🛶⛵ପ୍ରେମ ର ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା 🛶⛵
ପ୍ରେମ ର ଦୀପକୁ ଜାଳି ରଖିବା ପାଇଁ।
ସାଧବ ବୋହୁ ଓଢଣା ଟାଣି।
ନଈ କୂଳେ ପିତଳ ଥାଳି କୁ ଧରି।
ଫୁଲ ଧୂପ ଆଳତି କରି ।
ମଥା ରେ ଚନ୍ଦନ ଟୋପି କୁ ମାରି।
ମେଲାଣି ଦିଏ ସାଧବ ପୁଅକୁ।
କେତେ ଘନବନ କେତେ ନୂଆ ନୂଆ ଦେଶ।
ନୂଆ ନୂଆ ଦ୍ଵୀପ ବୁଲିଯାଇ ବେପାର ବଣିଜ କରି।
ଆଣିବ ଧନ ମାନ କଳିଙ୍ଗ ଦେଶ କୁ ବୋହି।
କାର୍ତ୍ତିକ ମାସ ଶୁକଳପକ୍ଷ ଟିର ମହତ୍ତ୍ଵ
କେତେ ଯେ ପୁଣ୍ୟ କେତେ ଧର୍ମ ଦିନ।
ଧୁଡୁ ଧୁଡି ଚମ ପଡ଼ିଲାଣି ନୋଳି ନୋଳି
ତଥାପି ଖାତିରି ନ କରି ଶୀତ ଦାଉ କେତେ
ଆସିଲେଣି ଭୋଗ ଧୂପ ଦୀପ ଥାଳି କୁ ସଜାଡି।
କୋଟି ପୁଣ୍ୟ ମିଳେ ଏଇ ଦିନ ବରଷକ ସାର।
କେତେ କାର୍ତ୍ତିକିଣି ବୁଢ଼ୀ ମା ମାନେ ଆସି
ଭସେଇ ଦେଲେଣି ମାସକ ସାରା ର ପୁଣ୍ୟ।
ଛୋଟ ଛୁଆ ଠୁ ଧରି ବଡ଼ ବୁଢ଼ା ଯାଏଁ
ସଜାଡି ହୋଇ ଆସିଲେଣି
ପାପ କୁ ଭସେଦେବା ପାଇଁ।
ଚାରି ଆଡେ଼ ନଈ ପୋଖରୀ ସମୁଦ୍ର ସାରା
ସୁଭିଲାଣି ପରମ୍ପରା ସଂସ୍କୃତି ଧାରା।
ଆକା ମା ବୋଇ ପାନ ଗୁଆ ଥୋଇ
ପାନ ଗୁଆ ତୋର ମାସକ ଧରମ ମୋର।
କେତେ ପୁଣ୍ୟ ଏଇଯେ କାର୍ତ୍ତିକ ମାସ ଟି
ବକ ଠୁ ଆରମ୍ଭ ସବୁ କରନ୍ତି ଦେବତା ଭକତି।
ମନ ମନ୍ଦିର ର ଭକ୍ତି ମାର୍ଗ ଖୋଲି
ମନରେ ଶାନ୍ତି ର ବାର୍ତ୍ତା ନେଇ
ମାସକ କର୍ମ କରି ଦୂର
ପୁଣ୍ୟ କୁ କରନ୍ତି ଆପଣା ର।
ରଙ୍ଗ ବେରଙ୍ଗ ନୂଆ ନୂଆ ବାସ କରି ପରିଧାନ
ସମସ୍ତେ ଏକାଠି ହୋ ନିଜ ଘର ପରିଜନ।
ମିଶି ଭସେଇ ଦିଅନ୍ତିସବୁ
କ୍ରୋଧ ମୋହର କରି ପତନ।
କେତେ ରକମର ଡଙ୍ଗା ମାନ କରି
ମନ ର ପ୍ରେମ କୁ ଏକାଠି କରି।
ପୁଣ୍ୟ ଲଭନ୍ତି ସଭିଏ ଏଠି।
ସ୍ଵାତୀ ମହାପାତ୍ର
7 total views, 1 views today
outstanding article
i like this amazing post