April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ

ଗାଁରେ ସଢନ୍ତି ବୁଢା ବାପା ମା’
ପୁଅ ଚାହୁଁନାହିଁ
ସହର ସୁନ୍ଦରୀ ଅବିବେକି ବୋହୁ
କାମନାର ଅଗ୍ନିସୁଅ ।”

*”ଗାଁରେ ସଢନ୍ତି_ _ _ _ _ କାମନାର ଅଗ୍ନିସୁଅ।”*

ଉକ୍ତ ଉଦ୍ଧୃତାଂଶଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସମ୍ମାନାସ୍ପଦ ଯୁବ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସେଠୀଙ୍କ ରଚିତ *’ ଉଷ୍ଣ ଅପରାହ୍ନ ‘* କବିତାରୁ ଆନିତ। ଯୁବ କବି ଶ୍ରୀ ସେଠୀ ମହୋଦୟ ନିଜର ଅଭିନଵ ଅମର ଲିଖନିରୁ ଏହି ନିଷ୍ଟୁର ସମାଜର କରୁଣ ଚିତ୍ର ଗୁଡିକର ଅବିକଳ ପ୍ରତିରୂପକୁ କିଛି ସୁନ୍ଦର ଶବ୍ଦ ମାଧ୍ୟମରେ ଝରାଇ ଦେଇଛନ୍ତି।କିଭଳି ଅଵିଵେକୀ ପୁଅମାନେ ନିଜର ବାପାମାଆଙ୍କର କଷ୍ଟ ଓ ସେହ୍ନକୁ ଭୁଲି ସହରର ଲୋଭନିୟ ବସ୍ତୁ ପଛରେ ପାଗଳ ଏବଂ ନିଜର କର୍ମ,କର୍ତ୍ତବ୍ୟକୁ ଭୁଲି ସୁନ୍ଦରୀ ବୋହୁମାନେ କିଭଳି କାମନା ପୁରୁଷର ବାହୁ ବନ୍ଧନରେ ବନ୍ଦୀ ତାହା ବର୍ଣ୍ଣନା କରିଛନ୍ତି।
ନିଜର କଷ୍ଟ ଓ ତ୍ୟାଗରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେଉଁ ଦୁଇ ଭଗବାନ ଜନ୍ମ ଦେବାର ଅସହ୍ୟ କଷ୍ଟ ଠୁ ଆରମ୍ଭ କରି ତାତିଲା ବାଲି କଡେଇର କଷ୍ଟ ସହି ସହରର ସୀମିତ ପରିଧି ଭିତରେ ଚାକିରୀଟିଏ ଯୋଗାଇଦେଲେ ସେ ଭଗବାନ ରୂପୀ ବାପାମାଆ ଏବେ କୁଆଡେ ଭାରି ଅଦରକାରୀ।ତାଙ୍କୁ ଟଙ୍କା ଦେଲେ କୁଆଡେ ଟଙ୍କା ସରିଯିବ।ସେଥିପାଇଁ ସହରୀଆ ବାବୁ ପୁଅଟା ଘରକଥା ବୁଲିଯାଇଛି।ସେ ଭୁଲିଯାଇଛି ତା ପଢା ପାଇଁ ହୋଇଥିବା ଆର୍ଥିକ ବାକି ଗୁଡିକୁ।ଗାଁର ସଂସ୍କୃତି ଓ ସଭ୍ୟତାକୁ ଭୁଲି ସୁନ୍ଦରୀ ସହରୀଆ ଯୁବତୀ ପ୍ରେମରେ ପାଗଳ ସାଜି ଆପଣେଇ ନେଇଛି ପାଶ୍ଚ୍ୟତା ସାଂସ୍କୃତିକୁ।ଟଙ୍କା ଓ କାମ କାମନାର ଅନ୍ଧାରି ବନ୍ଦ ଗୃହ ଭିତରକୁ ଶୁଭୁନି ତା ମାଆର ବିକଳ ଚିତ୍କାର।ସେ ଶୁଙ୍ଘିପାରୁନି ତା ବାପାର ରୋଗଗ୍ରସ୍ତ ଆଖିର ଲୁଣିଆ ଲୁହର ବାସ୍ନା।ଭୋକ ଓ ରୋଗର କଷ୍ଟ ଜ୍ୱାଳାରେ ରାସ୍ତାରେ ଗଡି ନିଜର ଜୀବନ ହରେଇଦେଇଥିବା ବାପାମାଆ ଆଜି ତା ପାଇଁ ସାତ ପର। ଜୀବିତ ଅବସ୍ଥାରେ ଖାଇବାକୁ ନ ଦେଲା ପଛେ ମୃତ୍ୟୁ ପରେବି ସେ ବ୍ୟସ୍ତ ତାର ସୁନ୍ଦର ଦୁନିଆରେ। ସଢ଼ି ଯାଇଥିବା ବାପାମାଆଙ୍କ ଶରୀରରେ ନିଆଁ ଦେବାକୁ ପୁଅ ପାଖରେ ସମୟ ନାହିଁ।
ଯେଉଁ ବୋହୁକୁ ଘରର ଲକ୍ଷ୍ମୀ ଭାବେ ବରି ଶାଶୁ ଶଶୁର ଘରକୁ ଆଣିଥିଲେ ସେ ଆଜି କୁଆଡେ ସୌଦର୍ଯ୍ୟ ଦୁନିଆର ମହାରାଣୀ।ତା ପାଖରେ ଫାଲତୁ ସମୟ ନାହିଁ।ସବୁ ସଂସ୍କୃତି ଓ ପରମ୍ପରାରୁ ଉର୍ଦ୍ଧ୍ଵରେ ସେ।ଯେଉଁ ନାରୀ ଦ୍ରୌପଦୀ,ସୀତା,ସାବିତ୍ରୀ ନିଜର ନାରୀତ୍ଵ ଵଳରେ ଧର୍ମକୁ ବିଜୟୀ ହୋଇଥିଲେ ଏବଂ ତାଙ୍କର ସତୀସ୍ଵ,ପତିବ୍ରତା,ନିଷ୍ଠା,ଧର୍ମ,କର୍ମ,କରୁଣାର ଆଦର୍ଶ ବାଣ୍ଟି ଥିଲେ।ସେ ସବୁ ଆଦର୍ଶ ଆଜି ସାଜିଛି ଅକାମି।ଟଙ୍କା ଓ କାମ କାମନାର ଦୁନିଆରେ ଆଜିର ସୁନ୍ଦରୀ ବୋହୁ ସାଜିଛି କାମ ଓ ବାସନାର ଜୀବନ୍ତ ମୂର୍ତ୍ତି।ସେ ନିଜର କାମ ଓ ବାସନାରେ ଭୁଲି ଯାଇଛି ନିଜର କର୍ତ୍ତବ୍ୟକୁ।ସହରି ସଭ୍ୟତାରେ ସୁନ୍ଦରୀ ବୋହୁ ଟା କୁଆଡେ ହଜିଯାଇଛି।
ଯେଉଁ ନରନାରୀମାନେ କାମ କାମନାର ଅଗ୍ନିସୁଅରେ ଲୋଭି ପତଙ୍ଗ ପ୍ରାୟ ଧାବମାନ।ସେମାନଙ୍କର ବିନାଶ ନିଶ୍ଚୟ।ଏହି ବିନାଶରୁ ନା କେଉଁ ଭଗବାନ,ନା କେଉଁ ବାପାମାଆଙ୍କ ତ୍ୟାଗ ଓ ସ୍ନେହ ରକ୍ଷା କରିପାରିବ।
କବି ଶ୍ରୀ ସେଠୀ ମହୋଦୟ ଏଠାରେ ଅପେକ୍ଷାରତ ସେହି ଶୀତଳକାରି ସନ୍ଧ୍ୟାର ଯେଉଁ ସନ୍ଧ୍ୟା ଏହି ଉଷ୍ଣ ଅପରାହ୍ନର ଜ୍ୱାଳାକୁ ଦ୍ରବିଭୁତ କରିବାରେ ସହାୟତା କରିବ।ସେ ନିଜର କବିତା ମାଧ୍ୟମରେ ସେହି ଅମଣିଷ ପୁଅବୋହୁମାନଙ୍କୁ କୂପଥ ଛାଡି ଉଚିତ୍ ପଥରେ ଆସିବାକୁ ଆହ୍ୱାନ କରିଛନ୍ତି।ଯାହା ଏହି କବିତା ରୂପରେ ଅତି ହୃଦୟସ୍ପର୍ଶୀ ଓ ଶିକ୍ଷଣିୟ।

*ବାଦଲ ପଲେଇ*
*ଖଲ୍ଲିକୋଟ,ଗଞ୍ଜାମ*

Loading

Leave a Reply

Your email address will not be published. Required fields are marked *