(ମା’ମାଟି କାନ୍ଦୁଛି)-
ମୋ ଜନମ ଭୁଇଁ ପବିତ୍ର ଅଟଇ ଏଇ ସାରା ଜଗତରେ
ବିଶ୍ଵ ଗୁରୁ ହୋଇ ଆଜି ସେ କାନ୍ଦଇ ଶକୁନି ପଶାପାଲିରେ।
କପଟ ପଶାରେ ପଣକରି ତା’ରେ ବିବସନା ତା’କୁ କରେ
ଅଖଣ୍ଡ ଶରୀର ଖଣ୍ଡଖଣ୍ଡ ତା’ର କରଇ ନିଜ ସ୍ଵାର୍ଥରେ।
ସ୍ଵାର୍ଥେ ହୋଇ ଅନ୍ଧ କରିଯାଅ ମନ୍ଦ କର୍ମ ଯେତେକ ତୁମର
ତା’ସନ୍ତାନ ଗଣ କରନ୍ତି ରୋଦନ ସନ୍ତୁଳନ ନାହିଁ କାର।
ଛପନ କୋଟିର ସନ୍ତାନ ତାହାର ମାନବ ଶ୍ରେଷ୍ଠ ତହିଁରେ
ମାନବଟା ଆଜି ଦାନବବଟେ ସାଜି କେତେ ଅତ୍ୟାଚାର କରେ।
କେତେଯେ ସନ୍ତାନ ତାହାର ନିଶ୍ଚିହ୍ନ ସତ୍ତା ନାହିଁଟି କାହାର
ଆନଯେତେ ସବୁ ଖାଦ୍ୟାଭାବେ ବାବୁ ତେଜିଣ ଘର ଦୁଆର।
ଇତସ୍ତତଃ ହୋଇ ସଦା ଭ୍ରମୁଥାଇ ଭୟେ ସରବେ କାତର
ବିଶାଳ ବକ୍ଷତା’ ସଙ୍କୁଚିତ ଆଜି ସାଜିବ ଦିନେ ପଥର।
ବେଳଅଛି ଏବେ ମାନବେ ସରବେ ଆଜତୁ ଶପଥ କର
ମା’ମାଟି କାନ୍ଦୁଛି ଲୁହ ତା’ର ପୋଛି ସୁରକ୍ଷା କର ତାହାର।
*******************
(ଦେବମାୟା ଭବନ, ଶେରଗଡ଼, ଗଞ୍ଜାମ।)
#୯୭୭୬୪୮୬୬୨୮#