ଏକ କପ୍ କଫି
☕☕☕☕

ତୁମ ଓ ମୋ ସଂପର୍କରେ
ରାଗ ରୁଷା ଆଉ ଅଭିମାନରେ
ନିଜ ନିଜ ଭିତରର ଜିଦିରେ
ଝଡ ଉଠେ ଏକ କପ୍ କଫିରେ

ଅଫିସରୁ ଫେରିବା ପରେ
ବାଉଳେ କିଭଳି ଅଭ୍ୟର୍ଥନାରେ
ସକାଳ ଅବୁଝା ସଂଧ୍ୟାକୁ ବୁଝେଇବାରେ
କଫି ବାହାନାରେ ଆପଣେଇବାରେ

ଯେତେ ହେଲେ ବି ତତଲା ପାଣିରେ
ଜାଣିନି ମଧୁ ଉପହାର କି ଉପଚାରରେ
ଭିତର ଉଷ୍ମତା ଭାଙ୍ଗି ଶୀତଳତା ଭରେ
ସବୁକିଛି ଶେଷ ହୁଏ ପୂର୍ଣ୍ଣ ସଙ୍ଗତିରେ

ଜୀବନ ଚର୍ଯା ଚାଲେ କପେ କଫିରେ
ଅନେକ ଅବ୍ୟକ୍ତ ଓ ଅବିଭକ୍ତରେ
ଏକାଠି ବସି ଗପିବା ଆଳରେ
ଉଭୟଙ୍କୁ ପରଷ୍ପର ବୁଝିବାରେ

ସଂସାର ମୋହର ଚକର୍ ରେ
ଗୋଟିଏ ନିଆରା ଦୃଶ୍ୟରେ
ଅନ୍ୟକୁ ଜାଣି ଓ ପରଖିବାରେ
ଏକ କପ୍ କଫିର ମୁହୂର୍ତ୍ତରେ
*************
ଜାହ୍ନବୀ ଚୌଧୁରୀ (Jahnabi choudhury)
ମଙ୍ଗରାଜପୁର
ଜଗତସିଂହପୁର

 252 total views,  2 views today

Leave a Reply

Your email address will not be published. Required fields are marked *