#ମହାଯଜ୍ଞ
★★★★★
ଗୋହିରାଟିକିରି ଯୁଦ୍ଧ ଦେଇଥିଲା ଚେତାଇ
ଓଡ଼ିଶାର ବିଷାଦପୂର୍ଣ୍ଣ ଭବିଷ୍ୟ,
ତେଲେଙ୍ଗା ମୁକୁନ୍ଦଦେବଙ୍କ ପରାଜୟ
ଦେଇଥିଲା ସୂଚାଇ
ସ୍ୱାଧୀନ ଜାତିର ସୂର୍ଯ୍ୟ ଅସ୍ତମିତ ବେଳ ।
ଗୋରା ଶୃଗାଳର କୂଟଚକ୍ରାନ୍ତରେ
ଓଡ଼ିଆ ହରାଇ ସ୍ୱତନ୍ତ୍ରତା
ହେଲେ ନିର୍ଯାତିତ
କେତେ ମୋର ଭାଇ
କେତେ ଭଗିନୀ ଯେ
କେତେ ମାତା କେତେ ପିତା ।
ଖଣ୍ଡ ଖଣ୍ଡ ହୋଇ
ମୋ ମାଟି ମାଆର
ମସ୍ତକ, ପାଦ, ଅବୟବ
ଶୋଭା ବର୍ଦ୍ଧିତ କରି ଚାଲିଥିଲା
ମରାଠା, ବିହାର, ବଙ୍ଗ ।
ତଥାପି ହାରିନ’ଥିଲା ଓଡ଼ିଆ…
” କଳିଙ୍ଗା ସାହାସିକାଃ ”
ଯୋଗଜନ୍ମାଙ୍କ କର୍ଣ୍ଣରେ ଅହରହ
ବାଜୁଥିଲା
ମାତୃଭୂମିର କରୁଣ ଚିତ୍କାର
ଜାତି ଏକତ୍ରିକରଣର ମଶାଲକୁ
ଇନ୍ଧନ ଯୋଗାଉଥିଲା ମାଟି ମାଆର ଲୁହ ।
ପ୍ରତିଟି ବୀର ପୁତ୍ର ଆଖିରେ
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ସ୍ବପ୍ନ
ପ୍ରକାରନ୍ତରେ ଯେଉଁ ସ୍ୱପ୍ନ ହଜାଇ ଦେଇଥିଲା
ସେମାନଙ୍କ ଆଖିରୁ ନିଦ,
ପେଟରୁ ଭୋକ, ଗଳାରୁ ଶୋଷ ।
ସେ ସ୍ୱପ୍ନକୁ ମିଳିଗଲା ବାସ୍ତବତାର ରୂପରେଖ
କୂଳବୃଦ୍ଧଙ୍କ ଉତ୍କଳ ସମ୍ମିଳନୀ ମହାଯଜ୍ଞରେ
ଗଜପତି କୃଷ୍ଣଚନ୍ଦ୍ର, ଫକୀରମୋହନ,
ଗୋଦାବରୀଶ, ଗୌରୀଶଙ୍କରଙ୍କ ଆହୁତିରେ
ଜାତି ଜାଗରଣର ଯଜ୍ଞ ହେଲା ଫଳପ୍ରଦ ।
“ଉତ୍କଳ ପାଇଲା ନିଜସ୍ୱ ପରିଚୟ” ।
ଏବେ ବି ଦିକ ଦିକ ଜଳୁଛି ସେଇ ଯଜ୍ଞକୁଣ୍ଡ
ଆହ୍ୱାନ କରି କହୁଛି
ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ୱାର୍ଥ
ଜାତିର ଯଜ୍ଞରେ ଆହୁତି ଦିଅ !
ତେବେ ବିଳମ୍ବ କିଆଁ ?
ଚାଲିଆସ ଶୀଘ୍ର ଜଳିବାକୁ
ଜଳାଇବାକୁ ଛାତି ଭିତରେ
ଜାତି ପ୍ରୀତିର ନିଆଁ ।
★★★★★★★
©ଦୀପିକା ଦାଶ
Hey, thanks for the article post.Thanks Again. Want more.
Very good post.Really looking forward to read more. Great.
Thanks for sharing, this is a fantastic article.Really thank you! Will read on…
Fantastic blog.Really looking forward to read more. Keep writing.
Muchos Gracias for your blog.Much thanks again.
Very neat blog.Thanks Again. Will read on…
I really liked your blog article.Really thank you! Fantastic.
Hmm is anyone else experiencing problems withthe pictures on this blog loading? I’m trying to determine if its a problem on my endor if it’s the blog. Any feedback would be greatly appreciated.
Awesome post.Much thanks again. Cool.
Thank you ever so for you article post.Thanks Again. Fantastic.