ଅଣଈଶ୍ୱର–ଜାହ୍ନବୀ ଚୌଧୁରୀ
#ଅଣଈଶ୍ୱର … ମୁଁ ପଚାରିଲି – ଦୁହେଁ କେମିତି ଏକାଠି ହେଲ ? “ଦେବୀ” କିଛି କହିବା ଆଗରୁ ତୁମେ କହିଲ, ଆମେ ଦୁହେଁ ଡକା ହକା ହୋଇ ଆସିଲୁ, “ଦେବୀ” ହସିଲେ ତୁମ ମୁହଁକୁ ଚାହିଁ ଓ ତୁମେ ଠୋ ଠୋ ହସିଲ “ଦେବୀ”ଙ୍କୁ ଚାହିଁ । “ଦେବୀ” ହସୁଥିଲେ ସଂହାର ପାଇଁ ? ତୁମେ ହସୁଥିଲ
#ଅଣଈଶ୍ୱର … ମୁଁ ପଚାରିଲି – ଦୁହେଁ କେମିତି ଏକାଠି ହେଲ ? “ଦେବୀ” କିଛି କହିବା ଆଗରୁ ତୁମେ କହିଲ, ଆମେ ଦୁହେଁ ଡକା ହକା ହୋଇ ଆସିଲୁ, “ଦେବୀ” ହସିଲେ ତୁମ ମୁହଁକୁ ଚାହିଁ ଓ ତୁମେ ଠୋ ଠୋ ହସିଲ “ଦେବୀ”ଙ୍କୁ ଚାହିଁ । “ଦେବୀ” ହସୁଥିଲେ ସଂହାର ପାଇଁ ? ତୁମେ ହସୁଥିଲ
🌿🍂 ତୁମରି ଇଛାର ମୂର୍ଚ୍ଛନା 🍂🌿 କେତେବେଳେ ତୁମ ଇଛାର ମୂର୍ଚ୍ଛନାରେ କେତେବେଳେ ତୁମ, ନୂଆ ସଂକଳିତ ସଂସ୍କରଣରେ ଗୀତଟିଏ ଗାଏ ସଂଜ ଆଲୁଅରେ ତୁମ ଅମୃତ ସଂଯୋଜନାରେ ସ୍ୱର୍ଗର ସୌର୍ନ୍ଦଯ୍ୟ ତୋଳେ ଏହି ବିଶ୍ୱମଞ୍ଚରେ । ସଂସାର ସରହଦରେ, ପ୍ରଗଳ୍ଭ ପାପର ପ୍ରଳାପ, ତୁମେ ଓ ମୁଁ, ଏକ ଏକ ପ୍ରଶାନ୍ତ ପରିବ୍ରାଜକ । ପୂଣ୍ୟ ପୁରୋଧା
ଜନ୍ମ ନୁହେଁ ଏକ ପ୍ରଲୋଭନ ସହସ୍ରବାର ଜନ୍ମ ପରେ ବି ଜନ୍ମ ନେବାରେ ଥାଏ ଏକ ପ୍ରଲୋଭନ ରୂପାନ୍ତର ହୁଏନି ଅନ୍ତଃକରଣ । ସବୁକିଛି ଛାୟାବୃତ ଅଥବା ସୁପ୍ତ ଆତ୍ମାର ଅପେକ୍ଷା ଥାଏ ସୁନିଶ୍ଚିତ ଏହି ଦୁଇ ଗୁଣରେ ହୁଏନି ବିକଶିତ ଆତ୍ମାର ଅନ୍ତରଙ୍ଗ ବିଭବ । ଥାଏ ସତ୍ୟର ଦୁଇ ବୈଭବ !
ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା- ଜାହ୍ନବୀ ଚୌଧୁରୀ ଶିକ୍ଷକତା କରିବା ସହଜ କଥା ନୁହେଁ ।କେତେବେଳେ କେଉଁ ଭୂମିକା ନେବାକୁ ପଡିବ ସେ ନିଜ ଭିତରୁ ସ୍ଥିର କରିଥାଏ।ନିଜେ ଏହି ଶିକ୍ଷକ ଜୀବନର ନିର୍ମାତା,ନିର୍ଦ୍ଦେଶକ ଓ କଳାକାର ।ଏଥିପାଇଁ କୌଣସି ଟ୍ରେନିଂ କିଛି ବି କାମ ଦିଏନି କି କୌଣସି ସାଟିଫିକେଟ ସାହାର୍ଯ୍ୟ କରେନି ।ଏହିସବୁଗୁଡିକ କେବଳ
# ବହୁଚିତ୍ରିତ ବଂଶୀର କରୁଣ ସ୍ୱର # ସବୁ ତ ତୁମ ତୁଳୀ ରଙ୍ଗର ଇଛାକୃତ ଛବିଅଙ୍କା ଅନୁଭବ କିଏ ବା ଆଙ୍କି ପାରିବ ? କେଉଁ ଶବ୍ଦରେ ଅବା ବ୍ୟଞ୍ଜିତ ହେବ? ପ୍ରତିଟି ଛବି ତୁମ ସୃଷ୍ଟିର ଗୌରବ ତୁମେ ତ ବିଶ୍ୱକର୍ମା ଏହି ବିଶ୍ୱମଞ୍ଚର କାହାରି ସହ କାହାରି ନାହିଁ ମିଳନ ଏକ ଏକ ଏକକ
•——————- // ଚିଠି //——————-• ମୋ ବୋଉ ଘରେ ମୁଁ କିନ୍ତୁ ହଷ୍ଟେଲରେ,ତା’ର ହାତର ବାସନା ପାଉଥିଲି ତା ଆଚାର ଡବାରେ,ମୁଡି ମୁହାଁରେ, ମନକୁ ବାନ୍ଧିଥିଲି ତା’ର କେଇପଦ ସ୍ନେହବୋଳା କଥାରେ । ମନେପଡୁଥିଲା ବୋଉ କଥା ।ଡାକବେଲା ଖବରଦେଲା, ଦେଖିଲି ଯାଇଁ ତା’ ହାତଲେଖା ଚିଠି ଖଣ୍ଡେ ଆସିଥିଲା …. ଝିଅ ,ବେଳେବେଳେ ଖୁବ୍ ମନେପଡୁଛୁ,ତୋ ହାତ
——————– ପ୍ରାପ୍ତି ଓ ଅପ୍ରାପ୍ତି —————— ସମାଧିସ୍ଥ ଏଠି ଅନେକ କଥା, ସଫଳତା ଅବା ବିଫଳତା, ଇଛା ହୁଏ ଗୋଟିଏ ଦରଦୀ ହୃଦୟକୁ ପାଛୋଟି ଆଣି, ଦୁଃଖସବୁକୁ ତଉଲିବାରେ, ନିର୍ଣ୍ଣୟ କରୁଥାଏ ପ୍ରତିଟି ମୁହୂର୍ତ୍ତରେ, ମୋ ନିଜ ଇଲାକାରେ। ଖୋଜୁଥାଏ ଆପଣାଙ୍କୁ ପରିପୂର୍ଣ୍ଣତାର ମହକରେ, ଭିଜାଉଥାଏ ବିଶ୍ୱକୁ ମୋ ପ୍ରେମଗୀତିରେ, ଭାବଠାରୁ ଭାବାତୀତ…….ଇନ୍ଦ୍ରିୟରୁ ଇନ୍ଦ୍ରିୟାତିତ । ଜଳୁଥାନ୍ତି ନିତି
🌿🌿••••ଗୋଟିଏ ଅଳସୀ ଅପରାହ୍ନ••••🌿🌿 ତୁମ ନିରିମାଖି ଅଳିଅଳି ଗେହ୍ଲି ମୁହିଁ, ଆସ ଆସ ଢାଳିଦିଅ ସେନେହ ତୁମରି, ମୋ ଚପଳମନେ ବୋଳିଦିଅ ତୁମ ହୃଦଚନ୍ଦନ, ଏଇ ଅଳସୀ ଅପରାହ୍ନେ ଖୋଜୁଛି ମାଟି ମାଆର ସ୍ପନ୍ଦନ । ତୁମ ବିଶ୍ୱାସର ଯୋଡିଏ ଆଖି ଥାଉ ମୋ ଉପରେ, ମଧୁରତା ଭରିଯାଉ ସାରାଜୀବନରେ…….! ଧାଇଁ ଧାଇଁ ପଡିଯାଏ ଯେବେ ହିଡ଼ ମୁଣ୍ଡରେ,
ଏକ କପ୍ କଫି ☕☕☕☕ ତୁମ ଓ ମୋ ସଂପର୍କରେ ରାଗ ରୁଷା ଆଉ ଅଭିମାନରେ ନିଜ ନିଜ ଭିତରର ଜିଦିରେ ଝଡ ଉଠେ ଏକ କପ୍ କଫିରେ ଅଫିସରୁ ଫେରିବା ପରେ ବାଉଳେ କିଭଳି ଅଭ୍ୟର୍ଥନାରେ ସକାଳ ଅବୁଝା ସଂଧ୍ୟାକୁ ବୁଝେଇବାରେ କଫି ବାହାନାରେ ଆପଣେଇବାରେ ଯେତେ ହେଲେ ବି ତତଲା ପାଣିରେ ଜାଣିନି ମଧୁ ଉପହାର