର୍ଣ୍ଣ ଥିଲା ।

କିନ୍ତୁ ହାଏ,
ସମୟର ବିଭତ୍ସ ଚକ୍ରାନ୍ତରେ
ସେ ପାଉଁଜିର ଶବ୍ଦ ସବୁ
ରଖିଗଲେ ମୌନବ୍ରତ ।

ଏବେ ବି ମୋ ପାଦ ପାଉଛି ସେ ପାଉଁଜିର ସ୍ପର୍ଶ,
ଅଥଚ ତଫାତ କେବଳ ଏତିକି
ପୂର୍ବର ସେ ରୁଣୁଝୁଣୁ ସ୍ୱର ବଦଳରେ
ବିଷାଦର କରୁଣ ରାଗ ଶୁଣାଉଛି
ଏଇ ହଳେ ପାଉଁଜି ।
★★★★★★★★
©ଦୀପିକା ଦାଶ

 538 total views,  1 views today

6 thoughts on “*ହଜି ଯାଇଥିବା ପାଉଁଜିର ସ୍ୱର– ଦୀପିକା ଦାଶ*”
  1. You’re so awesome! I do not believe I’ve trruly read through a single
    thing like this before. So nice to find another person with some genuine thoughts on this subject
    matter. Seriously.. thank you for starting this up. This website is one thing that is needed on the web, sommeone
    with some originality!
    https://onanadiete.ru/alpha-numeric-reasoning-questions-and-answers-pdf.pdf
    alpha numeric reasoning questions and answers pdf
    alpha numeric reasoning questions and answers pdf https://onanadiete.ru/alpha-numeric-reasoning-questions-and-answers-pdf.pdf

  2. I think this is among the most important information for me.
    And i am glad reading your article. But should remark on few general things,
    The website style is great, the articles is really nice : D.
    Good job, cheers

Leave a Reply

Your email address will not be published. Required fields are marked *