ଗାଁରେ ସଢ଼ନ୍ତି ବୁଢ଼ା ବାପା ମା ‘
ପୁଅ ଚାହୁଁ ନାହିଁ ମୁହଁ
ସହର ସୁନ୍ଦରୀ ଅବିବେକୀ ବୋହୁ
କାମନାର ଅଗ୍ନିସୁଅ ।।
“ଗାଁରେ ………….. ଅଗ୍ନିସୁଅ “
ଉକ୍ତ ଆଲୋଚ୍ୟ କବିତାଂଶ
ଟି ଆମର ଶ୍ରେଷ୍ଠ ସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ର ସମ୍ମାନସ୍ପଦ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସେଠୀ ଙ୍କ ଦ୍ଵାରା ରଚିତ ‘ଉଷ୍ଣ ଅପରାହ୍ନ ‘ କବିତାରୁ
ସଂଗୃହୀତ । ଏଠାରେ କବି ଶ୍ରୀ ସେଠୀ ଆଜିର ଉଗ୍ର ଆଧୁନିକ ସମାଜରେ ସନ୍ତାନ ମାନଙ୍କର ତାଙ୍କ ପିତାମାତା ଙ୍କ ପ୍ରତି ଅବହେଳା , ନାରୀ ମାନଙ୍କର ଅବିବେକୀ,କାମୁକ ଚିନ୍ତାଧାରା କୁ ଉକ୍ତ ପଙକ୍ତି ମାଧ୍ୟମ ରେ ଦର୍ଶାଇଛନ୍ତି।
ବର୍ତ୍ତମାନ ର ସମାଜରେ ଆଧୁନିକତାର ଅନ୍ଧ ପୁଟୁଳି କୁ ଆଖିରେ ବାନ୍ଧି ସଂସ୍କୃତି, ପରମ୍ପରା, ରୀତିନୀତି,ଗୁରୁଜନ ଙ୍କୁ ସମ୍ମାନ ଏସବୁକୁ ଭୁଲି ଆଖି ଥାଇ ଅନ୍ଧ ହେଇଯାଇଛି। ପୁରୁଷ ଠାରୁ ଆରମ୍ଭ କରି ନାରୀ ପର୍ଯ୍ୟନ୍ତ ସମସ୍ତେ ଚାକିରୀ ଅନ୍ଵେଷଣ ରେ ନିଜ ମାଟି ମାଆ କୁ ଭୁଲି ଯାଇଛନ୍ତି। ଅନ୍ନଦାତା କୁ ପଡିଆ ପକେଇ ,ଜନ୍ମଦାତ୍ରୀ କୁ ପାଶୋରି ଦେଇ ଆପଣେଇ ନେଇଛନ୍ତି ସହରର ମାୟନଗରୀକୁ । ନାରୀ ଟିଏ ସହରଭିମୁଖୀ ହୋଇ ଭୁଲି ଯାଇଛି ତା’ର ଲଜ୍ଜ୍ୟା,ସମ୍ମାନ, ଶାଳୀନତା। ସଂସ୍କୃତି , ପରମ୍ପରା କୁ ପଛରେ ପକେଇ ସେ ହୋଇଯାଇଛି ଉଗ୍ର ଆଧୁନିକତାର ଉଗ୍ରନାରୀ। ଆଜିର ସମାଜରେ ପୁଅଟିଏ ତା’ର ବୃଦ୍ଧ ପିତାମାତା ଙ୍କୁ ଗାଆଁ ରେ ଛାଡି ସେମାନଙ୍କ ପ୍ରତି ଥିବା ଦାୟିତ୍ବ ,କର୍ତ୍ତବ୍ୟ ଭୁଲି ଯାଇଛି।ଦୁଃଖକଷ୍ଟ ସହି ପୁଅ କୁ ବଡ଼ କରି ଥିବା ପିତାମାତା ପୁଅଠୁ ସେବା ଆଶା ରଖି ଶେଷ ରେ ନିରାଶ ହେଉଛନ୍ତି। ଘରକୁ ବୋହୂ କରି ଆଣି ଥିବା ଲକ୍ଷ୍ମୀ ପ୍ରତିମା ବୋହୁଟି ହୋଇଯାଇଛି ଅବିବେକୀ,କଠୋର,କାମନାର ଅଭିମୁଖୀ।
ବାସ୍ତବିକ୍ ସମାଜରେ ଘଟୁଥିବା ବାସ୍ତବ ଘଟଣାକୁ କବି ଏଠାରେ ଗୋଟିଏ ପଂକ୍ତି ରେ ଖୁବ୍ ସୁନ୍ଦର ଭାବେ ଦର୍ଶାଇବା ସହ ସଂସ୍କୃତି,ପରମ୍ପରା କୁ ଆପଣାଇ ଶୃଙ୍ଖଳିିତ ଜୀବନଯାପନ କରିବା ପାଇଁ କବି ପରୋକ୍ଷ ଭାବେ ନିର୍ଦ୍ଦେଶ ଦେଇଛନ୍ତି।
ପୂଜାରାଣୀ ଦାସ
ଏରସମା, ଜଗତସିଂହପୁର