ମୋ ଗାଆଁ — ନନ୍ଦିନୀ ରାଉତ
ମୋ ଗାଆଁ ସକାଳ ହେଲେ ସୁରୁଜ ହସେ କାଉ ଡାକଦିଏ କାଆ ମନ୍ଦିରରେ ଘଣ୍ଟବାଜେ ଉଠାଇ ଦିଅନ୍ତି ମାଆ ଏଇତ ମୋର ଗାଆଁ ରେସାଙ୍ଗ ଏଇତ ମୋର ଗାଆଁ।1। ଖାଲ ଢ଼ିପ ମାଟି ରାସ୍ତା କେତେ ବୁଲାଣିଆ ପୋଖରୀ ତୁଠ ହଳଦୀ ମଖା ନୂଆବୋହୁ ଠିଆ ଏଇତ ମୋର ଗାଆଁ ରେ ସାଙ୍ଗ ଏଇତ
ମୋ ଗାଆଁ ସକାଳ ହେଲେ ସୁରୁଜ ହସେ କାଉ ଡାକଦିଏ କାଆ ମନ୍ଦିରରେ ଘଣ୍ଟବାଜେ ଉଠାଇ ଦିଅନ୍ତି ମାଆ ଏଇତ ମୋର ଗାଆଁ ରେସାଙ୍ଗ ଏଇତ ମୋର ଗାଆଁ।1। ଖାଲ ଢ଼ିପ ମାଟି ରାସ୍ତା କେତେ ବୁଲାଣିଆ ପୋଖରୀ ତୁଠ ହଳଦୀ ମଖା ନୂଆବୋହୁ ଠିଆ ଏଇତ ମୋର ଗାଆଁ ରେ ସାଙ୍ଗ ଏଇତ
ଝିଅ ନୁଁହ ତୁ ମୋ ଜୀବନ ମୋ ଜୀବନଧନ ପ୍ରାଣର ସ୍ପନ୍ଦନ ମୋ ଅମୂଲ୍ୟ ରତ୍ନ ତୁହି ତୋହରି ଆଖିରେ ଏହି ଦୁନିଆକୁ ଦେଖୁଅଛି ଆଜି ମୁହିଁ।1। ହୀରା ନିଳା ମୋତି ତୁଛ ତୋ ନିକଟେ ତୁହି ମୋର ସ୍ୱର୍ଗ ସୁଖ ତୋତେ କୋଳେ ପାଇ ଧନ୍ୟ ହେଲି ମୁହିଁ ଶୁଣି ତୋର ମାଆ ଡାକ।2।
ଜରାଶ୍ରମ ନନ୍ଦିନୀ ରାଉତ ପରିବାର ପରିଜନ ଯେ ପୁଣି ବନ୍ଧୁ ସୋଦର, ସାଥେ ଯେ ଜୀବନ ବିତଇ ସର୍ବେ ମୋର ନିଜର । ପରିଶ୍ରମ କରି ଜୀବନେ କରେ ସଞ୍ଚୟ ପୁଣି, ପୁତ୍ର କନ୍ୟା ପରିବାରରେ ମୋର ଅମୂଲ୍ୟ ମଣି । କାନ୍ଧରେ ବସାଇ ଆନନ୍ଦେ ଦିଏ ଚାନ୍ଦକୁ ତୋଳି, ସନ୍ତାନ ମୋ
କର୍ତ୍ତବ୍ୟ ଜନମ ହୋଇଛୁ ଏ ଧରାପୃଷ୍ଠରେ କର୍ତ୍ତବ୍ୟ କରିବା ପାଇଁ, ଆମରି ସୁକର୍ମ ସେବା ତ୍ୟାଗ ବଳେ ହସିବ ଜନମ ଭୂଇଁ । ଆମକୁ ଧରିଛି ମାତା ପରି କୋଳେ ଦେଇ ଅନ୍ନ ଶସ୍ୟ ତାର, କେତେ ଫୁଲ ଫଳ ସାଇତି ଦେଇଛି ସେବିବା ତା’ର ପୟର । ହିମାଳୟ ପରି ଝଡ଼ ଝଞ୍ଜା
ରୂପସୀ ଚିଲିକା ଉତ୍କଳ ମାତାର ସୌନ୍ଦର୍ଯ୍ୟ ର ଖଣି ଉତ୍କଳେ ବିଧାତା ଖଞ୍ଜିଛନ୍ତି ଆଣି। ନୀଳ ଉର୍ମିମାଳା ଉଠଇ ଆକାଶେ ଚାରୁ ଚିତ୍ରପନ୍ତି ଶୋଭେ ନିଳାକାଶେ। ବିହଙ୍ଗମ ଦଳ କଲରବ ଶୁଣି ଲାଜରେ ଲାଜେଇ ଯାନ୍ତି କେତେମୌନି। ଭାଲେରି ଶିଖରୁ ବହି ଆସେ ବାୟୁ ବାୟୁ ନୁହେଁ ସେତ ସଭିଙ୍କର ଆୟୁ।
ମାଆ ନନ୍ଦିନୀ ରାଉତ ମାଆ ତୁମେ ମୋର ମମତା ମନ୍ଦିର ସେନେହ ର ଫଲ୍ଗୁଧାରା, ମୋ ପାଇଁ ସରଗ ଚାନ୍ଦ ତୋଳି ଦିଅ କେବେ ତୋଳିଦିଅ ତାରା ।1। କରୁଣା ର ମୂର୍ତ୍ତି ତୁମେ ମୋ ଶକତି ତୁମେ ବଞ୍ଚିବାର ରାହା, ଏ ଭଵ ସଂସାରେ ତୁମେ ଏକା ଦେବୀ ମୋର ଯେ ଭରସା ସାହା
ଗୀତା ହିନ୍ଦୁ ମାନଙ୍କର ପରମ ପବିତ୍ର ଗୀତା ଗ୍ରନ୍ଥ ଅଟେ ସାର ଅର୍ଜୁନ ଙ୍କ ଆଗେ ଭାରତ ଯୁଦ୍ଧ ରେ ବଖାଣିଲେ ଯଦୁବୀର।1। ପରମ ପାବନ ଅଟେ ଏହି ଗ୍ରନ୍ଥ ଶ୍ରୀକୃଷ୍ଣ ମୁଖ ନିସୃତ ଯେଉଁ ଘରେ ସଦା ଗୀତା ପାଠ ହୁଏ ସେ ଗୃହ ହୁଏ ପବିତ୍ର।2। ଅଷ୍ଟାଦଶ ଧ୍ୟାୟ ବିଭିନ୍ନ ଯୋଗରେ
ପ୍ରକୃତ ପ୍ରେମ ବିଷମ ଗ୍ରୀଷ ମ ଅତିକ୍ରମ କରି ଯାଉଥିଲି ପଥପରେ ପ୍ରକୃତି ପ୍ରେମିକ ନୟନ ଯୁଗଳ ଖୋଜୁଥିଲା କିଛି ଦୂରେ।1। ନାନା କଳ୍ପନା ମୋ ଚଳଚ୍ଚିତ୍ର ପରି ଆସି ଯାଉଥିଲା ଚାଲି ଆଶ୍ଚର୍ଯ୍ୟ ମଣିଲି ଘଟଣା ଟି ଦେଖି ହଠାତ ଚାହିଁଲି ବୁଲି।2। ରହିଗଲି ଦଣ୍ଡେ ସ୍ତବ୍ଧ ହୋଇ ମୁହିଁ ଆଖିରେ ଆସିଲା
ତୋ ପାଦେ ଗଲି ଶରଣ ନନ୍ଦିନୀ ରାଉତ ଅନୁଗୋଳ କଳା ବଦନରେ ଚକା ନୟନ କିମ୍ପା ପର କରୁ କାଳିଆ ଧନ। ଜଗତ ଜନ ଙ୍କ ଉଦ୍ଧାର ପାଇଁ ବାର ବାର ଜନ୍ମ ନେଇଛୁ ତୁହି। ଧରା ର ଭାର ନିବାରଣ ପାଇଁ ପାପୀ ବିନାଶନ କରିଛୁ ତୁହି। ଧର୍ମ ସଂସ୍ଥାପନ କରିଛୁ
ଈଶ୍ୱର ଙ୍କୁ ପ୍ରଶ୍ନ ନନ୍ଦିନୀ ରାଉତ, ଅନୁଗୋଳ ହେ ଈଶ୍ୱର ଆଜି ଦିଅ ମୋ ପ୍ରଶ୍ନ ର ଉତ୍ତର ଯୁଗ ଯୁଗ ପାଇଁ ତୁମେ କିମ୍ପା ନିରୁତ୍ତର। ନାରୀ କିମ୍ପା ଯୁଗେ ଯୁଗେ ନିର୍ଯାତିତା ହୁଏ ବସୁନ୍ଧରା ପରି ସବୁ ଦୁଃଖ ସହିଯାଏ। ଗରିବ କପାଳେ କିଆଁ ଦୁଃଖ ଦେଲ ଲେଖି ଅପମାନ ଯନ୍ତ୍ରଣା କୁ ସାଥେ ତାର
ଅସହାୟ କପୋତୀର ବିଳାପ ———————————— କାଠି କୁଟା ବୋହିଆଣି କରିଥିଲି ଘର ଟିକି ଘର ମୋର ଥିଲା ବଇକୁଣ୍ଠ ପୁର। ଶିଶୁ ଶାବକ ଙ୍କ ମୁଖେ ହସ ଭରୁଥିଲି ନିଜେ ନ ଖାଇଣ ତାଙ୍କୁ ଦାନା ଆଣି ଦେଲି। ପରସ୍ପର ସ୍ନେହ ପ୍ରେମ ରହିଥିଲା ପୁରି ଘର ମୋର ଲାଗୁଥିଲା ସରଗର ସରି। ମୁକ୍ତିର ଆନନ୍ଦ ପାଇ ଗାଉଥିଲୁ
ଶୀତ ଆମ ମିତ ଶୀତ ମାଉସୀ ଟା ଧୀରେ ଧୀରେ ଆସି ପସରା ଦେଲାଣି ମେଲି , ହାବୁକା ମାଡ଼ରେ ବୁଢ଼ା ବୁଢ଼ୀ ସବୁ ଆଉ ନ ପାରନ୍ତି ଚାଲି ।୧। ନିଆଁ ଉମେଇକୁ ସାଥି କରି ସବୁ ଜମାନ୍ତି ଗପ ଆସର , ଗରମ ମୁଢ଼ିକୁ ପକୁଡ଼ି ବରା ଯେ ଦେଉଛି ସୁଆଦ ତାର ।୨। ସାଲ୍
ପଥ କୁ ସମ୍ବଳ ଜୀବନ ଏମିତି ଅମାନିଆ ନଈ ବହିଯାଏ ବହିଯାଏ, ହୃଦୟ ଭିତରେ ଅବ୍ୟକ୍ତ ବେଦନା ସହିଯାଏ ସହିଯାଏ। କହରେ ଜୀବନ କେଉଁ ଦୋଷ ପାଇଁ ଏତେ ଦୁଃଖ ସହି ଯାଉ, ସଭିଙ୍କର ଦୁଃଖ ଦୂର କରିବାକୁ କାହିଁକି ଶପଥ ନେଉ। ଅଦିନିଆ ମେଘ ଭସାଇଣ ନିଏ ତୋ ସୁନ୍ଦର ଟିକି ଘର, କେଉଁ ଦୁର୍ବାସା ର
କହରେ କାଳିଆ କହରେ କାଳିଆ କେଉଁ ଦୋଷ ପାଇଁ ଦୁଃଖ ପରେ ଦୁଃଖ ଦେଉ, କେଉଁ ଅପରାଧ କଲିରେ ତୋହର ସୁଖକୁ ଛଡାଇ ନେଉ। ଜନମ କାଳରୁ ଏନ୍ତୁଡ଼ି ଶାଳରୁ ମାଆକୁ ଛଡେଇ ନେଲୁ, ଅଜ୍ଞାନ ଶିଶୁର ହସ ଛଡ଼ାଇଣ କେତେ ସୁଖ ତୁ ପାଇଲୁ। ପିତା ମାତା ଆଉ ବନ୍ଧୁ ପରିଜନ ହୋଇଲେ ମୋ ଠାରୁ ଦୂର,