ମଧୁବାବୁ
ମଧୁଜୀ ଆସ ଉତ୍କଳେ ଫେରି
କୋଟି କୋଟି ଜନତା ଡାକେ
ଆସ ମା ଉତ୍କଳ ବୁକେ
ଏ ମାଟି ଆଜି ଗୁମୁରି କାନ୍ଦେ ତୁମକୁ ଝୁରି ଝୁରି l
ମଧୁଜୀ ଆସ ଉତ୍କଳେ ଫେରି l
ସ୍ୱତନ୍ତ୍ର ଆଜି ଉତ୍କଳ ସତ,
ସ୍ୱତନ୍ତ୍ରତା ତାର ଯାଇଛି ଲିଭି,
ଶୋଷଣ, ଧର୍ଷଣ ବଢ଼ି ଚାଲିଅଛି
ରାଜନୀତି ଆଜି କରଇ ଲବି,
ମଧୁଜୀ ଚାହଁ ଉତ୍କଳେ ଫେରି l
ଉତ୍କଳ ଆଜି ଦରିଦ୍ର କିଆଁ
ସବୁ ଥାଇ ତାର କିଛି ତ ନାହିଁ,
ଦାଦନ ଆଜି ଓଡ଼ିଆ ପୁଅ
ମୁଣ୍ଡ ବିକେ କିଆଁ ବିଦେଶ ଭୂଇଁ,
ମଧୁଜୀ ତାଙ୍କ ପାଇଁ କିଏ ମରିବ ଝୁରି l
କିଏ ଗଢ଼ିବ ସମ୍ମିଳନୀ ଯେ
ଭରି ଦେବ ପ୍ରାଣେ ଓଡ଼ିଆ ପ୍ରୀତି,
ଓଡ଼ିଆ ଆଜି ଓଡ଼ିଆ ବୋଲି
କହିବାକୁ ମନେ କରଇ ଭିତି,. ଆଉ କିଏ ସେ ହେବ ତୁମରି ପରି l
ମାତୃଭାଷା ଓ ମାତୃଭୂମି ଯେ
ସରଗ ରାଇଜଠାରୁ ଯେ ବଡ଼,
ତାହାରି ସେବା ଜୀବନ ବ୍ରତ
କରିଲେ ହୋଇବା ଜଗତେ ବଡ଼,. ମଧୁଜୀ ଦିଅ ଆଶିଷ ବାରି l
ପୂର୍ବ ଗୌରବ ପୂରୁବ ଗାଥା
ଉତ୍କଳ କଳା ମନେ ତୁ ହେଜ,
ପୂର୍ବ ପୁରୁଷ ଦାୟାଦ ଭାବେ
ନିଜ ସ୍ୱାର୍ଥକୁ ମନରୁ ତେଜ,.
କାମ କରି ଯାଆ ତୁ ବୀର ପରି l
ମଧୁଜୀ ଆସ ଏ ଦେଶେ ଫେରି l
ପ୍ରିୟମ୍ବଦା ରାଉତ
କୁଡୁମୁଲୁଗୁମ୍ମା, ମାଲକାନଗିରି l