September 30, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ନିସ୍ତବ୍ଧ ନିଶାର ନିଶାଚରୀ–ଦୀପିକା ଦାଶ*

#ନିସ୍ତବ୍ଧ_ନିଶାର_ନିଶାଚରୀ
**********************
ଅମାବାସ୍ୟାର କିଟିକିଟି ଅନ୍ଧାର
ଅଥଚ ଆକାଶର କଳା ବକ୍ଷ ଚିରି
ଅଜବ ଏକ ତୋଫା ଜହ୍ନର ମୁହଁ
ଆସୁଛି ବାହାରି ।

ଚଉଦିଗ ଶୁନଶାନ୍
କେବଳ ଶ୍ମଶାନର ସେହି ସ୍ଥାନରେ ହିଁ
ପ୍ରବଳ ଝଡ ତୋଫାନ।

ଗୋଟିକ ପରେ ଗୋଟିଏ
ଗଛର ଶାଖା ଭାଙ୍ଗିବାର
କଡ୍ ମଡ ଶବ୍ଦ
ଅଦୃଶ୍ୟ ପାଦରେ ପାଉଁଜିର
ଝୁମ୍ ଝୁମ୍ ସ୍ଵର।

କାହିଁକି ଏ ଅଦ୍ଭୂତ ଦୃଶ୍ୟ ?

ହେଇତ ପୁଣି ଉଠି ଆସୁଛି ମହୁଆ ନିଶୀଥରେ ।
ଫି ଥର ଅମାବାସ୍ୟାର
ନିସ୍ତବ୍ଧ ନିଶାର ନିଶାଚରୀ ।
ତା ଦୁଇଟି ଆଖି
ତପ୍ତ ଲାଭାର ଦୁଇଟି ଆଗ୍ନେୟଗିରି ।

ଉନ୍ମୁକ୍ତ ଘନ ଲମ୍ବା କେଶ
ଅଦୃଶ୍ୟ ହାତରେ ତା
କାହା ରକ୍ତର ଅପେକ୍ଷାରେ ଥିବା
ଶାଣ ଦିଆ ତୀକ୍ଷ୍ମ ଛୁରୀ ।

ମୁୁଁ ଦେଖିଛି !!!
ଶାଢୀ କାନିରେ ମୁହଁ ଲୁଚାଇ
ଯନ୍ତ୍ରଣା ଜର୍ଜରିତ
ତା ଗୁମୁରି ଗୁମୁରି କାନ୍ଦ ।
ମୁୁଁ ପୁଣି ଶୁଣିଛି
ପ୍ରତିଶୋଧ ଅଗ୍ନିରେ ଅଗ୍ନି ସ୍ନାତା
ତାହାରି ବିକଟାଳ ହସ।

ଅଭାଗିନୀର ଏକ ମାତ୍ର ଦୋଷ ଥିଲା ।
ପରଖି ନ ପାରି କାଚ ମଣିକୁ
ବିକ୍ରି ହୋଇଗଲା
ଧନୀ ସୌଦାଗର ହାତେ
ଛଳନାପୂର୍ଣ୍ଣ ବିବାହ ବେଦିରେ ।
ଜାଳିଦେଲେ ଜିଅନ୍ତା
ଯୌତୁକ ଲୋଭି ଜହ୍ଲାଦମାନେ
ଚିର କାଳ ପାଇଁ ଆଖି ବୁଜିଲା ମହୁଆ
ତା ଅଧା ସ୍ଵପ୍ନ ଦେଖା କଅଁଳ ବୟସରେ।

ସିନ୍ଦୁରା ଫାଟି ବାର ବେଳ
ଏଥର ସବୁ କିଛି ଦେଖାଗଲାଣି ଝାପସା ଝାପସା ।
ଏ କଣ ??
ମହୁଆ ଛୁରୀରେ ରକ୍ତର ଛିଟା ।

ଫେରୁଛି ମହୁଆ ଗାଁର ଅନ୍ୟ ପ୍ରାନ୍ତରୁ
ଆଞ୍ଜୁଳାଏ ମୁକ୍ତିର ଫେନିଳ ବାଦଲ
ତୃପ୍ତ ହସ ସହ
ସୁଦୂର ଆକାଶେ ନିଶ୍ଚିହ୍ନ ହେବାକୁ ।

ପୁଣି ଏ କି ଅଶୁଭ ସଂକେତ ??

ଗାଁ ମୁଣ୍ଡରେ ଚିଲମାନଙ୍କ ଚେଁ ଚାଁ
ଉଲୁକ ଅନାଇଛି ଢେମା ଢେମା ଆଖିରେ,
ମାଆସାନ୍ତାଣୀ ଙ୍କ କାନ୍ଦ ବୋବାଳି
ଆବାଳ ବୃଦ୍ଧ ବନିତାଙ୍କ ଭିଡ଼
ହେଇତ ଅଦୁରରୁ ଦେଖାଗଲାଣି
ସାଆନ୍ତ ଆଉ ସାନ ବାବୁଙ୍କ ମଢ ।
#ଦୀପିକା ଦାଶ🪔

Loading

Leave a Reply

Your email address will not be published. Required fields are marked *