#କବିତା
◆◆◆◆◆
ଶବ୍ଦହୀନ ଅଭିଧାନଟେ ମୁଁ
ବାକ୍ୟ ଠାରୁ ବହୁ ଦୁରେ,
ତଥାପି କବିତା ଲେଖୁଥାଏ
ତୁମ ହସ ନଦୀର ତୀରେ ତୀରେ ।
ଦିନେ କେବେ ଯିଏ ଥିଲା
ଅସଜଡ଼ା, ଅଦେଖା, ଅଜଣା ବାକ୍ୟଟିଏ
ସୁସଜ୍ଜିତ କରି ଲେଖିଦେଲ ସେ ବାକ୍ୟକୁ
ଯୋଡ଼ି ଦେଇ ଅଳଙ୍କାରଟିଏ ।
ପରଶମଣି ଗୋ
ତୁମ ସ୍ନିଗ୍ଧ ଶୀତଳ ସ୍ପର୍ଶରେ
ପରିଣତ କଲ ତାକୁ ପିତ୍ତଳରୁ ସୁବର୍ଣ୍ଣରେ ।
ଦିନେ ଥିଲା କେବେ
ଅବୋଧ ସାଧାରଣ ବାଳିକା
ତୁମ ଆଗମନେ ସାଜିଲା ସେ
ଏକ ଆଶୁ ଲେଖିକା ।
ଆଶା ନାହିଁ ତାର କେଉଁ ପୁରସ୍କାର
କି ଆଶା ମଧ୍ୟ ନାହିଁ ସଭା ସମିତି
ସାହିତ୍ୟ ଆସରରେ ଅବା
ବଡ଼ପଣ୍ଡା ଠାରୁ ବାହାବା ଶୁଣିବାରେ ।
ସେ ଦେଖିଛି, ଅନୁଭବ କରିଛି
ଏକ ଅମାପ ଉଲ୍ଲାସର ତରଙ୍ଗ
କେମିତି ତରଙ୍ଗାୟିତ ହୁଏ ତୁମ ମୁଖମଣ୍ଡଳରେ
ଯେବେ ସେ ପାଠ କରେ
ସ୍ୱରଚିତ କବିତା ତା’ର
ତୁମରି ସମ୍ମୁଖରେ ।
ସତ କହୁଛି ସାଥୀ
ସେଇ ଟିକକ ହସ ପ୍ରେରଣା ସାଜେ
ମୋ କବିତାର ।
ତେବେ କୁହ ତ
କଣ କରିବି ପାଇ ଆଉ କେଉଁ
ପୁରସ୍କାର ??
★★★★★★★★★
#ଦୀପିକା_ଦାଶ