March 25, 2023
11 11 11 AM
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
Latest Post
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ

*ଧୂସର ସ୍ମୃତିରେ ସନି ମହାନ୍ତି–ଦୀପିକା ଦାଶ*

ଧୂସର ସ୍ମୃତିରେ ସନି ମହାନ୍ତି
■●■●■●■●■●■●■
ସେଇ ଝିପିଝିପି ବର୍ଷା ଶିରିଶିରି ପବନର
ରହସ୍ୟମୟୀ ସନ୍ଧ୍ୟାରେ
ବେଲଗାମ ଉଡ଼ି ବୁଲୁଥିଲା
ମୋ ଶାଢ଼ୀ କାନି ସହ
ଧୂସର ଅତୀତ ।

ଶାଢ଼ୀ କାନିର ସଂଯତପଣରେ ଆବିଷ୍କାର ହେଲା
ମୋ ସ୍ମୃତିର ଭଗ୍ନାବଶେଷ
ସନି ମହାନ୍ତି !

ମୋ ଯନ୍ତ୍ରଣାରେ ସହଭାଗୀ ହୋଇ
ଆକାଶ ବୋଧେ ଖୁବ ଯୋରରେ କାନ୍ଦିବାକୁ ଲାଗିଲା ।

କାନରେ ଶୁଭୁଥିଲା
ସେଇ ପୁରୁଣା ପ୍ରବଞ୍ଚନାର ଗାଥା
ତୋ ଓଠ ଅନ୍ତରାଳରେ
ପେଟରେ ସଞ୍ଚିତ
ମୋ ପାଇଁ ମିଥ୍ୟା ମିଠା ପ୍ରତିଶ୍ରୁତିର ବାର୍ତ୍ତା ।

ସନି ମହାନ୍ତି !

ଆଜି ବି ମନେଅଛି ମୋର
କ୍ୟାଣ୍ଟିନରେ, କ୍ଲାସରେ ତୋର ମୋ ପାଖେ ବସିବା
ଲାଇବ୍ରେରୀର ବୁକ ସେଲ୍ଫ ଫାଙ୍କ ଦେଇ
ମୋତେ ଲୁଚିଛପି ଚାହିଁବା ।

ଥୁଣ୍ଟା ଆଭିଜାତ୍ୟ ଆଧୁନିକତାର ଆଢୁଆଳରେ
କେଉଁ ଏକ କୋଣରେ ଲୁଚିଗଲା
ମୋ ସମ୍ପର୍କର ସାଇତା ସଞ୍ଚୟ ।

ସମ୍ପର୍କକୁ ପୁନଃସ୍ଥାପନା କରିବାର
ଯେତେ ସବୁ ନିଷ୍ଫଳ ପ୍ରଚେଷ୍ଟା ମୋର
ହୁତୁହୁତୁ ହୋଇ ଜଳୁଥିଲା
ଅନ୍ୟ ଏକ ଅଲିଅଳୀ ରାଜକୁମାରୀ ଓ
ତୋ ବିବାହ ଯଜ୍ଞକୁଣ୍ଡର ଅଗ୍ନିରେ ।

ବହଳ ଅନ୍ଧାର ଅନୁରାଗେ ବୁଡିରହି
ଭୁଲିଗଲି ମାପିବାକୁ ପ୍ରେମର ଗଭୀରତା ।

କେମିତି ବା ମାପିଥାନ୍ତି
ସନି ମହାନ୍ତି !

ଶେଯରୁ ନିଦ୍ରାର
ଜଳଠାରୁ ତୃଷ୍ଣାର
ଖାଦ୍ୟଠାରୁ ଭୋକିଲା ପେଟର ଦୂରତା
ମୋ ପାଇଁ ବି ଠିକ ଏହାହିଁ ତ ଥିଲ ତୁମେ ?

ଜାଣି ସାରିଥିଲି ମୁଁ
ମୋର ଆଉ ମୋ ଖୁସିର ଆୟୁଷ
ଆଉ କେତେଦିନ !

ଶୁନ୍ୟ ଜୀବନରେ ପାଇଲି ପୂର୍ଣ୍ଣତା
ଅବିନାଶ ପରି ଜୀବନସାଥୀ
ବସନ୍ତର ମଳୟ ବାଆ ଟେ ସାଜି
ଥୁଣ୍ଟା ଜୀବନ ମୋ ପଲ୍ଲବୀତ ହେଲା
ବଞ୍ଚିବାର ଆଶା ଟେ ଦେଖି ।

ଏବେ ବି ଆମ ମିଳନର ମୂକସାକ୍ଷୀ
କଲେଜ ପାଖ ସେହି କୃଷ୍ଣଚୁଡା ଗଛକୁ ଦେଖି
ବହେ ପ୍ରଶ୍ନ କରେ…
ପ୍ରକୃତରେ ଧର୍ମ କଣ ତୋ ପରି ଜଡ଼ ହୋଇପାରେ ?

ଆପଣାଛାଏଁ ପାଇଯାଏ ଉତ୍ତର ।

ସନି ମହାନ୍ତି !

ଶୁଣିପାରୁଛ ସମୟର ବିଦ୍ରୁପ ଅଟ୍ଟହାସ୍ୟକୁ ?

ଆଜି ତୁମେ ସମ୍ଭ୍ରାନ୍ତର ଡିଣ୍ଡିମ ପିଟୁଛ
କ୍ରେଟାଟିଏ ରଖି,
ମୋର କିନ୍ତୁ ସକାଳ ଏଠି ପାହେ
ତିନି ତିନୋଟି ବିଏମ୍ ଡବ୍ଲ୍ୟୁକୁ ଦେଖି ।
★★★★★★
©ଦୀପିକା ଦାଶ

 756 total views,  1 views today

Leave a Reply

Your email address will not be published. Required fields are marked *