July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

ପରମ୍ପରା ଓ ସାମାଜିକ ବିକାଶ — ନୀହାରିକା ପଣ୍ଡା ରାକମା

*ପରମ୍ପରା ଓ ସାମାଜିକ ବିକାଶ*

                   ନୀହାରିକା ପଣ୍ଡା ରାକମା 

ଜୀବନର ଏକ ବଡ ଅନୁଶୀଳନ ହେଉଛି ପରମ୍ପରା ।ଅନେକ ପ୍ରକାରଭେଦରେ ପରିପୂର୍ଣ୍ଣ ଯା ପରିସର।ଲୋକ
ଗୋଷ୍ଠୀଭଳି ପରମ୍ପରା
ଲୋକଧାରାର ଏକ ଉଲ୍ଲେଖନୀୟ ଆୟାମ।ପରମ୍ପରା ଜୀବନର ଗତିଶୀଳତାକୁ ବଜାୟ ରଖିଥାଏ ନିଶ୍ଚେ ।ପରମ୍ପରାର ସଂଜ୍ଞା ଗୋଟିଏ ଗୋଷ୍ଠୀର ଧାରା(lore)ବା ଆଦାନପ୍ରଦାନ ପ୍ରକ୍ରିୟା ।ପରମ୍ପରାଟିଏ ନିଜକୁ ପ୍ରତିଷ୍ଠା କରିବା ପାଇଁ ଯେଉଁ ସବୁ ପ୍ରକ୍ରିୟାର ଆବଶ୍ୟକତା ସେମାନଙ୍କ ସାମଗ୍ରୀକ
ସ୍ୱରୁପ ।ଉଦାହରଣ ସ୍ୱରୂପ ରଜ
ପର୍ବକୁ ଏକ ପରମ୍ପରା କହିବାକୁ ହେଲେଏହାର ପରିବେଷଣ, ସମ୍ପ୍ରସାରଣ, ପାଳନର ଧାରାବାହିକତା ବା ପାରମ୍ପରିକତା ଆଦି ରହିବା ନିହାତି ଆବଶ୍ୟକ ।
ଅତୀତର ଘଟଣା ପରମ୍ପରା ନୁହେଁ ।ବରଂ ସାଂପ୍ରତିକ କାଳ ଯାଏଁ ଚଳି ଆସୁଥିବା ଧାରା ହଁ ପରମ୍ପରା । ଗୋଟିଏ ଅନୁଷ୍ଠାନ ତାହାର ଆବଶ୍ୟକତା ଯୋଗୁଁ ଏକ ନିର୍ଦ୍ଧିଷ୍ଟ ସମାଜରେ ବାରମ୍ବାର ଅନୁଷ୍ଠିତ ହେଲେ ବା ପରିବେଷିତ ହୋଇ ଆସୁଥିଲେ ତାହା ପରମ୍ପରାରେ ପରିଗଣିତ ହୋଇଥାଏ ।ହୁଏତ ଗୋଟିଏ ବର୍ଷ,ଗୋଟିଏ ମାସ,ଗୋଟିଏ ସପ୍ତାହ, ଗୋଟିଏ ଦିନ କିମ୍ବା ଏକ ଘଣ୍ଟା ବି। ଯାହାର ସଂପ୍ରସାରଣ ସିଧାସଳଖ ଅତୀତରୁ ଆସେ ନାହିଁ ଅନୁରୂପ ଭାବେ ସମାଜରେ ଗୋଷ୍ଠୀ ଗୋଷ୍ଠୀ ବା ବ୍ୟକ୍ତି
ବ୍ୟକ୍ତି ମଧ୍ୟରେ ସଂପ୍ରସାରଣ ହୁଏ।
ବିଚାରକୁ ନେବା କି ବାଣିଜ୍ୟ କରିବା ପାଇଁ ବଣିକମାନଙ୍କର ଦ୍ୱୀପାନ୍ତର ଯାତ୍ରାକୁ ପରମ୍ପରା କୁହାଯାଇ ନପାରେ ।କିନ୍ତୁ ସେଇ ସ୍ମୃତିକୁ ଆଧାର କରି କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା ଏକ ପରମ୍ପରା ।

ତେବେ ମନରେ ପ୍ରଶ୍ନବାଚୀ ପରମ୍ପରାକୁସଂପ୍ରସାରିତ କରେ କିଏ?
ପରମ୍ପରା ବାହକ ।ତେବେ ଏମାନେ ରହନ୍ତି କେଉଁଠି?ସମାଜରେ।ପୁଣି କହିବି ଉଦାହରଣସ୍ୱରୁପ ମାଆବଡ ଝିଅକୁ ଝୋଟି ଆଙ୍କିବା ଶିଖାଇଲେ
ବଡ ଝିଅ ତା’ର ସାନ ଭଉଣୀଏବଂ ପଡିଶା ଘରର ଦୁଇ ଝିଅଙ୍କୁ ଶିଖାଇଲା। ଅନ୍ୟ କେହି ତା ଖୁଡୀଠାରୁ ଝୋଟି ପକାଇବା ଶିଖିଲା।
ଝୋଟିପକା ପରମ୍ପରାରେ ସମସ୍ତେ କମ୍ ବେଶୀ ଦକ୍ଷତା ରଖନ୍ତି ନିଶ୍ଚୟ ଅତଏବ ଝୋଟିପକା ପରମ୍ପରା ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଦକ୍ଷତା ଉପରେ ନିର୍ଭରଶୀଳ ନୁହେଁ ।ପରମ୍ପରା ସମାଜରେ ନିର୍ଦ୍ଦିଷ୍ଟ ଜ୍ଞାନକୌଶଳ,ନୂତନ ସଂଯୋଜନା ବିକାଶର ଅର୍ନ୍ତଗ୍ରହଣରେ ସହାୟକ ।ପରମ୍ପରା ସମାଜ ପାଇଁ ବି ଅତୀତରୁ
ଭବିଷ୍ୟତର ସୃଷ୍ଟି ।ପରମ୍ପରାର ପରିବର୍ତ୍ତନଶୀଳତା ଏବଂ ଗ୍ରହଣଶୀଳତା ସମାଜର ସମାଜିକତାର ଅଭିବୃଦ୍ଧିରେ ସହାୟତା ଦିଏ।ପିଢିପରେ ପିଢି ସଂପ୍ରସାରିତ ହୋଇ ରକ୍ଷଣଶୀଳତା ବଢାଏ।ପରମ୍ପରା ସମାଜରେ ସଚେତନ ଭାବରେ ହେଉ ବା ଅଜାଣତରେ ହେଉ ପରିବର୍ତ୍ତନର ଏକ ମାଧ୍ୟମ ।ପରମ୍ପରା ଓ ସମାଜ
ସହସଂପର୍କୀତ ।ପରମ୍ପରା ଦ୍ବାରା ସମାଜରେ ବାର୍ତ୍ତା ବିନିମୟ,ଜ୍ଞାନ ପିପାସା,ସଂସ୍କାର, ସଂସ୍କୃତି ପରିପୁଷ୍ଟ ହୁଏ।ବାସ୍ତବିକ ପରମ୍ପରା ସମାଜକୁ
ସାମାଜିକତା ସହ ଜୀବନକୁ ଯୋଡିବାର ସୂତ୍ରଧର ।ଦାସକାଠି,ରାମଲୀଳା,କୃଷ୍ଣ ଲୀଳା,ପାଲା,ଦଣ୍ଡ, ଦୁଆରୀ,ସୁଆଙ୍ଗ, ରାସ ,କଣ୍ଢେଇନାଚଆଦି ପାରମ୍ପରିକ ପରିବେଷଣ;ମନୋରଞ୍ଜନଧର୍ମୀ ହେଲେ ବି ଅତୀତ ଓ ବର୍ତ୍ତମାନ ମଧ୍ୟରେ ସଂଯୋଗର ସେତୁ ପରିବେଷଣ ଅନ୍ତରାଳରେ ସାମାଜିକ ଆବଶ୍ୟକତା ନିହିତ ।
ପରମ୍ପରା ଦିଏ ପରିଚୟ।ପରମ୍ପରାର
ଅନୁଷ୍ଠାନ ଉପରେ ଉପସ୍ଥିତ ନହେଲେ
ସୁଦ୍ଧା ଆମକୁ ବୁଝାପଡେ ରାସ୍ତାରେ
ଗଲାବେଳେ ଜଣେ ଖଇକଉଡି ଦେଖିଲେ କିଛି ସମୟ ପୁର୍ବରୁ ଶବ ଯାତ୍ରା ହେବାର ଅନୁମେୟ। ସମାଜ ପାଇଁ ପରମ୍ପରାର ଯଥେଷ୍ଟ ଗୁରୁତ୍ୱ ରହିଛି ।।

 334 total views,  1 views today

4 thoughts on “ପରମ୍ପରା ଓ ସାମାଜିକ ବିକାଶ — ନୀହାରିକା ପଣ୍ଡା ରାକମା

  1. ଆମ ସଂସ୍କୃତି ର ପରମ୍ପରା ନିଖୁଣ ଭାବରେ ଉପସ୍ଥାପନ କରିଛନ୍ତି ନୀହାରିକା ଭଉଣୀ । ଶିକ୍ଷଣୀୟ ହୋଇଛି ପ୍ରସଙ୍ଗ ଟି । ଅନେକ ଅନେକ ଶୁଭେଚ୍ଛା ଭଉଣୀ ।

Leave a Reply

Your email address will not be published.

fifty two + = fifty six