ରୂପସୀ ଚିଲିକା
ଉତ୍କଳ ମାତାର ସୌନ୍ଦର୍ଯ୍ୟ ର ଖଣି
ଉତ୍କଳେ ବିଧାତା ଖଞ୍ଜିଛନ୍ତି ଆଣି।
ନୀଳ ଉର୍ମିମାଳା ଉଠଇ ଆକାଶେ
ଚାରୁ ଚିତ୍ରପନ୍ତି ଶୋଭେ ନିଳାକାଶେ।
ବିହଙ୍ଗମ ଦଳ କଲରବ ଶୁଣି
ଲାଜରେ ଲାଜେଇ ଯାନ୍ତି କେତେମୌନି।
ଭାଲେରି ଶିଖରୁ ବହି ଆସେ ବାୟୁ
ବାୟୁ ନୁହେଁ ସେତ ସଭିଙ୍କର ଆୟୁ।
ମାଆ ଭଗବତୀ କୂଳେ ମନ୍ତ୍ର ଧ୍ୱନୀ
ଲଭନ୍ତି କଲ୍ୟାଣ କେତେ ଗୁଣୀ ଜ୍ଞାନୀ।
ମାମୁଁ ଭଣଜାର କି ସୁନ୍ଦର କାନ୍ତି
ଦେଖିଲେ ନିମିଷେ ମନେ ଭରେ ଶାନ୍ତି।
ଚଢ଼େଇହଗା ର ଚିତ୍ରିତ ମୁରତି
ଦେଖି ମନେ କେତେ ମିଳଇ ପ୍ରଶାନ୍ତି।
ମହୋଦଧି କନ୍ୟା ସେଯେ ନିରୂପମା
କେ କଳି ପାରିବ ତାହାର ମହିମା।
ମାତା କାଳୀଜାଇ ବିରାଜିତା ଯହିଁ
ତା ଉପମା ଦେବା ଅସାଧ୍ୟ ଅଟଇ।
ରୂପସୀ ଚିଲିକା ସୌନ୍ଦର୍ଯ୍ୟ ର ରାଣୀ
ତୋ ନିକଟେ ସଦା ଉତ୍କଳୀୟ ରୁଣୀ।