“ପକ୍ଷୀ ଟିଏ ଆଜି ଗୀତ ଗାଇବାକୁ
ଗଛଟେ ପାଉନି ଖୋଜି
କଂକ୍ରିଟ ସଭ୍ୟତା ସବୁରି ଉପରେ
ରାଜୁତି କରୁଛି ଆଜି”
ପକ୍ଷୀଟିଏ_ _ _ _ _ _ _ଆଜି
ଉପକ୍ରମ –ଶଂଶିତ ପଦ୍ୟାଶଂ ଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ଙ୍କ ରଚିତ “ଉଷ୍ଣ ଅପରାହ୍ନ” କବିତାରୁ ଆନିତ।
ଏଠାରେ କବି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ବର୍ତ୍ତମାନ ମଣିଷ ଜାତି କିପରି ନିଜର ସ୍ବାର୍ଥ ପାଇଁ ଘନ ଜଙ୍ଗଲ ସହ ପ୍ରକୃତିର ସ୍ବଭାବ କୁ ନଷ୍ଟ କରି ଜଙ୍ଗଲ ନାଶ କରି କଂକ୍ରିଟ ପ୍ରାସାଦ ମାନ ଗଢି ତୋଳି ପଶୁ ପକ୍ଷୀ ମାନଙ୍କ ବାସ ଛଡେଇ ନେଇଛି ସେହି ବିଷୟରେ ବର୍ଣ୍ଣନା କରିଛନ୍ତି।
ବର୍ଣ୍ଣନା–
କହିବାକୁ ଗଲେ ପୃଥିବୀର ସବୁଠୁ ଦୁର୍ଲ୍ଲଭ ପ୍ରାଣୀ ହେଉଛି ମଣିଷ।ଆଜି ମଣିଷ ଜାତି ନିଜର ସ୍ବାର୍ଥ ପାଇଁ ବିଳାସ ବେସନ ପାଇଁ ଜଙ୍ଗଲ କାଟି ସଫା କରି ଦେଉଛି ଏବଂ ତା ଉପରେ ଗଢି ତୋଳୁଛି ନିଜର ବିଳାସ କୁଞ୍ଜ।ବିଳାସ ଜୀବନ ଯାପନ ପାଇଁ ଗଢି ତୋଳୁଛି କେତେ କଳ କାରଖାନା ତ ପୁଣି କେତେ ଢଳାଇ ରାସ୍ତା। ଏସବୁ ଦୃତ ଗତିରେ ଚାଲିବା ଫଳରେ ପଶୁ ପକ୍ଷୀ ମାନେ ବାସ ହୀନ ହୋଇ ଏଣେ ତେଣେ ଘୂରି ବୁଲୁ ଛନ୍ତି। ସେମାନଙ୍କ ଭିତରୁ କେତେକ ଜାତି ଲୋପ ମଧ୍ୟ ପାଇ ଗଲେଣି। ଆଉ ଯେଉଁ ମାନେ ବି ଅଛନ୍ତି ସେମାନଙ୍କର ବାସ ନାହିଁ ପକ୍ଷୀ ମାନେ ଗଛ ଡ଼ାଳ ଗୋଟେ ପାଉ ନାହାନ୍ତି ମନ ଆନନ୍ଦରେ ଗୀତ ଗାଇବା ପାଇଁ।ସବୁ ଆଡ଼େ ଖାଲି ସିମେଣ୍ଟ ଇଟା ବାଲିରେ ନିର୍ମିତ ବିଶାଳ ପ୍ରାସାଦ। ଯାହା ସେମାନଙ୍କ ଉପରେ ରାଜୁତି କରୁଛି।
ଉପସଂହାର — ବାସ୍ତବରେ କବି ଏହି “ଉଷ୍ଣ ଅପରାହ୍ନ”କବିତାରେ ବର୍ତ୍ତମାନ ଦୃତ ଜନସଂଖ୍ୟା ହେତୁ ମଣିଷ ମାନେ କିପରି ଜଙ୍ଗଲ ନାଶ କରି ନିଜ ପାଇଁ ବାସ ନିର୍ମାଣ କରିବାକୁ ଯାଇ ପଶୁ ପକ୍ଷୀ ମାନଙ୍କ ର ବାସ କୁ ଛଡେଇ ନେଇଛନ୍ତି ସେ ସମ୍ପର୍କରେ ଏକ ବିଶେଷ ସୂଚନା ଦେଇଛନ୍ତି।
ନାମ-ଝୁନୁ ଦାସ
ଜଗତସିଂହପୁର