“ଯେମିତି ସାଙ୍ଗ, ସେମିତି ରଙ୍ଗ”
ଗୁଣମଣୀ ଧନ ଗୁଣରତନରେ
ଗୁଣ ସମ୍ପାଦକୁ ଘେନ,
ଜୀବନ ପଥର ପଥିକ ହୋଇ ତୁ
ଗାରିମାରେ ରଖ ଧ୍ୟାନ ll(1)
ପାଦ ତଳ ମାଟି, ସଦା ଟଳମଳ
ଜଗିରଖି ଚଳୁଥିବୁ,
ହୋଇଲେ ସରଳ, ଭରିବେ ଗରଳ
ସୁବିଧାବାଦୀଏଁ ସବୁ ll(2)
ଯେମିତିକା ସାଙ୍ଗ, ସେମିତିକା ରଙ୍ଗ
ସଂକ୍ରମିତ ରୋଗ ସେହି,
ହାତେମାପି ଯେବେ,
ଚାଖଣ୍ଡେ ନଗଲେ
କୂଳଟି ପାଇବୁ ନାହିଁ ll(3)
ସୁଖ,ଭୋଗ ସାଥି, ସାମୟୀକ ପ୍ରୀତି
ସୁଯୋଗ ଉଣ୍ଡିସେ ଥିବେ,
ପୁରିଗଲେ ବାଞ୍ଛା, ଭରିଗଲେ ଇଚ୍ଛା
ପାଶ ଛାଡିଏଡିଯିବେ ll(4)
ନିଶା,ପଶାଜନ କରିତୁ ବର୍ଜନ
ଲମ୍ପଟ ପସରା ଏଡି,
କରି ମନ ଦୃଢ ନହୋଇ ତୁ ମୂଢ
ସମୟ ସାଥିରେ ଲଢ଼ି ll(5)
ହୋଇ ମଧୁମାକ୍ଷୀ, କ୍ଷାତି ମଧୁଚାଖି
ଜ୍ଞାନ, ମାନ, ଯଶ ଘେନା,
ହୋଇବୁ ଯଶସ୍ମି, ହେବୁ ତୁହି ଖୁସି
ଜ୍ଞାନୀ,ଗୁଣୀ ଗଣେ, ଗଣା ll(6)
ବାସହୀନ ଫୁଲ, ପାଏନାକା ଗେଲ
ବଞ୍ଚିବା ମରିବା ଏକl,
ବଞ୍ଚି ଥାଉଁ ଥାଉଁ ମଢା ହୋଇ ଯିବୁ
ଅଣଦେଖା ହେବ ସଖା ll(7)
ଧନ,କ୍ଷମତାକୁ ଶକତି, ସଂଚୟରେ
ଛଳନା ପ୍ରୀତିର ଭାବ,
ପାଣିର ଫୋଟକା, କ୍ଷଣ ପାଇଁ ଦେଖା
କ୍ଷଣରେ ମିଳାଇ ଯିବ ll(8)
ଗୁଣଗ୍ରାହୀ ସିନା ଗୁଣକୁ ଚିହ୍ନଇ
ଅବିଗୁଣ ହୁଏ ହୀନ,
ସବୁ ଭାବି ଚିନ୍ତି, ଚାଲିବୁ ତୁ ନିତି
ଆରେ ମୋର ବାବୁ ଧନ ll(9)
************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ୟମ -କାଶୀନଗର, ଜିଲ୍ଲା-ଗଜପତି, ଓଡିଶା, 761206, ଯୋଗାଯୋଗ
6372127449