ତୁମେ — କବିତା ଖୁଣ୍ଟିଆ
ତୁମେ ତୁମେ ଆଜି କାଇଁ ଲାଗ ଏତେ ସୁନ୍ଦର ତୁମକୁ ଦେଖି ଏ ଛାତି ମୋର ହୁଏ ଅଧିର । ଯେ ରୂପର ନାହିଁ କେବେ କଳ୍ପନା, ସେ ରୂପକୁ କେମନ୍ତ କରିବି ମୁଁ ବର୍ଣ୍ଣନା । କନ୍ଦର୍ପର ରୂପ ପରି ତୁମ ରୂପ ଲାଗେ, ଆଖି ମୋର ରହିଯାଏ ତୁମ ରୂପ ଆଗେ
Poem
ତୁମେ ତୁମେ ଆଜି କାଇଁ ଲାଗ ଏତେ ସୁନ୍ଦର ତୁମକୁ ଦେଖି ଏ ଛାତି ମୋର ହୁଏ ଅଧିର । ଯେ ରୂପର ନାହିଁ କେବେ କଳ୍ପନା, ସେ ରୂପକୁ କେମନ୍ତ କରିବି ମୁଁ ବର୍ଣ୍ଣନା । କନ୍ଦର୍ପର ରୂପ ପରି ତୁମ ରୂପ ଲାଗେ, ଆଖି ମୋର ରହିଯାଏ ତୁମ ରୂପ ଆଗେ
ଅକୁହା କଥା କେମିତି କହିବି ସାଥି ମୁଁ ତୁମକୁ କେମିତି କହିବି ଜାଣେନା, ଜାଣିକି ପାରୁନ ମୋ ହୃଦ ବେଦନା ଦେଉଛ ଏତେ ଯାତନା । କେତେ ଦୂରେ ଅଛ ତୁମେ ମୋର ପ୍ରିୟ କେତେ ଦୂରେ ଅଛି ମୁହିଁ, କେବେ ଯେ ଘଟିବ ଏ ବିରହ ଅନ୍ତ ତାହାକୁ ରହିଛି ଚାହିଁ ।
ସମୟ ହେ ସମୟ ତୁମେ ଏତେ, ନିଷ୍ଠୁର ହୃଦୟହୀନ କାହିଁକି? କେବେ କାହା ଦୁଃଖରେ ତ ଭାଗିଦାର ହୁଅନାହିଁ । ତେବେ କାହା ସୁଖ, କିଞ୍ଚିତ ଦିନରେ ଛଡ଼େଇନିଅ କାହିଁକି? କେବେ ନିଜେ ତ କାନ୍ଦନାହିଁ, ତେବେ ଅନ୍ୟକୁ କନ୍ଦାଅ କାହିଁକି? କେବେ ନିଜେ ଖରାରେ, ବୁଲି ବୁଲି ତ ଥକନାହିଁ, ହେଲେ ଅନ୍ୟକୁ ଖରାରେ
मैं और मेरे पापा मैं किताब हूँ तो मेरे पापा उसमें लिखी हुई शव्द मैं पतंग हूँ तो मेरे पापा मेरे ड़ोर मैं किरण हूँ तो मेरे पापा मेरे सूरज । मैं उड़ती हुई पंछी हूँ तो मेरे पापा मेरे खुली
ଆତ୍ମହତ୍ୟା ମୃତ୍ୟୁ ପଛର କାରଣ ଗୋଟେ କିନ୍ତୁ ବଞ୍ଚିବା ପାଇଁ ହଜାର କାରଣ ଅଛି ହଜାରେ ଆଶା ଅଛି, ହଜାରେ ସ୍ବପ୍ନ ଅଛି, ଆତ୍ମହତ୍ୟା କରିବା ଆଗରୁ ଥରେ ଦେଖିଆସ ଡାକ୍ତର ଖାନାରେ ରୋଗୀଟି କିପରି ଛଟ୍ ପଟ୍ ହେଉଛି ବଞ୍ଚିବା ପାଇଁ କି ବ୍ୟାକୁଳ ହେଉଛି । ହେ ମନୁଷ୍ୟ ସମାଜ ବୁଝ ଥରେ
କଥାଟା ମନରେ ହେଜ ଇଚ୍ଛନ୍ତି ଯେ ଜନ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରୀ, ନିଜ ଭାଗ୍ଯ ଡୋରୀ କାଳ ହସ୍ତେ ବନ୍ଧା ଯାଆନ୍ତି ପରା ପାଶୋରି । ଜୀବନ ଜଞ୍ଜାଳ ସୁଖ-ଦୁଃଖ ଭରା ବାଧା ବିଘ୍ନ ପରିପୂର୍ଣ୍ଣ, ସାଗର ଜୁଆର ଲଭୁଥାଇ ସଦା ଯେହ୍ନେ ଉତ୍ଥାନ ପତନ । ବିପତ୍ତି ବେଳାର ସୁଯୋଗକୁ
ଭକତ ପଥିକ ପାଦ ଚିପି ଚିପି ଏ ପ୍ରଖର ବୈଶାଖେ ଆସିଛି ମୁଁ ଏକା ଏକା, ଚାଲିବାକୁ ଆଉ ପାଉନି ସାହସ ଜୀବନ ଲାଗିଲାଣି ଫିକା । ତୁଣ୍ଡେ ନେଇ ତୁମ ନାମ ଆସିଛି ହେ ସଖା, ବିଳମ୍ବ ଆଉ କରନି ହେ ନାଥ ଆସି ଥରେ ଦିଅ ଦେଖା । ଦର୍ଶନ କରିବି
ଦୁର୍ଭାଗ୍ୟ କେଉଁ ଘଡ଼ିସନ୍ଧି ମୁହୂର୍ତ୍ତେ କେଜାଣି ହୋଇଥିଲା ମୋର ଜନ୍ମ, କାହିଁ କରେ ଏତେ ପଶ୍ଚାତାପ ମୁହିଁ କରୁନାହିଁ ତ କୁକର୍ମ । କେତେ ପାପ କେବେ କରିଛି କେଜାଣି ସରେ ନାହିଁ ମୋର ଦୁଃଖ, ପ୍ରାୟଶ୍ଚିତ ଆଜି ଯେତେ ବି କରିଲେ ପାଉ ନାହିଁ ଟିକେ ସୁଖ । କେଉଁ ପୁଷ୍ପଅର୍ଘ୍ୟେ ପୂଜିଲେ
ବିଦ୍ୟାର ଆହ୍ୱାନ କୋଇଲିର କୁହୁତାନ ଭାଦ୍ରବର ଆଗମନ ଶୁଭ ଶଙ୍ଖେ ଉଛୁଳୁଛି ଗଗନ ପବନ, କୋଟିଜନ ପ୍ରାଣ ତୁମେ, ତୁମେ ହିଁ ନିର୍ବାଣ ଧରାଧାମେ ଜ୍ଞାନ ବୁଣ ଗଉରୀ ନନ୍ଦନ । କାଶତଣ୍ଡୀ ଆନମନା କ୍ଷେତ ସାରା ସବୁଜିମା, ମନ୍ଦିର ମଣ୍ଡପେ ଖାଲି ତୁମରି ପ୍ରତିମା । ପଦପଙ୍କଜରେ ତୁମ କରୁଛି ବିନତି, ଅଜ୍ଞାନ ଅନ୍ଧାର
ବନ୍ଧୁ ପଣିଆ ଭାବରୁ ବନ୍ଧନ ବନ୍ଧନରେ ବନ୍ଧୁ ବନ୍ଧୁ ପ୍ରୀତି ବନ୍ଧୁ ପଣିଆ, ଅକାଳେ ଝରଇ ସମ୍ପର୍କର ବିନ୍ଦୁ ଅଭାବରେ ହିନିମାନିଆ । ଦୁଃଖ ଜାଣେ ବନ୍ଧୁ ହୃଦୟକୁ ଯାଇ ଖେଳାଏ ସୁଖର କିରଣ, ଅସମୟେ କେବେ ପାଖରୁ ହଟେନି ସେ ପ୍ରିୟ ବନ୍ଧୁରେ ଗଣନ । କୃଷ୍ଣ ବାଲ୍ୟବନ୍ଧୁ ଯେସନେ ସୁଦାମା ପ୍ରେମ
ଶିଶୁ ଦିବସ ସକାଳ ସୂରୁଜ ବୁଣୁଛି ମୁରୁଜ ଆଜି ତ ଶିଶୁଦିବସ, ଆନନ୍ଦ ଚିତ୍ତରେ ପାଳନ କରନ୍ତି ଶିଶୁଙ୍କ ମୁଖେ ହରଷ । ନିଜ ଜନ୍ମଦିନ ଶିଶୁଙ୍କ ଦିବସ ପ୍ରସ୍ତାବ ରଖି ଦେଇଣ, ସେନେହ ସରାଗ ଶିଶୁଙ୍କୁ ପରଶି ଜିଣିଲେ ତାଙ୍କରି ମନ । ସେ ମହାପୁରୁଷ ସୁଯୋଗ୍ୟ ସନ୍ତାନ ଭାରତ ମାତୃକା ପାଇଁ,
ନଭେମ୍ବର ଚଉଦ ଆଜି ନଭେମ୍ବର ଚଉଦ ତାରିଖ ନେହେରୁଙ୍କ ଜନ୍ମ ଦିନ, ସବୁରି ଅନ୍ତରେ ଚାଚା ନେହେରୁ ସେ ପ୍ରଧାନ ମନ୍ତ୍ରୀ ପ୍ରଥମ । ଶିଶୁ ମାନଙ୍କୁ ସେ ଭଲ ପାଉଥିଲେ କୁସୁମ କଳିକା ପରି, ତାଙ୍କରି ଉନ୍ନତି କରିବାରେ କେତେ ଦେଇଥିଲେ ଶ୍ରମ ଢାଳି । କାରାଗାର ଯାଇ ବହୁ କଷ୍ଟ
ଶିଶୁ ଦିବସ ଅରୁଣ କୁମାର ମହାପାତ୍ର ହୋଇପାରେ ସିଏ ଆକାରରେ କ୍ଷୁଦ୍ର ପ୍ରସ୍ଫୁଟିତ ହେବ ଅଳ୍ପ ଦିନେ, ଆଶା ଅସୁମାରୀ ସ୍ବପ୍ନ ଅଛି ଭରି ସାକାର ତା’ ପ୍ରତିଭା ଚୟନେ । ଶିଶୁ ଅମାୟିକ କପଟ ରହିତ ଓଠେ ଥାଏ ତାର ସଦା ହସ, ଜଞ୍ଜାଳ ବିହୀନ ସଂସାର ତାହାର ଶତ୍ରୁ ହୁଏ ତା’
ଶିଶୁ ତୁ ଆଜି ଶିଶୁ ଜ୍ୟୋତ୍ସ୍ନା ରାଣୀ ଦେବୀ ଚନ୍ଦ୍ରଉଦିଆ ମୁହଁଟା ତୋର ଫିକିଫିକି ତୁ ହସୁ, କଅଁଳ କୁନି କୁସୁମଟିଏ ମହମହ ତୁ ବାସୁ । ଶିଶୁ ତୁ ଆଜି ଶିଶୁ, କେଡେ ମଧୁର କେଡେ ସୁନ୍ଦର ଢଳଢଳ ତୁ ଦିଶୁ । ଶିଶୁ ତୁ…….. ନାହିଁ ତୋ ମନେ ଛନ୍ଦ କପଟ
ଇଚ୍ଛା ପତ୍ର ଯେବେ ବାହାରିବ ମୋ ଶବାଧାର ହେ ଶବ୍ଦ ତୁମେ ବିଚ୍ଛୁରିତ ହେବ ମୋ କବିତା ଗୁଚ୍ଛରୁ ପୁଣି ପୁଲକିତ ହେବାକୁ କେଉଁ ଓଠରୁ କେଉଁ କଲମ ମୁନରୁ କାଳ କାଳ ପାଇଁ ଅମର ହେବାକୁ । ତୁମକୁ ତୋଳି ଆଣିଥିଲି କେଉଁ ପାଦର ନୁପୁର ଶବ୍ଦରୁ କେଉଁ ମାଦକଭରା ଚାହାଣୀରୁ କେଉଁ ଗୋଲାପି
ଶିଶୁ ଦିବସ ଭାସ୍କର ରାଉତ ଶିଶୁଟି ଅଟଇ ଆମ ଭବିଷ୍ୟତ ସମସ୍ତେ କହୁଅଛନ୍ତି, କ୍ଷୁଧା ଅନାହାରେ ଅପପୌଷ୍ଟିକରେ ଅକାଳେ ଝଡ଼ି ପଡ଼ନ୍ତି । କେତେ ନବଜାତ ହୁଅନ୍ତି ଅନାଥ ବୁଦା ରାସ୍ତା କଡ଼େ ପଡ଼ି, କୁଆଁରୀ ମାତୃତ୍ବ କରାଏ ବିବ୍ରତ ଯାଏ ସେ ତାହାକୁ ଛାଡ଼ି । ଗର୍ଭପାତ ପାଇଁ ଅନୁମତି ଦେଇ
ଆସ ଯିବା ବାଲିଯାତରା ହେମନ୍ତ କୁମାର ସାହୁ ଆସ ଆସ କିଏ ଯିବାକୁ ଇଛୁକ ଦେଖି ଯିବ ବାଲି ଯାତରା, ଦୋଳିରେ ବସିବ ଚକ୍ରିରେ ଘୂରିବ ଖାଇବ କଟକ ଦହିବରା । ଦୋଷା ଚାଟ୍ ସଙ୍ଗେ ଠୁଙ୍କାପୁରି ଖାଇ ଗୁପୁଚୁପ୍ ଖୁଆଇବି, ବାଲି ଯାତରାର ପ୍ରତ୍ୟେକଟି ସ୍ଥାନ ବୁଲାଇ ଦେଖେଇ ଦେବି ।
ଶିଶୁଟିଏ ମୁଁ ଶିଶୁଟିଏ ଆଦରେ ଯତ୍ନରେ ଲାଳନପାଳନ ହୁଏ ଯେ ସେ ଶିଶୁ, କୋଟି ବ୍ରହ୍ମାଣ୍ଡ ହାଣ୍ଡିର ଅମୂଲ୍ୟ ହୁଏ ଯେ ସେ ଶିଶୁ । ଉଦାର ହୃଦୟକୁ ଛୁଇଁ ମମତା ଢାଳେ ଯେ ସେ ଶିଶୁ, ନିଷ୍ପାପ ମନ କୋମଳ ବଦନ କାନ୍ତି ଯେ ସେ ଶିଶୁ । ସ୍ଥିତପ୍ରଜ୍ଞ ଅମୃତ ତନୟ
ପ୍ରେମଚିଠି ସରୋଜ କୁମାର ସାହୁ ଗୋପନେ ଲେଖିଛି ଗହନ ବନର ଚୋରା ପୀରତିର କଥା, ସଙ୍ଗିନୀ ମେଳରେ ପଢିବ ଯଦିଓ ମନରେ ଲାଗିବ ବ୍ୟଥା। ଅକ୍ଷର ଦେହରେ ଭିଜେଇ ଦେଇଛି ମୋ ପ୍ରେମର ସବୁ ଭାବ, ପଢୁଥିବ ଯେତେ ଭିଜୁଥିବ ସେତେ ଆଖି ଓଠ ସାକ୍ଷୀ ଥିବ। ଚିଠି ମଧ୍ୟେ ପୁଣି ମାଗିଛି
ନଭେମ୍ବର ଚଉଦ ଚଟେଇ ଆଉ କନାରେ ଡଷ୍ଟର ବନେଇକି ଦେ ମା’ ଦିଦି କହିଛନ୍ତି… ନହେଲେ ଆଣ୍ଠେଇଦେବେ ମୋତେ… ସମସ୍ତେ ନେଇ ଦେବେ ମୁଁ ଏକା ହେଇଯିବି ମା’ କେମିତି କହିବି ଯେ ଆମେ ତଳେ ନହେଲେ ଛିଡ଼ା ଅଖାରେ ବସି ଖାଉ ଚଟେଇ କୋଉଠୁ ଆଣିବୁ ସାତ ସିଆଁ ଲୁଗା ପିନ୍ଧୁ ଡଷ୍ଟର କେମିତି ବନେଇବୁ