🌿🌿••••ଗୋଟିଏ ଅଳସୀ ଅପରାହ୍ନ••••🌿🌿
ତୁମ ନିରିମାଖି ଅଳିଅଳି ଗେହ୍ଲି ମୁହିଁ,
ଆସ ଆସ ଢାଳିଦିଅ ସେନେହ ତୁମରି,
ମୋ ଚପଳମନେ ବୋଳିଦିଅ ତୁମ ହୃଦଚନ୍ଦନ,
ଏଇ ଅଳସୀ ଅପରାହ୍ନେ ଖୋଜୁଛି ମାଟି ମାଆର ସ୍ପନ୍ଦନ ।
ତୁମ ବିଶ୍ୱାସର ଯୋଡିଏ ଆଖି ଥାଉ ମୋ ଉପରେ,
ମଧୁରତା ଭରିଯାଉ ସାରାଜୀବନରେ…….!
ଧାଇଁ ଧାଇଁ ପଡିଯାଏ ଯେବେ ହିଡ଼ ମୁଣ୍ଡରେ,
ବେଗେ ଧାଇଁ ଆସି ତୋଳିନିଅ ଛାତିର କୋଳେ,
ପିଠିରେ ଲାଉହୋଇ ଝୁଲୁଥାଏ ତୁମ କାନ୍ଧରେ,
ତୁମ ଛୋଟିଆ ଛୋଟିଆ କେଶକୁ ଟାଣୁଥାଏ ଅଙ୍ଗୁଳିରେ ।
ମୋ ବାପାର କଥା ବଂଶୀ ସ୍ୱନ ଠୁ ବି ମଧୁର,
ମୁଁ ଗେହ୍ଲେଇ,କୋଳରେ ଶୋଇ ଶୁଣୁଥାଏ ବାର ବାର ।
ତୁମ ପକେଟରୁ ନ ଫେରୁ କେବେ ମୋ ଖାଲି ହାତ,
ତୁମ ହସ ହସ ମୁହଁଟି ତ ମୋ ପାଇଁ ଅମୃତ !
ସମୟ ଦିନେ ଖସି ଖସି ଯିବ ତୁମ ହାତ ମୁଠାରୁ,
ନିର୍ବାକ ହୋଇ ଚାହିଁରହିଥିବି ଝରକା ଫାଙ୍କରୁ,
ବୁଲିକି ଯେବେ ଫେରିଚାହିଁବି ମୁଁ ଦିନେ,
ମୋ ପରିଚୟ ନ ଥିବ ଆଉ ଏ ଅଳସୀ ଅପରାହ୍ନେ ।।
🌿🌿🌿
ଜାହ୍ନବୀ ଚୌଧୁରୀ
618 total views, 1 views today
Ꭲhanks fⲟr finaply writing ɑbout > 🌿*🌿••••ଗୋଟିଏ
ଅଳସୀ ଅପରାହ୍ନ–ଜାହ୍ନବୀ ଚୌଧୁରୀ* < Liked it!
Feel free to visit my blog; http://www.houston-import
The total events plan can be examined often at the events webpage discovered under the offers tab.
Nice post. I was checking continuously this blog and I am impressed!
Extremely useful information specifically the final phase
🙂 I maintain such info a lot. I used to be looking for this particular
info for a very long time. Thank you and good luck.