ବିଦ୍ୟାର ଆହ୍ୱାନ
କୋଇଲିର କୁହୁତାନ ଭାଦ୍ରବର ଆଗମନ
ଶୁଭ ଶଙ୍ଖେ ଉଛୁଳୁଛି ଗଗନ ପବନ,
କୋଟିଜନ ପ୍ରାଣ ତୁମେ, ତୁମେ ହିଁ ନିର୍ବାଣ
ଧରାଧାମେ ଜ୍ଞାନ ବୁଣ ଗଉରୀ ନନ୍ଦନ ।
କାଶତଣ୍ଡୀ ଆନମନା କ୍ଷେତ ସାରା ସବୁଜିମା,
ମନ୍ଦିର ମଣ୍ଡପେ ଖାଲି ତୁମରି ପ୍ରତିମା ।
ପଦପଙ୍କଜରେ ତୁମ କରୁଛି ବିନତି,
ଅଜ୍ଞାନ ଅନ୍ଧାର ନାଶ ଆହେ ଗଣପତି ।
ଜ୍ଞାନ ହେଲେ ତୁମ, ଲକ୍ଷ୍ୟ ନଦୀ ତୁଠ,
ସାଜିଥାଏ ଶିକ୍ଷା ଖାଲି ଜ୍ଞାନ ଲକ୍ଷ୍ୟ ପଥ ।
ବାସ୍ତବରେ ସଦା ଥାଉ ମୁକ୍ତ ନୟନ,
ସାର୍ଥକ କରାଉ ତୁମ ଦୁର୍ଲଭ ଜୀବନ ।
ବାସ୍ତବତା ଜ୍ଞାନ ନୁହଁ ବିଷୟ ଭିତ୍ତିକ,
ବିଷମ ବିଷୟ କରେ ଜୀବନ ସାର୍ଥକ ।
ଚାରିଆଡ଼େ କୁଢ଼ କୁଢ଼ ଶିକ୍ଷାରୋଗୀ ଖାଲି,
ସଭିଏଁ ବୋଲନ୍ତି ଆମେ ଜ୍ଞାନଲିପ୍ସୁ ବୋଲି ।
ଜୀବନ ଚର୍ଯ୍ୟାରେ ଯିଏ କର୍ତ୍ତବ୍ୟକୁ ଧରେ,
ପ୍ରକୃତରେ ସେହି ଜ୍ଞାନୀ ଅଟେ ଏ ସଂସାରେ ।
କର୍ତ୍ତବ୍ୟରେ ରହୁ ଶିକ୍ଷା, ଜ୍ଞାନରେ ଜୀବନ
ଏହା ହେଉ ସଭିଙ୍କର ବିଦ୍ୟାର ଆହ୍ୱାନ ।
ଅଙ୍କିତ୍ କୁମାର ସ୍ୱାଇଁ
ଶାସନ୍ଦା, ବିଂଝାରପୁର , ଯାଜପୁର