April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2022
15

ଶିଶୁ ଦିବସ — ଜନ୍ମଜୟ ନାୟକ

ଶିଶୁ ଦିବସ   ସକାଳ ସୂରୁଜ ବୁଣୁଛି ମୁରୁଜ ଆଜି ତ ଶିଶୁଦିବସ, ଆନନ୍ଦ ଚିତ୍ତରେ ପାଳନ କରନ୍ତି ଶିଶୁଙ୍କ ମୁଖେ ହରଷ ।   ନିଜ ଜନ୍ମଦିନ ଶିଶୁଙ୍କ ଦିବସ ପ୍ରସ୍ତାବ ରଖି ଦେଇଣ, ସେନେହ ସରାଗ ଶିଶୁଙ୍କୁ ପରଶି ଜିଣିଲେ ତାଙ୍କରି ମନ ।   ସେ ମହାପୁରୁଷ ସୁଯୋଗ୍ୟ ସନ୍ତାନ ଭାରତ ମାତୃକା ପାଇଁ,

Loading

Nov
2022
15

ଶିଶୁଟିଏ ମୁଁ ଶିଶୁଟିଏ — ଜନ୍ମଜୟ ନାୟକ 

ଶିଶୁଟିଏ ମୁଁ ଶିଶୁଟିଏ    ଜନ୍ମଜୟ ନାୟକ    ରୂପା ବଗିଚାରେ ସୁନାଫୁଲ ମୁହିଁ ହସିଖେଳି ମୋ ଦିନ ଯାଏ, ମହକରେ ମୋର ବାସେ ଏ ସଂସାର ଶିଶୁଟିଏ ମୁଁ ଶିଶୁଟିଏ ।   ମା’ ପାଶେ ଅଳି ତା’ ପଣତେ ଦୋଳି ବାପାଙ୍କ ଆକଟେ ଡରିଯାଏ, କଡ଼ାକଥା ପଦେ ମୋତେ ଭାରି ବାଧେ ଶିଶୁଟିଏ ମୁଁ ଶିଶୁଟିଏ

Loading

Oct
2022
8

ସେହି ନାରୀ — ଜନ୍ମଜୟ ନାୟକ

ସେହି ନାରୀ   ନାମ ସିନା ତା’ ଦୁହିତା ଦୁଇକୁଳକୁ ସେ ହିତା ଧରାରେ ଜନମ ଲଭେ ସହିବା ପାଇଁ , ବାପାଙ୍କର ଅଲିଅଳି ଭାଇ ସାଥେ କରେ କଳି କିଛି ନ ପାଶୋରି ଯାଏ ଏରୁଣ୍ଡି ଡେଇଁ, କାହାର ସେ ଅରି ନୁହଁଇ ମମତାମୟୀ ମାଆ ସେ ସେନେହମୟୀ ।   ଦେବୀ ମମତା ମନ୍ଦିରେ ଲୁହ

Loading

Oct
2022
8

ଆହେ ଗଜାନନ — ଜନ୍ମଜୟ ନାୟକ

ଆହେ ଗଜାନନ   ଆହେ ଗଜାନନ କରୁ ନିମନ୍ତ୍ରଣ ମର୍ତ୍ତ୍ୟପୁରେ ଆସ ଚାଲି, ତବ ଆଗମନେ ହସିବ ଧରଣୀ ସବୁ ଦୁଃଖ ଯିବୁ ଭୁଲି , ନାନାରଂଗ ପୁଷ୍ପ ତୋଳି, ମଣ୍ଡପ ସଜାଇ ତୁମକୁ ବସାଇ ଜାଳିବୁ ଭକ୍ତି ଦୀପାଳି ।   ମୂଷିକ ବାହନେ ବସିଥିବ ତୁମେ ଶୁଭୁଥିବ ଶଙ୍ଖ ଧ୍ୱନି, ତୁମକୁ ଦେଖିଣ ଫେରିବନି ଆଖି

Loading

Oct
2022
8

ଶିଶୁଟିଏ ମୁଁ ଶିଶୁଟିଏ  — ଜନ୍ମଜୟ ନାୟକ 

ଶିଶୁଟିଏ ମୁଁ ଶିଶୁଟିଏ    ବଗିଚାରେ ମୁଁ ଫୁଲଟିଏ , ହସିଖେଳି ମୋ ଦିନ ଯାଏ। ଦୁନିଆ ମହକାଇଦିଏ, ଶିଶୁଟିଏ ମୁଁ ଶିଶୁଟିଏ।   ମାଆ ପାଶେ କରଇ ଅଳି, ତା’ ପଣତେ ଖେଳଇ ଦୋଳି। ବାପା ଆକଟେ ଡରିଯାଏ, ଶିଶୁଟିଏ ମୁଁ ଶିଶୁଟିଏ।   ମମତା ଛୁଆଁରେ ମୋ ଖୁସି, ଟିକେ କଥାରେ ଯାଏ ରୁଷି। ଟିକେ

Loading

Oct
2022
8

ଏଇତ ଜୀବନ — ଜନ୍ମଜୟ ନାୟକ 

ଏଇତ ଜୀବନ   ସଂପର୍କର ଦୋଛକିରେ ମାନବିକତା ହଜେରେ ନିମିଷେ ଭାଙ୍ଗଇ ପୁଣି ବିଶ୍ୱାସ ବନ୍ଧ, ସ୍ୱାର୍ଥପରତାର ଗନ୍ଧ ମଣିଷକୁ କରେ ଅନ୍ଧ ଛିଡଇ ସେନେହ ଆଉ ମମତା ବୋଧ , ପାଚେରି ବି ଉଠଇ ଘରେ ଖୁସି ନିଲାମ ହୁଅଇ ଲୁହ ହାଟରେ ।     କେବେ ଲୁହଧାର ଝରେ କେବେ ହସ ଓଠଧାରେ ଲୁହ

Loading

Oct
2022
8

ମହାଶିବରାତ୍ରି — ଜନ୍ମଜୟ ନାୟକ 

ମହାଶିବରାତ୍ରି   ସକାଳୁ ତୋଳିଛି ବେଲପତର ମୁଁ ହାତେ ମୋ ଗଇଶ ହାର ମନେ ଆଜି ମୋର ଆନନ୍ଦ-ଜୁଆର ବରଷେ ଥରେ ଜାଗର ଆହେ ନୀଳକଣ୍ଠେଶ୍ଵର ଜଗତ ବାସୀଙ୍କୁ ଉଦ୍ଧାର କର ହେ ଘେନ ମୋ କୋଟି ଜୁହାର   ଅରଖ ଫୁଲରେ ତୁମ ଶ୍ରଦ୍ଧା ବୋଲି କଇଳାସ ପତି ହର ଅରଖ ଦୁଦୁରା ରଖିଛି ଥାଳିରେ ଗଞ୍ଜେଇକୁ

Loading

Oct
2022
8

ଗୁରୁଙ୍କ ପାଇଁ ପଦେ  — ଜନ୍ମଜୟ ନାୟକ

ଗୁରୁଙ୍କ ପାଇଁ ପଦେ    ଜୀବନୁ କଳୁଷ ହେବନାଶ, ଲଭିଣ ଗୁରୁଙ୍କ ଶୁଭାଶିଷ, ଗୁରୁ ପାଦ ପୂଜି ଭକତିରେ ଭିଜି ପାଳିବା ଆମେ ଗୁରୁଦିବସ ।   କୋଟି ଜୁହାର ତାଙ୍କ ଚରଣେ, ତାଙ୍କୁ ଭୁଲିବା ନାହିଁ ଜୀବନେ, ଗୁରୁ ପଦରଜ ମୁକତିର ବୀଜ ଏକଥା ଆମେ ରଖିବା ମନେ ।   ଗୁରୁଙ୍କର ମହିମା ଅପାର, ମହୀମଣ୍ଡଳେ

Loading

Oct
2022
7

ମୃତ୍ୟୁ [ଭାଗ ୧] — ଜନ୍ମଜୟ ନାୟକ

ମୃତ୍ୟୁ [ଭାଗ ୧]   ତୁମେ ପରା ଅଟ ମୁକତି ଦୁଆର କାମନା ବାସନା ନାଶ, ସବୁ କାମନାର ହୋଇଯାଏ ଅନ୍ତ ପାଇ ତୁମରି ପରଶ, ମିଛ ମୋହ ହୋଇ ଶେଷ, ତବ ଆଗମନେ ଜୀବନ ସାୟହ୍ନେ ରହେ ନାହିଁ ଅବଶୋଷ ।   ମାଟି ଦେହ ପୁଣି ମାଟି ନେବ କିଣି ନିଃଶ୍ବାସର ଯବନିକା, ଆପଣାର ଲୋକେ

Loading

Oct
2022
7

ମୃତ୍ୟୁ [ ଭାଗ ୩] — ଜନ୍ମଜୟ ନାୟକ

ମୃତ୍ୟୁ [ ଭାଗ ୩]   ମିଛ ଦୁନିଆକୁ ମାଗୁଛି ମେଲାଣି ସରିଗଲା ମିଛ ଗପ, ତୁମ ପରଶରେ ଶେଷ ନିଃଶ୍ୱାସରେ ଲିଭିବ ଜୀବନ ଦୀପ, ଅରଜିଛି ଯେତେ ଶାପ, ସେପାରିକୁ ଗଲେ ହିସାବ ହୋଇବ କରିଛି ମୁଁ କେତେ ପାପ ।   ସରବେ ଫେରିବେ ଅଫେରା ରାଇଜେ ମୃତ୍ୟୁ ତୁମ ଆଦେଶରେ, ସରିଯିବ ନାଟ ଭାଙ୍ଗିଯିବ

Loading

Oct
2022
7

ମୃତ୍ୟୁ [ ଭାଗ ୪ ] — ଜନ୍ମଜୟ ନାୟକ

ମୃତ୍ୟୁ [ ଭାଗ ୪ ]   କିଏ ବା ଜାଣିଛି କେବେ ତୁମେ ଆସି ସାରିଦେବ ସବୁଖେଳ, କେତେ କଥା ଅଧା ରହିଯିବ ପୁଣି ପୂରିଯିବ ଯେବେ କାଳ, ସରି ଜୀବନ ଜଞ୍ଜାଳ, ଅବ୍ୟକ୍ତ ବେଦନା ଅଧା ଦେଖା ସ୍ୱପ୍ନ ଛୁଇଁବ କୋକେଇ କୋଳ।   ଦେହ କହୁଥିବ ନ ଫେରେ ଜୀବନ ମୋତେ ତୁହି ଏକା

Loading

Oct
2022
7

ମୃତ୍ୟୁ [ ଭାଗ ୨ ] — ଜନ୍ମଜୟ ନାୟକ

ମୃତ୍ୟୁ [ ଭାଗ ୨ ]   ଜୀବନ କାହାଣୀ ସରିଯାଏ ପୁଣି କୋଳେଇ ନିଏ କୋକେଇ, ମୃତ୍ୟୁ ଆଗମନେ ଆକୁଳ କ୍ରନ୍ଦନେ ଥରଇ ଜନମଭୂଇଁ, ମଣିଷ ଶବ ସାଜଇ, ଅଭିନୟ ସରେ କାଳ ଯେବେ ପୂରେ ମଶାଣିରେ ଜଳେ ଯୁଇ।     ଜୀବନ ଆକାଶେ ସଞ୍ଜ ନଇଁଗଲେ ତୁମେ ଆସ ଅବତରି, ନେଇଯାଅ ପୁଣି ଅଜଣା

Loading

Oct
2022
7

ଗୁରୁଙ୍କ ମାହାତ୍ମ୍ୟ  — ଜନ୍ମଜୟ ନାୟକ

ଗୁରୁଙ୍କ ମାହାତ୍ମ୍ୟ    ହେ ଗୁରୁ ତୁମେ ଦ୍ୱିତୀୟ ଈଶ୍ବର ତୁମେ ହିଁ ପରମେଶ୍ବର, ତୁମ ପାଦ ପଦ୍ମେ ବନ୍ଦନା କରୁଛୁ କରିଣ କୋଟି ଜୁହାର।   ତୁମରି ମହିମା ଭୂମି ଠାରୁ ଭୂମା ପାରିବୁ ନାହିଁ ବଖାଣି, ଅଜ୍ଞାନ ଦୂରେଇ ବିଦ୍ୟାଦାନ କରି ତୁମ ପାଶେ କଲ ଋଣୀ।   ତୁମେ ପରା ବ୍ରହ୍ମା ତୁମେ ପରା

Loading

Apr
2022
22

*ମିଛେଇ_ବୋଉ — ଜନ୍ମଜୟ ନାୟକ*

#ମିଛେଇ_ବୋଉ   -“ବୋଉ ଏ ବୋଉ , ବୋଉ ଲୋ ବୋଉ ! ଡାକି ଡାକି ମୋ ତଣ୍ଟି ଦରଜ ହେଇଗଲାଣି। ତୋତେ କଣ ଶୁଭୁନି କି ? ଭୋକରେ ମୋ ପେଟ ଜଳିଲାଣି। କଣ ଦି’ଟା ଖାଇବାକୁ ବାଢି ଦେ ଲୋ। ” -ରାଜୁ କହିଚାଲିଥାଏ । ସେପଟୁ ଘଡଘଡି ଗର୍ଜନ ପରି ଶବ୍ଦକରି ଶ୍ରୀମତୀ ଦଉଡି

Loading

Apr
2022
22

*ଲେନି ମାଡାମଙ୍କ ଫୁଲଗଛ — ଜନ୍ମଜୟ ନାୟକ*

ଗପର ନାମ ଲେନି ମାଡାମଙ୍କ ଫୁଲଗଛ       ବୟସର ଅପରାହ୍ଣରେ ଉପନୀତ ଲେନି ମ୍ୟାଡାମ ଇତି ମଧ୍ୟରେ ଚାକିରୀରୁ ଅବସର ନେବାର ଛଅ ମାସ ବିତିଗଲାଣି । ସ୍କୁଲ ଘଣ୍ଟିର ପ୍ରତିଧ୍ୱନି ଆଉ କର୍ଣ୍ଣ ଯୁଗଳର ସ୍ପର୍ଶ କରୁନି । କୋମଳ ମତି ଶିଶୁଗଣଙ୍କ ଦୁଷ୍ଟାମି ମଧ୍ୟ ତାଙ୍କ ଆଖିରେ ପଡୁନି l ପ୍ରତି ମୁହୂର୍ତ୍ତରେ

Loading

Apr
2022
22

*ଜୋକର — ଜନ୍ମଜୟ ନାୟକ*

#ଜୋକର   ନିଜ ମନର କୋହକୁ କବର ଦେଇ ସମସ୍ତଙ୍କୁ ହସ ବାଣ୍ଟୁଥିବା ଲୋକର ଦୁଃଖର ପରିଧି ମାପିବା ଦୁନିଆର ସବୁଠାରୁ ଜଟିଳ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯନ୍ତ୍ରଣାର ଜତୁଶାଳରେ ଅହରହ କଷଣର ବ୍ୟାକରଣ ଘୋଷୁଥିବା ମଣିଷ ବି ଏ ସଂସାରରୂପୀ ରଂଗମଞ୍ଚରେ ମିଛଅଭିନୟ କରେ ଜୋକର ପରି। ସମସ୍ତଙ୍କୁ ଖୁସିର ଉପହାର ଦେଇ ପରିହାସର

Loading

Apr
2022
19

*ଲୁହରେ ଲେଖା ପ୍ରେମକାହାଣୀ–ଜନ୍ମଜୟ ନାୟକ*

ଲୁହରେ ଲେଖା ପ୍ରେମକାହାଣୀ   ସନ୍ଦେହ ହୋମରେ ପ୍ରେମର ସମିଧ ବିଶ୍ୱାସର ପୂର୍ଣ୍ଣାହୁତି, ଜଳିଜଳି ପୁଣି ହୋଇଯାଏ ତାଜା ଅତୀତର ସବୁ ସ୍ମୃତି । ପ୍ରଥମ ପ୍ରେମର ଅଭୁଲା ପୀରତି ଲୁହରେ ହୁଏନି ଇତି।     ବିରହ ଫଗୁଣେ ସନ୍ଦେହୀ ଶ୍ରାବଣେ ପ୍ରତାରଣା ପ୍ରତିଛବି, ହୃଦକନ୍ଦେ ଲୁଚେ ମନ କୋହ ଯେତେ କାହାକୁ ମୁଁ ଯେ କହିବି?

Loading

Apr
2022
18

*ଟୋପାଏ ସିନ୍ଦୂର–ଜନ୍ମଜୟ ନାୟକ*

– ଟୋପାଏ ସିନ୍ଦୂର ହଁ ସକାଳଟିଏ ଆସିଛି , ରାତିର କାଳିଅନ୍ଧାକାରର ବକ୍ଷରୁ ମୁକ୍ତି ପାଇ ସିନ୍ଦୂରା ଫାଟି ପୂରୁବ ଦିଗରୁ ସୁନେଲି ମୁରୁଜ ବୁଣିହେଇପଡୁଛି। ସୋରିଷଫୁଲର ହଳଦିଆ କ୍ଷେତରୁ ଭିଜାମାଟିର ବାସ୍ନା ନେଇଆସୁଛି ସୁଲୁସୁଲିଆ ବାଆ। ଦେବାଦେବୀଙ୍କ ଚରଣାବିନ୍ଦରେ ସ୍ଥାନପାଇବାକୁ ପ୍ରତୀକ୍ଷାରତ ସୁବାସିତ ପୁଷ୍ପମାନେ ଫୁଲମାଉସୀର ଚାଙ୍ଗୁଡିରେ ମୁରୁକି ହସୁଛନ୍ତି । ଚଷାଭାଇଟି ଶଗଡରେ ବସି କାଶିଆ

Loading

Feb
2022
19

*ଏଇତ ଜୀବନ–ଜନ୍ମଜୟ ନାୟକ*

#ଏଇତ ଜୀବନ ସଂପର୍କର ଦୋଛକିରେ ମାନବିକତା ହଜେରେ ନିମିଷେ ଭାଙ୍ଗଇ ପୁଣି ବିଶ୍ୱାସ ବନ୍ଧ, ସ୍ୱାର୍ଥପରତାର ଗନ୍ଧ ମଣିଷକୁ କରେ ଅନ୍ଧ ଛିଡଇ ସେନେହ ଆଉ ମମତା ବୋଧ , ପାଚେରି ବି ଉଠଇ ଘରେ ଖୁସି ନିଲାମ ହୁଅଇ ଲୁହ ହାଟରେ । କେବେ ଲୁହଧାର ଝରେ କେବେ ହସ ଓଠଧାରେ ଲୁହ ମିଶାଣରେ ହୁଏ ହସ

Loading

Feb
2022
19

*ସେହି ନାରୀ–ଜନ୍ମଜୟ ନାୟକ*

#ସେହି ନାରୀ ନାମ ସିନା ତା’ ଦୁହିତା ଦୁଇକୁଳକୁ ସେ ହିତା ଧରାରେ ଜନମ ଲଭେ ସହିବା ପାଇଁ , ବାପାଙ୍କର ଅଲିଅଳି ଭାଇ ସାଥେ କରେ କଳି କିଛି ନ ପାଶୋରି ଯାଏ ଏରୁଣ୍ଡି ଡେଇଁ, କାହାର ସେ ଅରି ନୁହଁଇ ମମତାମୟୀ ମାଆ ସେ ସେନେହମୟୀ । ଦେବୀ ମମତା ମନ୍ଦିରେ ଲୁହ ପୋଛେ ପଣତରେ

Loading