ଅପରିଚିତ – ୫
: ମିଳନର ନୀଳୟ
◆◆◆◆◆◆◆◆◆◆◆◆◆◆
ସୀମାହୀନ ଭିଡ଼କୁ ଭେଦ କରି
ଦୁହେଁ ପହଞ୍ଚିଗଲେ
କେବଳ ତୁମେ ଆଉ ମୁଁ ର
ଏକ ନିସ୍ତବ୍ଧ ପ୍ରୀତି ଦ୍ଵୀପରେ ।
ସାତତାଳ ଅତଳରେ
ହଠାତ ଅନାବୃତ୍ତ ହେବାକୁ ଲାଗୁଥିଲା
ତୁମଠାରୁ ତୁମକୁ ଚୋରାଇ ନେବାକୁ
ମୋ ମନରେ ଲୁଚି ରହିଥିବା
ଅତୁଟ ପୁରୁଣା ଇଚ୍ଛାଟି ।
ଦେହକୁ ଦେହ ସ୍ପର୍ଶ କରି
ସୃଷ୍ଟି ହେଉଥାଏ ସ୍ନାୟବିକ ଉତ୍ତେଜନା
ଚତୁଃପାର୍ଶ୍ବରେ ମହକି ଉଠୁଥାଏ
ପ୍ରେମର ଭୁରୁ ଭୁରୁ ବାସ୍ନା ।
ତୁମର ଅପଲକ ତୀର୍ଯ୍ୟକ ଚାହାଣୀ
ମୋତେ ଭରି ଦେଉଥାଏ ଲଜ୍ଜାରେ
ତୁମ ପଲକରେ ପଲକ ମିଶାଇ
ହୋଇ ଯାଉଥାଏ ମୁଁ ଆନମନା ।
ତୁମର ଗୋଟିଏ ଜିଦ
ଯାତ୍ରାକରି ଥକି ପଡ଼ିଥିବା
କ୍ଳାନ୍ତ ଶରୀରଟିକୁ
ମୋ କୋଳରେ ଶୁଆଇଦେଇ
ହୋଇଯିବ କ୍ଲାନ୍ତହୀନ ।
ତୁମେ କୁହ ମୋ କୋଳ କୁଆଡ଼େ
ତୁମକୁ ପ୍ରଦାନ କରେ
ଐସର୍ଗିକ ସୁଖ ।
ମୋ ଲମ୍ବା ଘନକଳା ତରଙ୍ଗାୟିତ କେଶ
ତୁମ ଭିତରେ ସୃଷ୍ଟି କରୁଥାଏ ଆଲୋଡନ
ମୋ ଅସଜଡ଼ା କେଶକୁ
ସଜାଡ଼ିବା ପାଇଁ
କରୁଥାଅ ତୁମେ ହସ୍ତଚାଳନ ।
ମୋ ଆଖିରେ ତୁମ ପ୍ରତିବିମ୍ବ
ପ୍ରତିଫଳିତ ହେଉଥାଏ
ଆଉ ମୋ ପ୍ରତିବିମ୍ବ ଦିଶୁଥାଏ
ତୁମରି ଆଖିରେ ।
ଆମେ ଦୁହେଁ
ହଜି ଯାଉଥିଲେ ଦୁହିଁଙ୍କ ଭିତରେ
ଆଙ୍କିଦେଇ ଚୁମ୍ବନଟିଏ ଅଧରରେ ।
★★★★★★★★
ଦୀପିକା ଦାଶ
1,298 total views, 1 views today
wow, awesome blog post.Thanks Again. Really Cool.
Appreciate you sharing, great blog article.Really looking forward to read more. Keep writing.
Thanks again for the article post. Awesome.