ଶୀତ
ଛଅଋତୁ ଆସେ ପୃଥିବୀ ପୃଷ୍ଠକୁ
ହାତ ଧରାଧରି ହୋଇ
ଏକକୁ ଆରେକ ସବୁ ଉପକାରୀ
ଅଲୋଡା ନୁହନ୍ତି କେହି ।
ପ୍ରକୃତି ରାଣୀର ଅବଦାନ ସତେ
ଏ ଜୀବ ଜଗତ ପାଇଁ
ହାଡ଼ଭଙ୍ଗା ଶୀତ ଦେହପାଇଁ ହିତ
ଉପକାରୀ ପରା ସେହି ।
ସୋରିଷ ଫୁଲର ଶୋଭା ଚମତ୍କାର
କବିମନ ନିଏ କିଣି
ଧନଦାତ୍ରୀ ମାତା ଲକ୍ଷ୍ମୀଙ୍କର ପୂଜା
ଅଗ୍ନି ଉତ୍ସବ ହୁଏପୁଣି ।
ଶୀତଆସେ ଯେବେ ଗରମ ପୋଷାକ
ହୁଏପୁଣି ଦରକାର
କଅଁଳ ଖରାର ଛୁଆଁସତେ ଲାଗେ
ଆପଣାଠୁ ଆପଣାର ।
ଶୀତ ସକାଳର କୁହୁଡି ଚାଦର
ଢାଙ୍କିଦିଏ ସୂର୍ଯ୍ୟମୁହିଁ
ଉତ୍ତରା ପବନ ଦାଉସାଜେ ପୁଣି
ଥରେଇ ପ୍ରତିଟି ଦେହ ।
ଚାହୁଁଚାହୁଁ ଦିନ ସରି ଆସୁଥାଏ
ସନ୍ଧ୍ୟାଆସେ ଶୀଘ୍ରଚାଲି
ଚୁଲିମୁଣ୍ଡ ପାଖେ ବିଲେଇ ନାନୀଟା
ମୋଡ଼ିହୋଇ ଶୁଏ ଖାଲି ।
ପାଣ୍ଡୁର ବରନ ଦେହ ଦିଶୁଥାଏ
ଶୁଷ୍କଦିଶେ ଚର୍ମସିନା
କୃଷକ ବାପୁଡ଼ା ଶୀତ ଦାଉସହି
ପେଟକୁ ଯୋଗାଏ ଦାନା ।
ଖଟିଖିଆ ଲୋକ ଶୀତକୁ ନଡରେ
ସହଳ ସହଳ ଉଠେ
ପରିଶ୍ରମ ତାର କର୍ମ ଓ କର୍ତ୍ତବ୍ୟ
ଦିଏଯିଏ ଦାନାମୁଠେ ।
ମିଥ୍ୟା ଉପାୟରେ ଧନ ଯିଏଅର୍ଜେ
ଶୀତକୁ ସେଡରେ ବେଶୀ
ଅଳସୁଆ ପଣେ ଉଷୁମ ଶେଯରେ
ଶୋଇହୁଏ ଭାରିଖୁସି ।
ସବୁ ଋତୁଲାଗେ ନିଜର ନିଜର
କର୍ତ୍ତବ୍ୟ ପଥରେ ସତେ
ସତକର୍ମ ପଥେ ଶୀତ କି ବରଷା
ଆସେ ପୁଣି ଯାଏ କେତେ ।।
🌻🌻🌻🌻🌻🌻🌻
ସୁଜାତା ରାଉତ , ଓରାସାହି , ଚାନ୍ଦବାଲି , ଭଦ୍ରକ

 7 total views,  1 views today

One thought on “ଶୀତ- ସୁଜାତା ରାଉତ”

Leave a Reply

Your email address will not be published. Required fields are marked *