April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସୂର୍ଯ୍ୟୋଦୟ ପରିବାର ଏବଂ ମୋର ଅନୁଭୂତି–ନିର୍ମଳ ବାରିକ*

ସୂର୍ଯ୍ୟୋଦୟ ପରିବାର ଏବଂ ମୋର ଅନୁଭୂତି
_________________________________

ବିସ୍ତିର୍ଣ୍ଣ ସମୁଦ୍ରର ଅପରିସୀମ ଜଳରାଶି ମଧ୍ୟରେ ଏକ କଣିକା ସଦୃଶ ଜଳ ଜାହାଜ କୁ ଦିଗହରା ହେବାରୁ ରକ୍ଷା କରି କୂଳ ଆଡକୁ ପଥ ପ୍ରଦର୍ଶନ କରାଇଥାଏ ସେଥିରେ ଥିବା କମ୍ପାସ l ଠିକ ସେହି କମ୍ପାସ ଭଳି ଦିଗହରା ମୋତେ ଉଚିତ ଅନୁଚିତ ର ପଥ ପ୍ରଦର୍ଶନ କରାଇ ପାରିଛି ଏହି ମୋର ପ୍ରିୟ ସୂର୍ଯ୍ୟୋଦୟ ପରିବାର l ମୁଁ ଲେଖାଲେଖି ପଥରେ ପାଦ ଥାପିବା ପରେ ବଡ଼ ଦ୍ୱନ୍ଦ୍ୱ ରେ ପଡୁଥିଲି ପ୍ରତିକ୍ଷଣ l ମୋ ଲେଖାରେ କୌଣସି ଭୁଲ ନଥିବ ତ l ମୋ ଲେଖା କାହାକୁ ପୀଡା ଦେବନି ତ l ଏମିତି ଅନେକ ପ୍ରଶ୍ନ ମୋ ମନରେ ପ୍ରତିକ୍ଷଣ ଆସେ l ମୁଁ କାହାକୁ ମୋ ଲେଖା ଦେଖେଇଲେ ସେ ମୋତେ ଉଚିତ ପରାମର୍ଶ ଦେଇ ପାରିବେ, ଏହି ଭାବନା ନେଇ ମୁଁ ସେହି ବ୍ୟକ୍ତି ଏବଂ ଅନୁଷ୍ଠାନ ର ଅନୁସନ୍ଧାନ କରୁଥିବା ସମୟରେ ଭେଟ ହୋଇଗଲା ପ୍ରିୟ ମନୋଜ ଭାଇ ଏବଂ ପ୍ରଣମ୍ୟ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ l ଆଉ ଏହିଠାରେ ହିଁ ମୁଁ ମୋର ସବୁ ଦ୍ୱନ୍ଦ୍ୱ ର ସମାଧାନ ଏବଂ ଉଚିତ ପଥ ର ନିର୍ଦ୍ଧାରଣ କରି ପାରିଲି l ଜଣେ ଚଞ୍ଚଳ ମନ ଯୁବକ କୁ ଉଚିତ ଉପଦେଶ ତଥା ପ୍ରେମ ଦେଇ ଏକ ନିର୍ଦ୍ଧିଷ୍ଟ ସୁପଥ ର ପଥିକ କରାଇବା ଏବଂ ତାର କଲମକୁ କେଵଳ କବିତା କିମ୍ବା ଗଳ୍ପ ରଚନା କରିବା ଦିଗରେ ପରିଚାଳିତ କରିବାକୁ ନ ଦେଇ ତାକୁ ଏକ ଗାଳ୍ପିକ, ପ୍ରାବନ୍ଧିକ ଔପନ୍ୟାସିକ, ବିଶିଷ୍ଟ କବିତା ଲେଖକ, ଉପସ୍ଥାପକ, ବକ୍ତା ଭାବରେ ବ୍ୟକ୍ତିତ୍ୱ ର ଅଭିବୃଦ୍ଧି କରାଇବା ଦିଗରେ ନିସ୍ଵାର୍ଥପର ଚେଷ୍ଟା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ଓଡିଶା, ଭାରତ ତଥା ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇ ପାରିଛି l ଏହାର ବିଭିନ୍ନ ନୂତନ ଶୈଳୀ ର ପ୍ରୟୋଗ କରି କବିତା ରଚନା କରାଇବାର ପ୍ରକ୍ରିୟା ବେଶ ମନମୁଗ୍ଧକର l ସୂର୍ଯ୍ୟୋଦୟ ପରିବାର ରେ ମୋର ସବୁଠାରୁ ବଡ଼ ଅନୁଭୂତି ମୋର ଭାବନା କେବଳ କବିତା ରଚନା କରିବା ଦିଗରେ ସୀମିତ ଥିଲା ମାତ୍ର ଏହି ଅନୁଷ୍ଠାନ ଯୋଗୁଁ ମୁଁ ଗଳ୍ପ ଏବଂ ପ୍ରବନ୍ଧ ମଧ୍ୟ କିଛି ମାତ୍ରାରେ ଲେଖି ପାରୁଛି l ମୋ ମତରେ ଏହି ପରିବାର ର ଜଣେ ସଦସ୍ୟ ହେବା ପରେ କୌଣସି ବି ପ୍ରକାର ର ଲେଖା ଜଣେ ନୂତନ ପ୍ରତିଭା ଲେଖିବା ପାଇଁ ସମର୍ଥ ହୋଇ ପାରିବ l ପ୍ରିୟ ମନୋଜ ଭାଇଙ୍କ ସୁ ଉପଦେଶ, ମେଣ୍ଟର ମାନଙ୍କର ଉପଦେଶ, ତଥା ଦକ୍ଷ ପ୍ରତିଭାବାନ ବିଶିଷ୍ଟ ସାହିତ୍ୟିକ ମାନଙ୍କର ବଚନ ପୀୟୂଷ ଜଣେ ନୂତନ ଯୁବ ପ୍ରତିଭା କୁ ସାହିତ୍ୟ ସଂସାର ରେ ଅମର କରେଇ ପାରେ l ଏହି ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କର ଜ୍ଞାନ କୁ ପରଖି ଥାଏ ଏବଂ ମନରେ ରହିଥିବା ପ୍ରଶ୍ନବାଚୀ କୁ ଦୂର କରି ଦେଇଥାଇ l ବିଭିନ୍ନ ଉପହାର ର ଝଲକ ଦେଖଇ ଯୁବ ଲେଖକ ମାନଙ୍କୁ ଆହୁରି ପ୍ରେରଣା ଦେଇଥାଏ ତାଙ୍କ ଭିତରେ ଥିବା ନୂତନ ଓ ଶୁଦ୍ଧ ଚିନ୍ତା ଶକ୍ତି କୁ ଆବିଷ୍କାର କରିବାକୁ l ପରିଶେଷରେ ଜଣେ ଯୁବ ଲେଖକ ଯଦି ତାର ପ୍ରତ୍ୟେକ ଟି ସୋପାନ କୁ ଅତିକ୍ରମ କରିଯାଏ ତାକୁ ଜଣେ ଲେଖକ ର ସମ୍ମାନ ଦେଇ ସମାଜ ଭିତରକୁ ଛାଡିଥାଏ l ଯଦ୍ୱାରା ସେ ତାର ଆଲୋକ ରେ ଅନ୍ୟମାନଙ୍କୁ ମଧ୍ୟ ଆଲୋକିତ କରି ପାରିବ l ଏହିଭଳି ଭାବରେ ଏହି ଅନୁଷ୍ଠାନ ଯୁବ ତଥା ନୂତନ ଲେଖକ ମାନଙ୍କୁ ଉର୍ବର ଭୂମିଟିଏ ଯୋଗାଇ ଦେଇ ପାରିଛି, ଯେଉଁଥିରେ ସେମାନେ ସାହିତ୍ୟ ଚାଷ କରି ନିଜେ ଲାଭବାନ ହୋଇ ଅନ୍ୟମାନଙ୍କୁ ମଧ୍ୟ ଲାଭବାନ କରାଇ ପାରିବେ l ପରିଶେଷରେ ଏତିକି କହିବି ଜଣେ ପିତା ଯେପରି ସନ୍ତାନ କୁ ବଡ଼ କରିବାରେ ତାର ସମସ୍ତ ସୁଖ ଦୁଃଖ କୁ ଜଳାଞ୍ଜଳି ଦେଇଥାଏ ଠିକ ସେହିପରି ସାହିତ୍ୟ କ୍ଷେତ୍ରରେ ନୂତନ ପ୍ରତିଭାଙ୍କର ବିକାଶ ଦିଗରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପିତା ପରି କାର୍ଯ୍ୟ କରିଥାଏ l ଏହିଭଳି ମଙ୍ଗଳକର କାର୍ଯ୍ୟ ପାଇଁ ଏହି ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଙ୍କୁ ମୁଁ ମଥାନତ ପ୍ରଣାମ କରୁଛି l
__________________________________
ନିର୍ମଳ ବାରିକ, କେନ୍ଦୁଝର
Nirmala Barik

Loading

2 thoughts on “*ସୂର୍ଯ୍ୟୋଦୟ ପରିବାର ଏବଂ ମୋର ଅନୁଭୂତି–ନିର୍ମଳ ବାରିକ*

  1. ବାଃ ବାଃ ବହୁତ ସୁନ୍ଦର ଆଜ୍ଞା ଭାଇ ପଥ ହରାଇ ବା ଦିଗ ହରାଇ
    ଆସି ପହଞ୍ଚିଲେ ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଗୃପ
    ରେ ହେଲେ ଆପଣ ମା ଲେଖିଲେ ମୁଁ ଆପଣଙ୍କ ଲେଖା ପଢି ବହୁତ ଆନନ୍ଦିତ କାରଣ ଆପଣଙ୍କ ପରି ମୁଁ ମଧ୍ୟ ଦିଗ ହରାଇ ହଠାତ୍ ଝୁଣ୍ଟି ପଡ଼ିଗଲି ଏ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
    ର ଅଗଣା ସ୍ବରୁପ ଗୃପ ରେ ଏହା ବିଦ୍ୟାଳୟ ଠାରୁ କମ୍ ନୁହେଁ ଅଧିକ ଯାହା ପାଣିରୁ ଜାଣିଲା ପରି ଛୋଟ ଛୋଟ ତ୍ରୃଟି କୁ ବିଛି ଶିକ୍ଷା ଦେଉଛନ୍ତି । ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି ଆପଣ ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ବିଷୟରେ ଧନ୍ୟବାଦ ଆଜ୍ଞା

    1. ହୃଦୟରୁ ଧନ୍ୟବାଦ ଆଜ୍ଞ୍ୟା ସୁନ୍ଦର ମତାମତ ପାଇଁ

Leave a Reply

Your email address will not be published. Required fields are marked *