ସମୟ ସାଥୀରେ ବର୍ଷ ଗଡ଼ିଯାଏ
ବଢ଼ିଯାଏ ମାସ ଦିନ,
ଚାହିଁଲେ ହିସାବ ରଖିପାରେ ନାହିଁ
ଡାକିନିଏ କାଳ ଯମ ll
” ସମୟ ସାଥୀରେ…………… କାଳ ଯମ “
ଉକ୍ତ ହୃଦୟସ୍ପର୍ଶୀ ପଦଟି ଆମ ଶ୍ରେଷ୍ଠସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟଦୟ ଭାଷା ସାହିତ୍ୟ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ ରଚିତ ” ଉଷ୍ଣ ଅପରାହ୍ନ ” କବିତା ରୁ ସଂଗୃହିତ l ଯେଉଁଠାରେ କବି ସମୟର ମୂଲ୍ୟ ସହ ମାନବର ମାନବିକତା ଓ କର୍ତ୍ତବ୍ୟକୁ ଦର୍ଶାଇଛନ୍ତି ଏହି କବିତା ମାଧ୍ୟମରେ l
ଏହି ସୃଷ୍ଟି ରେ ମଣିଷ ହିଁ ଶ୍ରେଷ୍ଠ ଜୀବ l ଏବଂ ଏ ମଣିଷ ପାଇଁ ଦୁଇଟି ଧ୍ରୁବସତ୍ୟ ହେଉଛି ଜନ୍ମ ଓ ମୃତ୍ୟୁ l ଏହି ଜନ୍ମରୁ ମୃତ୍ୟୁର ବ୍ୟବଧାନ ମଧ୍ୟରେ ମଣିଷ ପାଇଁ ସମୟ ହେଉଛି ଖୁବ ମୂଲ୍ୟବାନ l ଯିଏ ସମୟକୁ ବୁଝିଛି ସେ ସମାଜରେ ସଫଳ ହୋଇଛି ଏଥିରେ ଦ୍ବିମତ ନାହିଁ l
ଜନ୍ମ ଅଛି ତ ମୃତ୍ୟୁ ବି ଅଛି ତେଣୁ ମୃତ୍ୟୁ ପୂର୍ବରୁ ଆମେ ଏପରି କିଛି କରିବା ଦରକାର ଯାହାକି ଆମ ମଣିଷ ଜୀବନକୁ ସାର୍ଥକ କରିବ l କୁହନ୍ତୁ ତ କେତେ ବା ସମୟ ଲାଗେ ମଣିଷର ଘଟକୁ ଫଟୋ ପାଲଟିବା ପାଇଁ , ନୟନ ପଲକ ମଧ୍ୟରେ ଏ ଜୀବ ଶବ ପାଲଟିଯିବ l କାହିଁକିନା କାଳ କଠୋର ଓ ଧ୍ରୁବସତ୍ୟ l ତେଣୁ ଆସନ୍ତୁ ଜୀବନରେ ଯେତିକି ସମୟ ମିଳୁଛି ଆମେ ଅନ୍ୟ ପାଇଁ ନିଜ ସମାଜ ପାଇଁ ଏବଂ ଏ ଜଗତ ପାଇଁ କିଛି କରିଦେଇ ଯିବା l
ଅରୁଣ ଡାକୁଆ ✍️
ନୟାଗଡ