——————– ପ୍ରାପ୍ତି ଓ ଅପ୍ରାପ୍ତି ——————
ସମାଧିସ୍ଥ ଏଠି ଅନେକ କଥା, ସଫଳତା ଅବା ବିଫଳତା,
ଇଛା ହୁଏ ଗୋଟିଏ ଦରଦୀ ହୃଦୟକୁ ପାଛୋଟି ଆଣି,
ଦୁଃଖସବୁକୁ ତଉଲିବାରେ,
ନିର୍ଣ୍ଣୟ କରୁଥାଏ ପ୍ରତିଟି ମୁହୂର୍ତ୍ତରେ, ମୋ ନିଜ ଇଲାକାରେ।
ଖୋଜୁଥାଏ ଆପଣାଙ୍କୁ ପରିପୂର୍ଣ୍ଣତାର ମହକରେ,
ଭିଜାଉଥାଏ ବିଶ୍ୱକୁ ମୋ ପ୍ରେମଗୀତିରେ,
ଭାବଠାରୁ ଭାବାତୀତ…….ଇନ୍ଦ୍ରିୟରୁ ଇନ୍ଦ୍ରିୟାତିତ ।
ଜଳୁଥାନ୍ତି ନିତି ଲୋକମାନେ, ସଢୁଥାନ୍ତି ପେଟ ପାଟଣାରେ,
ନିଃଶବ୍ଦରେ ଚାଲିଥାନ୍ତି ଅସହାୟ ପଣରେ,
ଛଟପଟ ହେଉଥାନ୍ତି ଅନ୍ୟାୟର ପିଞ୍ଜରା ଭିତରେ ।
ନିଜଠୁ ଉତ୍ତର ଖୋଜି ପାଇବା ଆଶାରେ,
ଧାଉଁଥାଏ ସକାଳ ଠୁ ସଂଜ ଯାଏ,
ପ୍ରାପ୍ତି ଓ ଅପ୍ରାପ୍ତିର ହିସାବରେ,
ଚାଲୁ ଚାଲୁ ଝୁଣ୍ଟିଛି ପଥୁରିଆ ରାସ୍ତାକୁ ଅନେକବାର,
କ୍ରମାଗତ ଲୁହ ବୋହିଯାଏ ଆଶା ଓ ନୈରାଶ୍ୟରେ
ପୀଡା ଭୋଗେ… ମାନରେ ଅବା ଅଭିମାନରେ ।।
———- * ———
ଜାହ୍ନବୀ ଚୌଧୁରୀ