“””ଧୋକା“””
ତୁମେ ମୋତେ କହି ଦିଅ ସାଥି
କେମିତି କାଟିବି ମୁ ଦିନ ରାତି।୧।
ଏକା ବଞ୍ଚିବାକୁ ଅଭ୍ୟାସ ଚାଲିଛି
ତଥାପି କେବେ କେବେ ହାରି ମୁଁ ଯାଉଛି।୨।
ତୁମକୁ ନିଜର କରି ବଞ୍ଚିବି ଭାବିଥିଲି
ଜାଣି ମୁଁ ନଥିଲି ତୁମେ ଆଉ କାହାର ବୋଲି ।୩।
ଜୀବନର ରାସ୍ତା ଏବେ ଏକା ମୁଁ ଚାଲିବି
ଏକା ବଞ୍ଚିବାକୁ ସବୁ ପ୍ରୟାସ କରିବି।୪।
କେମିତିକା ସାଥି ତୁମେ ଏକା ଛାଡି ଗଲ
ଧୋକା ଦେଇ ଗଲ ତମେ ଆଉ ନ ଫେରିଲ।୫।
ବିରହ ବେଦନାରେ ଆଜି ଜଳି ମୁଁ ମରୁଛି
ତଥାପି ଚାତକ ପରି ଅପେକ୍ଷା କରିଛି।୬।
ତୁମ ପାଇଁ ବାପା ମାଆ କୁ ଛାଡି ମୁଁ ଆସିଲି
ତୁମ ପରି ଧୋକାବାଜ୍ ସାଥି ଦେଖି ମୁଁ ନଥିଲି।୭।
ଭଲ ପାଇବାର ମାନେ ତୁମେ ବଦଳାଇ ଦେଲ
ପ୍ରେମ ମାନେ ଧୋକା ବୋଲି ମୋତେ ଜଣାଇଲ।୮।
ଯାହା ସହ ଅଛ ସାଥି ଖୁସିରେ ରୁହ
ମୋତେ ଯେଉଁ ଧୋକା ଦେଲ ତାକୁ ନ ଦିଅ।୯।
ଜାଣିଛି ତୁମେ କେବେ ଫେରିବତ ନାହିଁ
ଏକା ହୋଇ ବଞ୍ଚିଛି ମୁଁ ତୁମ ଛବି ଚାହିଁ।୧୦।
ସଂଯୁକ୍ତା ପଣ୍ଡା
Heya! I’m at work surfing around your blog from my new iphone 4! Just wanted to say I love reading through your blog and look forward to all your posts! Keep up the outstanding work!
Too fake
I was reading some of your posts on this site and I believe this site is rattling instructive! Keep on putting up.