ଗୀତା
ହିନ୍ଦୁ ମାନଙ୍କର ପରମ ପବିତ୍ର
ଗୀତା ଗ୍ରନ୍ଥ ଅଟେ ସାର
ଅର୍ଜୁନ ଙ୍କ ଆଗେ ଭାରତ ଯୁଦ୍ଧ ରେ
ବଖାଣିଲେ ଯଦୁବୀର।1।
ପରମ ପାବନ ଅଟେ ଏହି ଗ୍ରନ୍ଥ
ଶ୍ରୀକୃଷ୍ଣ ମୁଖ ନିସୃତ
ଯେଉଁ ଘରେ ସଦା ଗୀତା ପାଠ ହୁଏ
ସେ ଗୃହ ହୁଏ ପବିତ୍ର।2।
ଅଷ୍ଟାଦଶ ଧ୍ୟାୟ ବିଭିନ୍ନ ଯୋଗରେ
ଗୀତା ଦିଏ ମହାଜ୍ଞାନ
ଗୀତା ପାଠ କଲେ ମିଳେ ସର୍ବ ସୁଖ
ମିଳଇ ଜୀବନେ ମାନ।3।
ଜ୍ଞାନ ଯୋଗ କର୍ମ ଯୋଗ ର ମାହାତ୍ମ୍ୟ
ପଢିଲେ ପାଇବ ମୁକ୍ତି
ଭକ୍ତିଯୋଗ ସାଂଖ୍ୟ ଯୋଗଆଣି ଦିଏ
ମନରେ ପରମ ଭକ୍ତି।4।
ନଥାନ୍ତି ବୈକୁଣ୍ଠେ କିମ୍ବା ଆଶ୍ରମ ରେ
ନ ଥାନ୍ତି ଯୋଗୀଙ୍କ ଘରେ
ଯେଉଁ ଠାରେ ଭକ୍ତ ଡାକଇ ଶ୍ରଦ୍ଧା ରେ
ରୁହନ୍ତି ପ୍ରଭୁ ସେଠାରେ।5।
ଜ୍ଞାନର ସାଗର ଅଟେ ଗୀତା ସାର
ଜୀବନର ମୂଳ ମନ୍ତ୍ର
ଗୀତା ଧ୍ୟାନ କଲେ ମନ ପ୍ରାଣ ଆତ୍ମା
ହୁଅଇ ସଦା ପବିତ୍ର।6।
ଲକ୍ଷେ ଗୋଧନ କୁ ଦାନ କଲେ ମିଳେ
ଯେଉଁ ସବୁ ପୁଣ୍ୟ ଫଳ
ଗୀତା ପାଠ କଲେ ତା ଠାରୁ ଅଧିକ
ମିଳିଯାଏ ଆତ୍ମବଳ।7।
କୋଟି ବ୍ରାହ୍ମଣ ଙ୍କୁ ଅନ୍ନ ବସ୍ତ୍ର ଦାନ
କରିଲେ ମିଳେ ଯେ ପୁଣ୍ୟ
ଗୀତା ଶ୍ରୟୀ ବ୍ୟକ୍ତି ତା ଠାରୁ ଅଧିକ
ହୋଇ ଥାଏଟି ମହାନ।8।
ସନାତନ ଧର୍ମ ସାର ଅଟେ ଗୀତା
କର ସର୍ବେ ଅଧ୍ୟୟନ
ଜୀବନ ସଫଳ ହୋଇଯିବ ପୁଣି
ମିଳିବ ବିଭୁ କଲ୍ୟାଣ।9।
ନନ୍ଦିନୀ ରାଉତ
ଅନୁଗୋଳ