March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ମମତାର ମୁକ ଭାଷା — ଦୀପିକା ଦାଶ*

#ମମତାର_ମୁକ_ଭାଷା

କୁନି ଛୁଆଟିର ଆଖିରେ ଅନେକ ଲୁହ । ତା’ ମା, ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିର ଦାୟିତ୍ୱହୀନ ଓ ଅସାଵଧାନତାର ଶିକାର ହୋଇ କାର ତଳେ ଚାପି ପ୍ରାଣ ହରାଇଦେଲା । ମୋ ବୋଉ ମନ୍ଦିର ଯିବାବେଳେ ଦେଖିଲା ରାସ୍ତା କଡରେ ଛୁଆଟି ନିଜ ମା’ ମୃତଦେହ ପାଖେ ବସି ଅସହାୟ ବିକଳ ହୋଇ କାନ୍ଦୁଥିଲା । ବୋଧହୁଏ ଏ ଦୁନିଆରେ ସେଇ ଛୁଆଟିର ଆଉ କେହି ଅତ୍ମୀୟସ୍ଵଜନ ନ’ ଥିଲେ । କିଛି ସମୟ ପରେ ବି ଏମ୍ ସିର ଗାଡି ଆସି ମୃତଦେହଟିକୁ ଗାଡ଼ିରେ ଲଦି ନେଇ ଚାଲିଗଲା । ଛୁଆଟି ସେଇ ଗାଡି ପଛରେ ନିଜ ମା’ କୁ ପାଇବା ଆଶାରେ ବହୁତ ଦୂର ପର୍ଯ୍ୟନ୍ତ ଦୌଡ଼ିଗଲା । ଗାଡିଟି ଛୁଆଟିର ଦୃଷ୍ଟି ପରିସୀମାରୁ ଧୀରେ ଧୀରେ ବାହାରକୁ ଚାଲିଗଲା ।
ବୋଉ ଛିଃ ଛା ହୋଇ ମନସ୍ତାପ କରି ଘରକୁ ଆସିଗଲା । ଯାବତୀୟ କାମ ଶେଷ କରି ଘରର ସଦସ୍ୟଙ୍କ କଥା ବୁଝୁବୁଝୁ ଦିନଟି ଶେଷ ।
ତା ପରଦିନ ସକାଳୁ ଉଠି ବୋଉ ପୁଣି ମନ୍ଦିର ଯିବାକୁ ବାହାରିଲା । କାଲିର ଘଟଣା ଘଟିଥିବା ରାସ୍ତାରେ ସେ ଦେଖିଲା, ଛୁଆଟି ଏବେ ବି ତା ମା’ କୁ ଝୁରି ଲୁହ ଗଡାଉଥିଲା । ବୋଉର ମନ ଆଉ ସମ୍ଭାଳିଲା ନାହିଁ । ସେ ବି ତ ମା’ ଟିଏ । ମା’ଛେଉଣ୍ଡ ଛୁଆଟିକୁ କେମିତି ବା ସେ ଏକଲା ଛାଡିଦେଇ ଆସିଥାନ୍ତା । ବୋଉ ବଡ ସରାଗରେ ଛୁଆଟି ପାଖକୁ ଯାଇ ସମବେଦନା ଜଣାଇଲା । ଛୁଆଟି ବୋଉର ମୁହଁକୁ ଆଲୁବାଲୁ କରି ଅନାଇରହିଲା । ବୋଉର ଆଖିରେ ପ୍ରତିଫଳିତ ହେଉଥିବା ମମତାକୁ ସେ ବୋଧହୁଏ ବୁଝିପାରିଥିଲା । ବୋଉର
ପଣତକାନି ଧରି ତା ଉପରକୁ ଛୁଆଟି ଚଢ଼ିଗଲା । ମୋ ବୋଉ ଭାରି ସ୍ନେହୀ ଓ ଦୟାଳୁ । ଉଡ଼ିଗଲା ପକ୍ଷୀର ପେଟକଥା ବୁଝିନିଏ । ଘରକୁ ନେଇଆସିଲା ତାକୁ । ଘରର ସବୁ ସଦସ୍ୟ ପରି ସେ ବି ଗୋଟିଏ ସଦସ୍ୟ ବୋଲି ଆମେ ସବୁ ମାନି ନେଇଥିଲୁ । ସବୁଠାରୁ ବେଶୀ ଖୁସିଥିଲି ମୁଁ । ମୋତେ ଖେଳିବା ପାଇଁ ଗୋଟିଏ ସାଙ୍ଗ ମିଳି ଯାଇଥିଲା । ଆମେ ଦୁହେଁ ଏକାଠି ଖେଳୁ, ଏକାଠି ଶୋଉ, ବୁଲୁ ଏମିତି ଏକାସାଙ୍ଗରେ ବଢିବାକୁ ଲାଗିଲୁ । ସ୍କୁଲରୁ ଆସିଲେ ବସ୍ତାନୀ ଫିଙ୍ଗିଦେଇ ଧାଇଁ ଧାଇଁ ଆଗ ଚିନୁକୁ କୋଳେଇ ନେଉଥିଲି ।
ଦିନେ ବୋଉ ବଜାରକୁ ଗଲାବେଳେ ଚିନୁ ମଧ୍ୟ ହଟ କରି ଚାଲିଗଲା ବୋଉ ସହ । ବୋଉ ସାବି ମାଉସୀ ସହ କଥା ହଉହଉ, ହାତରୁ ମୋବାଇଲଟି ଖସିଗଲା ।ଯାନବାହାନ ଯାତାୟାତ ବେଳେ, ତା ମୋବାଇଲ୍ ଉପରେ କୋଉ ଗାଡ଼ି ମାଡ଼ିଯିବା ଭୟରେ, ମୋବାଇଲ୍ ଟିକୁ ଅନ୍ୟମନସ୍କ ଥାଇ ଆଣିବାକୁ ଦୌଡ଼ିଗଲା । ବୋଉର ଅଜ୍ଞତା ଭିତରେ ତା ଆଡ଼କୁ ଗାଡିଟିଏ ଦ୍ରୁତଗତିରେ ମାଡି ଆସିଥିଲା । ଚିନୁର ଡାକ ବୋଉ ବୁଝିପାରୁ ନ’ଥିଲା ।ତେଣୁ ବାଧ୍ୟ ହୋଇ ଚିନୁ ବୋଉକୁ ବଞ୍ଚାଇବାକୁ ଯାଇ ଟ୍ରକ୍ ସାମ୍ନାକୁ ଆସି ବୋଉର ପଣତକାନିକୁ ଦାନ୍ତରେ କାମୁଡି ଆସନ୍ନ ବିପଦର ସଙ୍କେତ ଦେଇଥିଲା । ବୋଉ ରାସ୍ତାର ପାର୍ଶ୍ଵକୁ ଚାଲିଗଲା ସତ କିନ୍ତୁ ସେହି ଟ୍ରକ୍ ଟି ଚିନୁ ଉପର ଦେଇ ମାଡ଼ିଗଲା । ଚିନୁ ମନରେ ଥିବା ମମତା ବୋଉକୁ ଆସନ୍ନ ବିପଦରୁ ବଞ୍ଚାଇଦେଲା ସତ କିନ୍ତୁ ଘଟଣା ସ୍ଥଳରେ ହିଁ ଚିନୁ ଆମକୁ ଛାଡ଼ି ସବୁ ଦିନ ପାଇଁ ଚାଲିଗଲା ।
ବୋଉ ସତ କହୁଥିଲା,ଏ ସ୍ୱାର୍ଥପର ମନୁଷ୍ୟ ସମାଜଠାରୁ ଢେର୍ ଗୁଣରେ ଭଲ ଏଇ ନିରୀହ ପ୍ରାଣୀ ସମାଜ । କୁକୁରଟିଏ ହୋଇ ସୁଦ୍ଧା, ଚିନୁର ବଳିଦାନ ଅତୁଳନୀୟ,ସ୍ମରଣୀୟ।

#ଦୀପିକା ଦାଶ

 1,391 total views,  1 views today

One thought on “*ମମତାର ମୁକ ଭାଷା — ଦୀପିକା ଦାଶ*

Leave a Reply

Your email address will not be published. Required fields are marked *