ମାଆ
ଦୁନିଆ ରୀତିକୁ ଖାତିର ନକରି
ତା ରାସ୍ତାରେ ସେ ଚାଲେ
ଟପିପାରିବେନି କେହିବି ତାକୁ
ତା ସ୍ନେହ ର ମୂଲେ…….
ଚିରା ପଣତ ତା ସରଗଠୁ ଵଡ
ସତେକି ଶ୍ରୀକ୍ଷେତ୍ର ବାନା
ଘୋଡେଇ ଦେଲେ ତା ପଣତ କାନିରେ
ସାରା ଦୁନିଆ ଲାଗେ ଅଚିହ୍ନା……
ନିଜେ ନଖାଇ ପିଲା ପାଇଁ ଯିଏ
ନିଜ ଭାଗୁ ରଖିଥାଏ
ତାଠୁ ଵଡ ସାହସୀ ଯୁଦ୍ଧା ହୋଇପାରିବବା କିଏ……
ତା ସ୍ନେହ ଆଗରେ
ଵଡ ଵଡ ଗାଡି,ଲାଗେ ମୋତେ ମୂଲ୍ୟହୀନ
ସାଇକେଲରେ ତା ବସିଗଲେ ଥରେ
ଲାଗେ ସରଗ ସମାନ
ମଧୁସ୍ମିତା ମିଶ୍ର, ବାଲେଶ୍ଵର