ଜଳ – ନିଳାଦ୍ରି ବିହାରୀ ମହାପାତ୍ର
ଜଳ ଜଳ ନୀର ବାରୀ ଜୀବନ ସବୁ ଗୋଟିଏ ସତ ଦୁଇଟି ଗ୍ୟାସୀୟ କଣିକା ମିଶି ହୁଅଇ ଯାତ ପୁଣି ଦୁଇଭାଗ ଉଦ୍ଜାନ ଭାଗେ ଅମଳଜାନ ଏକତ୍ର ହୁଅନ୍ତି ଧରାରେ ଅନ୍ୟ ନାମ ଜୀବନ ଯାବତ ଦରବ ମହୀରେ ଦେଇଅଛି ଦଇବ ଅତି ଅନୁପମ ଗୁଣ ତା ଅବା କିଏ କହିବ ସରିତ
Poem
ଜଳ ଜଳ ନୀର ବାରୀ ଜୀବନ ସବୁ ଗୋଟିଏ ସତ ଦୁଇଟି ଗ୍ୟାସୀୟ କଣିକା ମିଶି ହୁଅଇ ଯାତ ପୁଣି ଦୁଇଭାଗ ଉଦ୍ଜାନ ଭାଗେ ଅମଳଜାନ ଏକତ୍ର ହୁଅନ୍ତି ଧରାରେ ଅନ୍ୟ ନାମ ଜୀବନ ଯାବତ ଦରବ ମହୀରେ ଦେଇଅଛି ଦଇବ ଅତି ଅନୁପମ ଗୁଣ ତା ଅବା କିଏ କହିବ ସରିତ
ଅସତ୍ୟ ସହରେ ସତ୍ୟ ବନ୍ଧା ପଡ଼ିଛି ଅସତ୍ୟ ସହର ପୂରିଛି ଜହର ସତ୍ୟ ଆସିବ କାହୁଁ ସତ୍ୟ ଚନ୍ଦ୍ରମା ର ସୁନ୍ଦର ଲପନେ ଢାଙ୍କିଛି ଅସତ୍ୟ ରାହୁ। ମଣିଷ ବୁଣିଛି ଛଳନାର ଜାଲ ଫସୁଛି ସରଳ ଜନ ଏକତା ବଦଳେ ଗୋଷ୍ଠୀ କନ୍ଦଳ ଦଳ ଗତ ବିଭାଜନ। ବିଶ୍ବାସ ଭରସା ସବୁ ଏଠି ମିଛ ସ୍ଵାର୍ଥର ଦୀପ
ମହାସତୀ ବୃନ୍ଦାବତୀ ସିନ୍ଧୁ ପ୍ରଦେଶର ଦୈତ୍ଯ ରାଜା ଜଳନ୍ଧର ପତ୍ନୀ ବୃନ୍ଦା ସତୀତ୍ଵରେ ଅଜର ଅମର ଦୈତ୍ଯ ରାଜ କାଳନେମୀ ଦୁହିତାଟି ବୃନ୍ଦା ବିଷ୍ଣୁଙ୍କର ପରମ ଭକ୍ତ ଭକ୍ତି ଭାବେ ବନ୍ଧା। ଜଳନ୍ଧର ପ୍ରକୋପରେ ଦେବେ ଥରହର ମରଣ ବ୍ଯବସ୍ଥା ତାହାରେ ଅସମ୍ଭବର । ସତୀତ୍ଵ ବଳେ ବୃନ୍ଦାର ଶକ୍ତି ଦର୍ପ ବଢି ମାୟଧର ମାୟା ବଳେ
ସମ୍ପର୍କର ମଧୁଗୀତି କୀଟଠୁ ମାନବ ଆମ ଏହି ଭବ ତୋଳି ସମ୍ପର୍କର ମଧୁଗୀତି ଆନନ୍ଦଉଲ୍ଲାସେ ଅତ୍ଯନ୍ତ ହରଷେ ବିତାଇ ଥାଆନ୍ତି ଦିନରାତି ହୃଦୟରେ ମାଖି ସ୍ନେହ ପ୍ରୀତି ବିଶ୍ବାସ ଭରସା ବନ୍ଧନେ ଚଳନ୍ତି ଆଶା ଅଭିଳାଷ ବାଢ଼ି ନିତି । ଯେଝା ସାଧ୍ୟମତେ ରହି କର୍ମ ସାଥେ ସମ୍ପର୍କ ଦୋଳିରେ ଝୁଲିଝୁଲି ପରସ୍ପର ଭାବ ଆଦାନପ୍ରଦାନ
ଘଟଗାଁ ତାରିଣୀ ପୀଠ ପବିତ୍ର ଘଟଗାଁ ପୀଠ ପାଇଁ ଯା’ ନାଁ ମା’ଲୋ ତୋ’ ତାରିଣୀ ପୀଠ, ପୂତ ପବିତ୍ର ଗାଁ ତୋ’ ମାଟି ଚନ୍ଦନ ଆଃ ପବିତ୍ର ଘଟଗାଁ ପୀଠ।। ତୋର ଦାଣ୍ଡ ଧୂଳି ମଥାରେ ମୁଁ ବୋଳି ପହଞ୍ଚି ସିଂହଦୁଆରେ, ତାରିଣୀ ମାଆ ଗୋ ପ୍ରଣମିବି ମୁହିଁ ତାରିଦେ’ ଦୁଃଖ ମୋ’ ବାରେ
ସୃଜନର ପରିଭାଷା ହୃଦୟ କାନନେ ମନର ଦହନ କରଇ ଯେବେ ଅସ୍ଥିର ସମାଜର ଚିତ୍ର କରେ ବ୍ୟତିବ୍ୟସ୍ତ ସୃଷ୍ଟି ହୁଏ ସୃଜନର। ଚିନ୍ତାର ଉଦ୍ରେକ ଜ୍ଞାନ ପ୍ରଜ୍ଜ୍ଵଳିତ ମନସ୍ତାତ୍ତ୍ୱିକ କୌଶଳ ଅନ୍ତର୍ନିହିତ ପ୍ରତିଭାର ବିନିଯୋଗ ସୃଜନ ଶକ୍ତିର ବଳ। ଭାବନାର ଶକ୍ତି ଅନୁଭବେ ଶାନ୍ତି ଅନ୍ତର୍ଦୃଷ୍ଟି ବିକଶିତ କଳ୍ପନା ଭାବନା ନୂତନ ଧାରଣା ମସ୍ତିଷ୍କ ଯେ ଇତସ୍ତତ।
ବଗିଚାର ଫୁଲ ତୁମେ ମୋ ମନ ବଗିଚାର ଫୁଲ ମୁଁ ତୁମ ମାଳି ରଖିବି ତୁମକୁ ସତେଜ ମୋ ସେନେହର ଜଳ ଢାଳି ଖିଲିଖିଲି ହସେ ତୁମ ଭୁଲେ ମୁଁ ଦୁଃଖ ଟିକିଟିକି କଥା ତୁମ ଆଣନ୍ତି ଅସରା ସୁଖ ତୁମେ ମୋ ମନ…… ତୁମେ ଅଳିଅଝଟର ବେଳେ ମୁଁ ଏକା ସାକ୍ଷୀ ତୁମ ଖେଳକସରତ
ଧୂଳି ଧୂଳି ସାଥେ ମୋର ଜନମ ତାକୁ ଦେହରେ ବୋଳି ବାଲ୍ୟକାଳ ମୋର କାଟିଲି ସଙ୍ଗୀ ସହିତ ମିଳି । ପିତାମାତାଙ୍କର ଚରଣ ଧୂଳି ମଥାରେ ବୋଳି ଆଗକୁ ବଢ଼ିବି ନିଇତି ବିପଦ ଯିବ ଟଳି । ତାହାଠାରୁ ବଳି ଜୀବନେ ନାହିଁ କିଛି ବି ଶୁଭ ରୂପ ତା’ ବଦଳି ସର୍ବଦା ସୁଧା
ପୋଷ୍ଟମୋର୍ଟମ ତୋ ଯନ୍ତ୍ରଣା ଦୁଃଖକଷ୍ଟ ଉପରେ ହୋଇଥିବା ଅତ୍ୟାଚାର କହିଦେବୁ ବୋଲି ତୋତେ କଲା ସେ ଶବ ଶରୀରୁ କାଢିଲା ଜୀବନ କରି ତ ଶକ୍ତି ପ୍ରୟୋଗ…. ତଥାପି ଶେଷ ସନ୍ତକ ସେ ଶରୀର କହିଛି କଥା ବାହାର କରିଲେ ସତ୍ୟ କରି ଅନୁସନ୍ଧାନ ଦେହକୁ ତୋ କରି ଟିକିଟିକି ପ୍ରତି କୋଣଅନୁକୋଣ ମୃତକୋଷ
ଅଧାଵାଟ ବାଟୋଇ କାମନା ତୃଷ୍ଣା ମାୟା ମରୀଚିକା ନିଦାଘ ବୈଶାଖୀ ଝାଞ୍ଜି ଖରା ବାଲୁକାମୟ ଶୁଷ୍କ ମରୁଭୂମି ସାହାରା ରେ ବେସାହାରା…… ପାଦ ଫସିଯାଏ ଉଷ୍ମ ବାଲୁକାରେ ନାହିଁ କାହିଁ ଜୀବନ ସନ୍ଧାନ ଆଖି ଚାହିଁଚାହିଁ ଥକିଗଲାଣି ସେ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ…. ନାହିଁ ତହିଁ କାହିଁ ବୁନ୍ଦିଏ ଜଳର ବାସ୍ନା ବାଟୋଇ
ମୁଁ ସୁଦାମା ନୁହେଁ ମୁଁ ସୁଦାମା ନୁହେଁ ଯେ ତୁମେ ରାଜମହଲ ରୁ ଦୌଡ଼ି ଆସିବ ମୋତେ କୋଳେଇନବା ପାଇଁ….. ମୁଁ ଶବରୀ ନୁହେଁ ଯେ ତୁମେ ଚlଖିବ ମୋ ଅଇଁଠା କୋଳି ମୋତେ ଜଗତେ ଜାଣିବା ପାଇଁ…… ମୁଁ ନୁହେଁ ଦାସିଆ ଯେ ହାତ ବଢାଇବ ନଡ଼ିଆ ପାଇଁ…… ନୁହେଁ ମୁଁ
କଳ୍ପନାରେ ଦିନେ ଠାକୁରଘରେ ବସିଥିଲି ଦିନେ ହାତ ଯୋଡି ଜଗା ପାଶେ ଆଖିବୁଜି ଯେବେ ପ୍ରାର୍ଥନା କରିଲି ମନ ଉଡ଼ିଗଲା ଦୁରାକାଶେ…. କର୍ଣ୍ଣରେ ମୋହର ଓଁ ର ଧ୍ୱନି ହୋଇଗଲା ଗୁଞ୍ଜରିତ ଏକ ସ୍ୱଚ୍ଛ ଆଲୋକକୁ ଅନୁଭବକଲି ହୋଇଗଲି ବିମୋହିତ……. ଦୂର ଗଗନରେ ଭାସି ବୁଲୁଥିଲି ଶାନ୍ତ ସମୀର ସାଥେ ଅନୁଭବକଲି ପରମେଶ୍ୱରଙ୍କୁ
ପରୋକ୍ଷରେ ପରଜାପତି ସଭିଏଁ କୁହନ୍ତି ପରାଜପତି ତରକାଅତି ସେକଥାତ ମୋତେ ଜଣା ନାହିଁ ଫୁଲରୁ ଫୁଲକୁ ଘାସରୁ ଘାସକୁ ଦିନସାରା ଉଡି ବୁଲୁଥାଇ…… ଗଛରେ ଫଳ ଫଳାଇ ଥାଏ ମୁଁ ମୋ ପାଦର ରେଣୁ ଦେଇ ଦୁନିଆ ପାଳନେ ମୋହର ଭୂମିକା ପରୋକ୍ଷରେ ଅଛିରହି …….. ଦିନେ ଯେଉଁମାନେ ନିନ୍ଦୁଥିଲେ ମୋତେ ମୋର
ସ୍ମୃତି ଆଉ ଲୁହ କିଏ ବା ଦେଖିଛି ସ୍ମୃତିର କୋହକୁ ଅନୁଭବ ଫିକା ଆଶ୍ବସ୍ତି ଆଉ ବାହାନା… ଚଳଚଳ କରି ସ୍ମୃତି ଲୁହ ପିଏ ଏକାନ୍ତରେ ରାତି ବି ବୁଝେନା ହୃଦୟ ଯାତନା…….. ଭାରି ଅତ୍ମୀୟତା ଲୁହର ଲୁଣିଆ ସ୍ୱାଦ ହେଲେ ସୀମା ଲଙ୍ଘିଲା ପରେ…. କେବେ କେମିତି ବ୍ୟଥାତୁର ହୁଏ ମନ କିନ୍ତୁ ଅବସାଦ ମୋର ଲୁଚିଛପି
ସବୁ ତୀରିଥ ତୋ’ ଚରଣେ ସବୁ ପୂଣ୍ୟ ତୀର୍ଥ ଆହେ ଜଗନ୍ନାଥ ଅଛି ତୋହରି ଚରଣେ, ବଦ୍ରିନାଥ ଦ୍ୱାରକା ରାମେଶ୍ଵରମ ଯିବି ମୁହିଁ ଆଉ କି କାରଣେ?? ତୁମ ପୁରୀ ଧାମ ଅଟେ ଶ୍ରେଷ୍ଠଧାମ ଆହେ ମୋର ନୀଳକାନ୍ତ, ଯହିଁ ବିରାଜମାନ ତୁମେ ଦାରୁବ୍ରହ୍ମ ପରଂବ୍ରହ୍ମ ଜଗନ୍ନାଥ ।। ଆମରି ଓଡ଼ିଆ ଭ୍ରାତା ଭଗ୍ନୀଙ୍କର
ବିଶ୍ରାମ ପାଦ ପରେ ପାଦ ବଢାଇ କର୍ମକୁ ଆଦରି ଜଞ୍ଜାଳଗ୍ରସ୍ତ ଜୀବନରେ ଆଗକୁ ଧାଇଁବା ମୁହୂର୍ତ୍ତରେ ଛୋଟମୋଟ ରୋଗଗ୍ରସ୍ତ ଚର୍ମ ଲୋଚା ହେଲାଣି ତ ବାଳ ପାଚିଲାଣି ଦିନସାରା ଭାଗ ଦୌଡରେ ବ୍ଯସ୍ତ ବିବ୍ରତ ଜୀବନ ଏବେ ଚାଲୁଚାଲୁ ରହି ଯାଉଛି ବିଶ୍ରାମ ଚାହୁଁଛି। ଆଖିରେ ଥକ୍କାପଣ ସ୍ବପ୍ନିଳ ମନ ଆଜି ଜୀବନ ବୀମା ଫର୍ମ ଭରୁଛି
ବେଳହୁଁ ହୁଅ ସାବଧାନ ପୃଥିବୀର ତାଳରୁ ତଳିପା ପ୍ରତି କୋଣଅନୁକୋଣ କେଉଁ ଜାଗା ଛାଡ଼ିନାହଁ କେତେ ଆବିଷ୍କାର ଉଦ୍ଭାବନ ପୁଣି କରିଅନୁସନ୍ଧାନ କରିଲ କଣ? ତାର ପ୍ରକୃତିକୁ ବଦଳାଇଦେଇ ଛୀନଭିନ କରିପକାଇଲ ବିଷାକ୍ତ କରିଦେଲ ତାର ଦେହ ମନ ପ୍ରାଣ ଋତୁ ପେରିବର୍ତନରେ ବଦଳିଛି ନିୟମ ବିଷାକ୍ତ ଆଜି ସବୁ ଉପାଦାନ ରୋଗ ବ୍ୟାଧି ଆଣିଛନ୍ତି ଷୋଳ୍ପାୟୂ
ମୋ ଗାଆଁ ସଞ୍ଜରେ ଅସ୍ତଗାମୀ ଯେବେ ହୁଏ ଅଂଶୁମାଳୀ ସ୍ୱର୍ଣ୍ଣିମ ରେଣୁ ବିଞ୍ଚିଣ ଅମ୍ବରେ ହସଇ ତାରା ଫୁଲ କେତେ ଚନ୍ଦ୍ରମା ବୁଣେ କିରଣ। କଳମେଘୀ ପାଟ ପିନ୍ଧି ନିଶାଦେବୀ ଆସନ୍ତି ଗାଆଁକୁ ମୋର ପ୍ରତି ବୃନ୍ଦାବତୀ ମୂଳରେ ଜଳଇ ଘୃତ ଦୀପ ସଳିତାର। ମୃଦଙ୍ଗ ଘଣ୍ଟା ଘଣ୍ଟି ଶବ୍ଦ ତରଙ୍ଗ ଭଜନ କୀର୍ତ୍ତନ ସ୍ୱର ପବିତ୍ର
ଗାନ୍ଧାର ରାଜକୁମାରୀ ଅନ୍ଧାରକୁ ଡରେ ବୋଲି ଚାରିଆଡେ ଦୀପଜାଳି ଥିଲି ଆଲୁଅ ମୋ ପାଇଁ ସାତଶପନ ଜାଣି ସବୁ ନିଜେ ଲିଭାଇଲି…. ରାଜକୁମାର ପାଇବା ଆଶାରେ କେତେ ଦେବତା ମୁଁ ପୂଜିଥିଲି ପିତାଙ୍କ ସନମାନ ବଢିବା ପାଇଁକି ହସିହସି ବର ବରିନେଲି…… ସତୀନାରୀ ସ୍ଥାନ ପୂରଣ କରିକି ସ୍ୱାମୀଦୁଖେ ଭାଗୀହେଲି ନିଜ ପ୍ରତିଜ୍ଞା ରେ
ଇଏବି ମଣିଷ ନିଜ ପ୍ରଶଂସାରେ ସତ ମୁଖର ସେ ଦୁନିଆରେ ଭଲ ଦିଶେନା କିଛି କେହି ଟେକି କହିଲେ ମିତ୍ର ସେ ନିନ୍ଦିଲେ ପ୍ରଚଣ୍ଡ ରୌଦ୍ର…. ଅନ୍ୟ ଦୁଃଖେ ସୁଖୀ ହୁଏ ସୁଖେ ହୁଏ ଦୁଃଖୀ ତାହାର କର୍ମକୁ ନିନ୍ଦୁଥାଏ ସୁଖ ଦେଖିଲେ କେବେ ଦେହ ନସହେ…… ନିଜର କାମକୁ ନିଖୁଣ ଦେଖାଏ