ଆତ୍ମହତ୍ୟା
ମୃତ୍ୟୁ ପଛର କାରଣ ଗୋଟେ
କିନ୍ତୁ ବଞ୍ଚିବା ପାଇଁ ହଜାର କାରଣ ଅଛି
ହଜାରେ ଆଶା ଅଛି, ହଜାରେ ସ୍ବପ୍ନ ଅଛି,
ଆତ୍ମହତ୍ୟା କରିବା ଆଗରୁ ଥରେ ଦେଖିଆସ
ଡାକ୍ତର ଖାନାରେ ରୋଗୀଟି କିପରି ଛଟ୍ ପଟ୍ ହେଉଛି
ବଞ୍ଚିବା ପାଇଁ କି ବ୍ୟାକୁଳ ହେଉଛି ।
ହେ ମନୁଷ୍ୟ ସମାଜ ବୁଝ ଥରେ
ତୁମ ପୁଣ୍ୟ ବଳରେ ତୁମେ ମଣିଷ ଜନ୍ମ ପାଇଛ,
ପ୍ରଥମେ ମାତୃଗର୍ଭ ରୁ ତୁମ ସଂଘର୍ଷ ଆରମ୍ଭ ହୋଇଛି
ମାତୃଗର୍ଭରେ ଯୁଦ୍ଧ ରୂ ବିଜୟ ଲାଭ କରି
ଆଜି ତୁମେ ମନୁଷ୍ୟ ରୂପେ ଜନ୍ମଲାଭ କରିଛ ।
ହେ ମନୁଷ୍ୟ ବୀର ଉତ୍ତର ଦିଅ
କାହିଁ ତୁମେ ଅସହାୟ ହୋଇପଡ଼ିଛ
ଆତ୍ମହତ୍ୟା ପରି ମହାପାପ ଅର୍ଜନ କରୁଛ,
ବୁଝ ଥରେ ତୁମ ଜୀବନର ମହତ୍ୱ
ସମାଜ ପ୍ରତି ଥିବା ତୁମ ଅକଳନୀୟ ଦାୟିତ୍ୱ ।
ହେ ମନୁଷ୍ୟ ବୀର ଧର୍ଯ୍ୟହରା ହୁଅ ନାହିଁ
ସବୁ ସମସ୍ୟାର ତ ସମାଧାନ ଅଛି
ବୀରତ୍ୱର ସହ ସାମ୍ନା କର ସମସ୍ୟାକୁ
ରଣ କ୍ଷେତ୍ରରେ ନିଶ୍ଚୟ ବିଜୟ ଲାଭ କରିବ,
କାହିଁକି ତୁମେ ଭୀରୁ ପାଲଟି ଯାଉଛ
ରଣ କ୍ଷେତ୍ର କୁ ଛାଡି ଚାଲିଯାଉଛ ସବୁଦିନ ପାଇଁ
ଜୀବନ ଯୁଦ୍ଧରେ ବିଜୟ ଲାଭ କର ।
ହେ ମନୁଷ୍ୟ ବୀର ସାହସ ବାନ୍ଧ ନିଜ ଭିତରେ
ଯଦି କେବେ ହାରିଯାଅ ଏଇ ଜୀବନର କଣ୍ଟକିତ ରାସ୍ତା ରେ
ହେ ବୀର କେବେ ଭାଙ୍ଗି ପଡ଼ିବନି ,
ହାରିବା ପରେ ତ ବୋହୁତ କିଛି ଶିକ୍ଷା ମିଳେ
ଆଉ ସେଇ ଶିକ୍ଷା ଜୀବନର ମୋଡ଼କୁ ପରିବର୍ତ୍ତନ କରେ
ନୂଆ ଏକ ଆଶା, ନୂଆ ଏକ ଉଦିପନ୍ନା ଉଦୟ ହୁଏ ଜୀବନରେ ।
ସରୋଜିନୀ ସୂତାର