ଶିଶୁଟିଏ ମୁଁ ଶିଶୁଟିଏ
ଆଦରେ ଯତ୍ନରେ ଲାଳନପାଳନ ହୁଏ ଯେ
ସେ ଶିଶୁ,
କୋଟି ବ୍ରହ୍ମାଣ୍ଡ ହାଣ୍ଡିର ଅମୂଲ୍ୟ ହୁଏ ଯେ
ସେ ଶିଶୁ ।
ଉଦାର ହୃଦୟକୁ ଛୁଇଁ ମମତା ଢାଳେ ଯେ
ସେ ଶିଶୁ,
ନିଷ୍ପାପ ମନ କୋମଳ ବଦନ କାନ୍ତି ଯେ
ସେ ଶିଶୁ ।
ସ୍ଥିତପ୍ରଜ୍ଞ ଅମୃତ ତନୟ ମନୋହର ଯେ
ସେ ଶିଶୁ,
ସଜାଡି ଡୋର ବାନ୍ଧିଲା ବିଧାତା ଯେ
ସେ ଶିଶୁ ।
କୋଟି ଜନ ମନ ଧନ କିଣି ନିଏ ଯେ
ସେ ଶିଶୁ,
ଦୁନିଆଁ ବ୍ୟାପକ ସୀମାର ଚେତନା ଯେ
ସେ ଶିଶୁ ।
ସ୍ନେହ ପ୍ରେମ ଶ୍ରଦ୍ଧାରେ ଅଜାଡ଼ି ଦିଏ ଯେ
ସେ ଶିଶୁ,
ରଖିବା ସାଇତି ମମତା ଦେଇ କାରଣ ଯେ
ସେ ଶିଶୁ ।
ଗୁରୁଦେବ ବେହେରା
ବାଣପୁର ,ଖୋର୍ଦ୍ଧା