ମୁଁ ସହର ତଳିର ଝିଅ
“””””””””””””””””””
ମୁଁ ଏମିତି ନା !
ତୁମ ହସ ତୁମ କ୍ରୋଧର ମନ୍ତ୍ର
ତୁମେ କୁହ କେବେ ବାରବୁଲି ଝିଅ
କେବେ କୁହ ମୋତେ ଅସନା
ହଁ ମୁଁ ତ ଖରାପ।
ତୁମେ ତ ରହୁଛ
ଝଲମଲ କୋଠରୀରେ
ରଙ୍ଗ ବେରଙ୍ଗ ଅଟ୍ଟାଳିକାର
ହେଲେ ଶାନ୍ତି କଣ ଜାଣ କି ?
ମୁଁ ଜାଣେ ଦୁଃଖ ଆଉ ସୁଖ
ଦେଖେ ଆଲୁଅ ଆଉ ଅନ୍ଧାର
ଆଉ ଫିକା ଜହ୍ନରେ ସ୍ବପ୍ନ
ତୁମେ ପାର କି ?
ସହରତଳି ଗଳିରେ କୁଡିଆ
ସେଇଠି ଅଛି ମୋ ଜୀବନର ଫର୍ଦ୍ଦ
ମୋ ଭାବନାର ମାନସାଙ୍କ
ଅନ୍ତୁଡ଼ିର ଭୂଗୋଳ ପୋଥି
ଆଉ ମୋ କଷ୍ଟପ୍ରଦ ଇତିହାସ ବି।
ତୁମେ ଦେଖ ମୋତେ
ବୁଲି ବୁଲି ବି ଚାହଁ
ସତେ କି ମୁଁ ଅଜଣା
ଦୂର ଆକାଶର ଗ୍ରହ କି ?
ନା’ମୋଟେ ନୁହେଁ ବା,
ମୁଁ ପରା ମଣିଷ
ଠିକ୍ ତୁମ ପରି।
ମୁଁ ସରଳ ଆଉ ନିରୀହ
ଦେଖୁନ ମୁଁ ହସୁଛି
ମୋର ମନରୁ ତ
ମୋଟେ ଛଳନା ନାହିଁ ସେଇ ହସରେ
ହେଲେ ତୁମେ ହସ ତ ଏମିତି
ନା ତମେ ପାରିବାନି
ତୁମେ ଭୟାଳୁ ଆଉ କାପୁରୁଷ।
ତୁମ ହସ ଫେନିଳ ମଦିରା ପରା।
ମୋ ସ୍ଵପ୍ନ ଆଉ ମୁଁ
ମୁଁ ଉଡିବି…
ମୋ ଛୁଆ ସହ ଏମିତି
ସଂଘର୍ଷର ନିଶବ୍ଦ ମରୁଭୂମିରେ
ଏଇ ରାସ୍ତାରେ ସୁଖରେ ଆଉ ଦୁଃଖରେ
ଏଇ ବର୍ଷାରେ ଆଉ ଖରାରେ
ଆଉ ନୀୟତିର ନିଷ୍ଠୁର ପରିହାସରେ
ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
କେନ୍ଦ୍ରାପଡ଼ା