ତୁମେ
ତୁମେ ଆଜି କାଇଁ ଲାଗ ଏତେ ସୁନ୍ଦର
ତୁମକୁ ଦେଖି ଏ ଛାତି ମୋର ହୁଏ ଅଧିର ।
ଯେ ରୂପର ନାହିଁ କେବେ କଳ୍ପନା,
ସେ ରୂପକୁ କେମନ୍ତ କରିବି ମୁଁ ବର୍ଣ୍ଣନା ।
କନ୍ଦର୍ପର ରୂପ ପରି ତୁମ ରୂପ ଲାଗେ,
ଆଖି ମୋର ରହିଯାଏ ତୁମ ରୂପ ଆଗେ ।
କେଉଁ ହାତେ ଗଢିଥିଲେ ଇଶ୍ଵର ତୁମକୁ,
ତୁମ ରୂପ ତଳେ ହାରେ ଏ ପ୍ରେମିକା ବୁକୁ ।
ତୁମ ମୁହେଁ ଫଗୁ ରଙ୍ଗ ଲାଗେ ଭାରି ଭଲ,
ଇଚ୍ଛା ହୁଏ ଫଗୁ ଖେଳି କରନ୍ତି ଯେ ଗେଲ ।
କବିତା ଖୁଣ୍ଟିଆ
ବାଲେଶ୍ବର