ସ୍ମୃତି ଆଉ ଲୁହ
କିଏ ବା ଦେଖିଛି ସ୍ମୃତିର କୋହକୁ
ଅନୁଭବ ଫିକା ଆଶ୍ବସ୍ତି ଆଉ ବାହାନା…
ଚଳଚଳ କରି ସ୍ମୃତି ଲୁହ ପିଏ ଏକାନ୍ତରେ
ରାତି ବି ବୁଝେନା ହୃଦୟ ଯାତନା……..
ଭାରି ଅତ୍ମୀୟତା ଲୁହର ଲୁଣିଆ ସ୍ୱାଦ
ହେଲେ ସୀମା ଲଙ୍ଘିଲା ପରେ….
କେବେ କେମିତି ବ୍ୟଥାତୁର ହୁଏ ମନ
କିନ୍ତୁ ଅବସାଦ ମୋର ଲୁଚିଛପି ଝରେ…..
ବସନ୍ତରେ ନିଦାଘର ନାଲି ରଙ୍ଗ
ଲାଗେ ସତେ ସବୁ ଜଳୁଛି ଆଉ ଜାଳୁଛି
ଏଇ ଏମିତି ମୁଁ ରାତିରେ ଝୁରେ ଚାତକ କୁ
ଆଉ ସେ ଲୋକ ଲୋଚନରେ ଝୁରୁଛି……..
ଅପଲକ ନୟନରେ ଚାହିଁଛି ତମ ବାଟ
ହେଲେ ଜାଣିଛି ମୁଁ ତମେ ଆସିବନି କେବେ…
ମନର ମଣିଷ ତୁମେ ମୋ କଳ୍ପନାର ପ୍ରେମ
ବୃଥାରେ ସିନା ଏ ମୋହକୁ ନିଜର ଭାବେ…..
ଜାଣେ ତୁମେ ନିଦ୍ରିତ ଚେତନାର ଦିଗନ୍ତ
ଆଉ ମୋ ନିର୍ବାକ ସ୍ୱପ୍ନର ଏକାନ୍ତ ନାୟକ….
ଆଖି ଖୋଲିଲେ ବାଧେ ବିରହର ଝଡ଼
ଲୁଣିଆ ଲୁହର ଅତ୍ମୀୟତା ପାଳେ ଶୋକ…..
ମଧୁସ୍ମିତା ରାଉତ
ତାଳବରକୋଟ