ଅଧୁରା କାହାଣୀ
(ଅଣୁ ଗଳ୍ପ )
ଏମିତି ଅନେକ କଥା ଅଛି ଯେ କହି ହୁଏନା, ସବୁ କହିବାପାଇଁ
ହୁଏତ ଗୋଟିଏ ଜନ୍ମ ଅପର୍ଯ୍ୟାପ୍ତ !! ମନ ରେ ଅକୁହା କଥା ରଖି
ବିଦାୟ ନେଇଥିବା ଏକ ଆତ୍ମା ର ଅର୍ଦ୍ଧ ବ୍ୟକ୍ତ କାହାଣୀ କଥା ହେଲେବି ଗପ ଟି ସତ !! ମାୟା ମୋହ ବନ୍ଧନ, ଛନ୍ଦ, କପଟ, ଇର୍ଷା, ଦ୍ୱେଷ, ରାଗ, ରୁଷା, ମାନ, ଅଭିମାନ, ରୁ ଉର୍ଦ୍ଧରେ ସେହି ପବିତ୍ର ଆତ୍ମାନ, ଯାହାର ଅବ୍ୟକ୍ତ ଅଧୁରା କାହାଣୀ ଆତ୍ମା ସ୍ୱୟଂ
ପରିପ୍ରକାଶ କରିବାର ପ୍ରୟାସ ମାତ୍ର !!
ସାନ୍ଧ୍ୟ ଗୋଧୂଳି, ବୃନ୍ଦାବତୀ ଙ୍କୁ ବନ୍ଦାପନା କରି ଘୃତ ପ୍ରଦୀପ ଜାଳି ଦୁଇ କୁଳର ଶୁଭ ମନାସି ଦୁହିତା ଧର୍ମ ଲିଭାଇବା ରେ ଚେଷ୍ଟିତ ରାୟ ପରିବାର ର କୁଳବଧୂ ମୋନାଲିସା !! ମା
ବୃନ୍ଦାବତୀ ସଭିଙ୍କ ମଙ୍ଗଳ କରନ୍ତୁ ଏହାହିଁ ଥିଲା ପ୍ରାର୍ଥନା !! ହଠାତ ତାର ଧ୍ୟାନ ଭଙ୍ଗ କରି ଏକ ଚି଼ର ପରିଚିତ ସ୍ୱର ତାର
କର୍ଣ ପଟଳ ରେ ଗୁଞ୍ଜି ଉଠୁଥିଲା !! ମୋନୁ .. ପଛକୁ ମୋଡି ଚାହିଁଲା କେହିନାହାନ୍ତି!! ଏଇ ତ ବାପା ଙ୍କ ସ୍ୱର… ହେଲେ ବାପା,
କାହିଁ କେଉଁଠି ଦିଶୁ ନାହାନ୍ତି, ବାପା ଗେଲରେ ମୋନୁ ଡାକନ୍ତି ମୋତେ !! ଆଜି ବାଁ ଆଖି ଫଡକୁଥିଲା, କିଛି ଅଶୁଭ ସଂକେତ
ପରି ଜଣାପଡୁଥିଲା, କୌଣସି କାମ ରେ ମନ ଲାଗୁନଥିଲା !! ସଞ୍ଜ ଦେଇ ନିଜ ପ୍ରକୋଷ୍ଟ ମଧ୍ୟକୁ ପ୍ରବେଶ କରିଥିଲା ମୋନା !!
ମନ ଗୋଳେଇଘାଣ୍ଟି ହେଉଥାଏ , ବାପା ଙ୍କୁ ଫୋନେ କଲା କୌଣସି ଉତ୍ତର ଆସୁନି !! ଘରକୁ ଭାଇ କୁ ଲଗାଇଲା, ସେ କହିଲା ବାପା ଟୁର ରେ ଅଛନ୍ତି ଦୁଇ ଦିନ ହେବ ଫୋନେ ଆସିନି
ଆହୁରି ମନ ଅସ୍ଥିର , ଶାଶୁ ପଚାରୁଛନ୍ତି ଆରେ ମା କଣ ହେଲା
ମା କିଛି ନୁହେଁ, ବାପା ଙ୍କ କଥା ମନେ ପଡୁଛି !! ସଡୁ ଠିକ ହେବ
ତୁ ଜମା ବ୍ୟସ୍ତ ହୁଅନା !! କଲିଙ୍ଗି ବେଲ ବାଜିଲା, ରାୟ ବାବୁ ସାନ୍ଧ୍ୟଭ୍ରମଣ ରୁ ଫେରିଲେ !! ମୋନା ପାଣି ଗ୍ଲାସ ଧରି ସାମ୍ନାରେ !!
ମା ମୋନା ଆଜି ସମୁଦୀ ମିଳିଥିଲେ !! ସାଥି ହୋଇ ସାନ୍ଧ୍ୟ ଭ୍ରମଣ
କଲୁ, କଥା ବି ହେଲୁ !! ମୋନା ଟିକେ ଅଶ୍ୱସ୍ତ ହେଲା, ତା ମନ ର
ଭ୍ରମ , ଭାଗବାନ ଙ୍କ ଧନ୍ୟବାଦ ଦେଲା !! ଭାଇ କହୁଥିଲା ଟୁର ରେ ପରନ୍ତୁ ବାବା କହୁଛନ୍ତି ଭୁବନେଶ୍ୱର ରେ କିଛି ବୁଝି ହେଉ ନ ଥିଲା, ହଁ କୁହନ୍ତୁ ବାବା ଆପଣଙ୍କ ସହ କଣ କଥା ହେଲେ, କେବଳ
ତୋ ବିଷୟରେ ମା!! ମୋ ଝିଅ କୁ ଟିକେ ଦେଖିବ, ଭୁଲ କ୍ଷମା କରିଦେବ, କାମ ଧନ୍ଦା ଜାଣିନି ଝିଅ ଭାବି ଚଳେଇ ନେବ, ବହୁତ
ଗେଲବସର ରେ ତାକୁ ପାଲିଥିଲି, ନିଜ ଝିଅ ପରି ଦେଖିବ !! ସମୁଦୀ ଙ୍କ ହସ ହସ ଚେହେରା ମୁଁ ଭୁଲିପାରିବିନି ନାହିଁ !!ତାପରେ
କଣ ହେଲା ବାବା ରାୟ ବାବୁ ଙ୍କୁ ପ୍ରଶ୍ନ କରିଥିଲା ମୋନା !! ଆରେ ହଁ ମୁଁ ବହୁତ ବାଧ୍ୟ କଲି କହିଲେ ଆପଣ ତ ଜାଣିଛନ୍ତି ପୌତ୍ର କିମ୍ବା ପୌତ୍ରୀ ମୁଖ ଦର୍ଶନ ପୂର୍ବରୁ ଅର୍ଣ୍ଣ ଜଳ ଦୁହିତା ଗୃହେ ବର୍ଜିତ !! ବେପରୁଆ ହସ ଏବେ ବି ଶୁଭୁଛି !! ଆରେ ମା
ଆମ ଘର ପୂର୍ବରୁ ଛକ ମୋଡ଼ ରେ ମୁଁ ପଛକୁ ଚାହିଁ ଦେଖେ ତ
ସମୁଦୀ କୁଆଡେ ଉଭାନ ହୋଇଗଲେ !! ମୋତେ ଆଶ୍ଚର୍ଯ୍ୟ ଲାଗୁଛି
ମୋ ସହିତ କଥା ହେଉ ହେଉ କୁଆଡେ ଚାଲିଗଲେ ସମୁଦୀ !!
ଘରେ ସମ୍ପୂର୍ଣ ନୀରବତା, ମୋନାଲିସା ସ୍ଥାଣୁ ସମ !! ଶାଶୁ ଆବକ
ରାୟ ବାବୁ ଫୋନ ମିଳାଉଥିଲେ !!…. ହ୍ୟାଲେ…. ହ୍ୟାଲୋ….
ସମୁଦୁଣୀ କିଛି ଉତ୍ତର ଦେଉ ନ ଥିଲେ… କାନ୍ଦିବାର ଶବ୍ଦ ଶୁଭୁଥିଲା !! କିଛି ଆଗତଣ ଘଟିଛି ଦୋଧହୁଏ !! କିଛି ସମୟ
ପରେ ପୁନଃରାୟ ଫୋନ ମିଳାଇବାକୁ ଚେଷ୍ଟା କରୁଥିଲେ ଅନ୍ୟ
ପକ୍ଷରୁ ଭାଇ ର ଫୋନ ଆସିଲା ଏକ ଦୁଖଦଃ କାହାଣୀ ନେଇ
“ବାପା ଆଉ ଏ ଦୁନିଆରେ ନାହାନ୍ତି ବାବା ” ରାୟ ବାବୁ ଙ୍କ ହାତରୁ
ମୋବାଇଲ ଟି ଖସି ପଡିଲା !! ମୋନାଲିସା ଚେତାଶୁନ୍ୟ, ଶାଶୁ ମା
ତା ମୁହଁରେ ପାଣି ସିଞ୍ଚୁଥିଲେ !! ରାୟ ବାବୁ ଭାବୁଥିଲେ ବିତି ଯାଇଥିବା ଆଜି ର ସାନ୍ଧ୍ୟ ଭ୍ରମଣ ବିଷୟରେ !! ହୁଏତ ଅତୃପ୍ତ
ଆତ୍ମା ର କିଛି ଅକୁହା କାହାଣୀ କହିବା ବାକି ରହିଯାଇଥିଲା !!
ମୋନାଲିସା ପ୍ରତି ସ୍ନେହ ମୃତ୍ୟୁ ପରେ ବି ତା ପାଖକୁ ଟାଣି ଆଣିଥିଲା, ସତରେ ବାପା ମାନେ କେତେ ହତଭାଗ୍ୟ, ଚାହିଁ ବି କହି ପାରନ୍ତିନି, କେତେ ଭଲ ପାଆନ୍ତି !!
© ® ନିର୍ମଳ ନାୟକ, ନାଗପୁର
8275533780