May 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୁର୍ଯ୍ୟୋଦୟ ନବ ସମ୍ଭାବନା – ୨୦୨୧ ରେ ଏଥର ଭେଟନ୍ତୁ କେନ୍ଦୁଝର ଜିଲ୍ଲାର ଅମିତ୍ କୁମାର୍ ସାହୁ ଙ୍କୁ

ନାମ-: ଅମିତ୍ କୁମାର୍ ସାହୁ
ମାତାଙ୍କ ନାମ-: ବୀଣାପାଣି ସାହୁ
ପିତାଙ୍କ ନାମ-: ଅରୁଣ କୁମାର ସାହୁ
ଜନ୍ମମାଟି/ଠିକଣା-: ଗ୍ରା/ପୋ:ଧକୋଠା, ବ୍ଲକ:ଆନନ୍ଦପୁର, ଜିଲ୍ଲା:କେଓଁଝର, ପିନ୍:୭୫୮୦୧୫, ଦୂରଭାଷ:7008872788
ଜନ୍ମ ତାରିଖ: ୨୯/୦୨/୨୦୦୦
ଶିକ୍ଷା ଗତ ଯୋଗ୍ୟତା: ସ୍ନାତକ ଶେଷ

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ସାହିତ୍ୟ ଏକ ସାଧନା,ମନୁଷ୍ୟ ଏ ସାଧନାର ବ୍ରତୀ।

ସାହିତ୍ୟ କୁଆଁରୀ ଆଶାରେ ସୁସଜ୍ଜିତ ସ୍ୱପ୍ନ ସାଗରରେ ଜାଜୁଲ୍ୟମାନ ତା ଶୂନ୍ୟ ମଥାର ପୂର୍ଣ୍ଣାଙ୍ଗ ଭାବନା, ତ’ କେବେ ପୁଣି ବାଲ୍ୟ ବିଧବା ଫଟା କପାଳର ଅକୁହା ଯନ୍ତ୍ରଣାର ଗଭୀର ବ୍ୟଥା। ହଁ’ ଆହୁରି ମଧ୍ୟ ଏଇ ସାହିତ୍ୟ କେବେ ବାସ୍ତବତାଠୁ ଭିନ୍ନ ଅବାସ୍ତବ ଦୁନିଆର କଳ୍ପନା ଜଳ୍ପନା ରେ ମଧ୍ୟ ସାମିଲ କରେ ନିଜକୁ।

ସାହିତ୍ୟ ଆମ ସଂସ୍କୃତିର ଇତିହାସ, ସଂସ୍କାର ରୂପୀ ପରମ୍ପରାର ଆଦର୍ଶ, ତ୍ୟାଗ ଧର୍ମ ନ୍ୟାୟ ପରିପ୍ରେକ୍ଷୀରେ ଏକ ସତ୍ୟତାର ସ୍ୱରୂପ।

ସମୟ ଅନୁସାରେ ବଦଳି ପାରୁଥିବା କେବଳ ଏକ ମାତ୍ର ହିଁ ସଂଜ୍ଞା, ଯାହା ସାହିତ୍ୟର…

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ପିଲାଦିନେ ଓଡ଼ିଆ ବହି ପଢିବାକୁ ଭାରି ଭଲ ଲାଗେ। ମାମା,ବୁଢ଼ୀମା,ଗାଁ ର କିଛି ବୃଦ୍ଧ ବୃଦ୍ଧାଙ୍କ ଠାରୁ ମଧ୍ୟ ଶୁଣିଛି ଅନେକ ଗଳ୍ପ। ଏଇ ଗଳ୍ପ ଶୁଣିବାର ଆଉ ଓଡ଼ିଆ ଭାଇ ପଢିବାର ସ୍ଵଭାବ ହିଁ ମତେ ସାହିତ୍ୟ ପ୍ରତି ଅକୃଷ୍ଠ କରିଥିଲା। ତୃତୀୟ ଶ୍ରେଣୀରେ ହଠାତ ବାବା କହିଥିଲେ କି ଦେଖି ଗୋଟେ ଗୀତ ଲେଖିଲୁ, ଆଉ ମୁଁ ଡେରି ନ କରି ଚାରି ଧାଡି ଲେଖି ପକାଇଥିଲି ଆଉ ବାବା ଦେଖି ଖୁବ୍ ଖୁସି ହେଇଥିଲେ, ସେଇଠୁ ଆରମ୍ଭ ହୋଇଯାଏ ସାହିତ୍ୟର ରୁଚି। ମାମୁଁ ଘର ଗଲେ ଅଜାଙ୍କ ଠାରୁ କେତେ କଣ୍ କବିତା ଆମ ପୂର୍ବ ସାହିତ୍ୟ ର ଗୀତି ଶୁଣିବାକୁ ମିଳେ ତ ସେଠୁ ବି ମିଳିଛି କିଛି ପ୍ରେରଣା। ଏହା ସହ ମୋ ଶିକ୍ଷକ ଶିକ୍ଷୟତ୍ରୀ ସାଙ୍ଗ ସାଥି ଭାଇ ଭଉଣୀ ସମସ୍ତଙ୍କ ପ୍ରୋତ୍ସାହନ ହିଁ ମତେ କଢେଇ ନିଏ ଭିନ୍ନ ଭିନ୍ନ ସାହିତ୍ୟ ଦିଗରେ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ଘଟଣା ତ ଏମିତି ଅନେକ ଅଛି। କିନ୍ତୁ ସେଇ ଭିତରୁ ତୃତୀୟ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ଯାଏଁ ଓଡ଼ିଆ ଭାଇ ହିଁ ମୋ ପ୍ରେରଣା। ହୁଏତ ଏ ପ୍ରଶ୍ନର ଉତ୍ତର ସଭିଙ୍କୁ ଠିକ୍ ନ ଲାଗିପାରେ ମାତ୍ର ଏହା ମୋ ନିଜସ୍ୱ। ଓଡ଼ିଆ ବହି ହିଁ ମୋ ଦୁର୍ବଳତା,ଖାଲି ଓଡ଼ିଆ ନୁହଁ ଇଂରାଜୀ ସାହିତ୍ୟ ବି ମୋର ଦୁର୍ବଳତା। ଯେତେବେଳେ ବି କିଛି କବିତା କିମ୍ବା ଗଳ୍ପ କି ଏକାଙ୍କିକା ପଢେ କି ଶୁଣେ ମୁଁ ଭାବନାରେ ହଜି ଯାଏ। ଲେଖନୀ ର ପ୍ରତ୍ୟକଟି ଚରିତ୍ରରେ ମୁଁ ଖୋଜେ ମୋ ନିଜକୁ। ଅନୁଭବ କରେ ଚରିତ୍ରର ଚରିତ୍ରକୁ। ଲେଖନୀ ମୁନର ହସ ସହ ହସେ ଆଉ କାନ୍ଦ ସହ କାନ୍ଦେ। ବାସ୍ ଏମିତି ହିଁ ସମ୍ପୂର୍ଣ୍ଣ ଲେଖନୀ କୁ ନିଜ ମଧ୍ୟରେ ଜାବୁଡି ଧରେ। ଏହି ଅନୁଭବ କରିବାର ଅଭ୍ୟାସ ହିଁ ମତେ ସାରସ୍ୱତ ସାଧନାରେ ବ୍ରତୀ ହେବାକୁ ଢେର୍ ସାରା ଉତ୍ସାହ ଯୋଗାଏ।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-କବିତା ପ୍ରତି ମୋର ଯଥେଷ୍ଟ ଦୁର୍ବଳତା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଛୁଙ୍କ ଦେଇ କବିତା ରଚନା ମୋର ବେସ୍ ପସନ୍ଦ। ଗଳ୍ପ ମୁଁ ପଢେ କିନ୍ତୁ ବେଶି ଲେଖିନି କି ଚେଷ୍ଟା ବି ବେଶି କରି ନାହିଁ। କିନ୍ତୁ ଉପନ୍ୟାସ ଲେଖିବାକୁ ମୋର ସବୁଠୁ ବେଶି ଇଚ୍ଛା। କିଛି କ୍ଷୁଦ୍ର କ୍ଷୁଦ୍ର ଉପନ୍ୟାସ ବେସ୍ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି। ଆଗକୁ କବିତା ସହ ଉପନ୍ୟାସ ଲେଖିବାକୁ ମୋର ଇଚ୍ଛା।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:-ଜନ୍ମ ମାଟି ମୋର ମୋ ଗାଁ ଧକୋଠା। ବନ ବନାନୀ ପାହାଡାଦି ଘେରା କେନ୍ଦୁଝର ଜିଲ୍ଲା ଅଧିନସ୍ଥ ଆନନ୍ଦପୁର ଉପଖଣ୍ଡସ୍ଥ ଧକୋଠା ଗ୍ରାମ ହିଁ ମୋ ଜନ୍ମ ଭୂମି। ମୋ ଗାଁ ମତେ ଶିଖାଇଛି ବନ୍ଧୁତାର ଅର୍ଥ, ଏକ ସମାଜର ଚଳନି, ସୁସ୍ଥ ପଵିତ୍ରତାର ମନ୍ତ୍ର, ବିପଦ ଆପଦ ଘଡିର ସାମ୍ନା, ମିଳିତ କାର୍ଯ୍ୟର ସଫଳତା, ଉନ୍ନତି ଅବନତି ସମୟରେ ପରସ୍ପରର ହାତ ଜାବୁଡି ଆଗକୁ ଆଗକୁ ମାଡି ଚାଲିବାର କଥା। କେବେ ଥରେ ନିଶ୍ଚିନ୍ତ ଆସନ୍ତୁ ଆଉ ବୁଲି ଯାଆନ୍ତୁ ମୋ ଗାଁ କୁ। ସବୁଠୁ ସୁନ୍ଦର ଆଉ ଧରଣୀ ବକ୍ଷରେ ସବୁଠାରୁ ଭିନ୍ନ ନିଆରା ସୁନ୍ଦର ସୌନ୍ଦର୍ଯ୍ୟ ଧାରିଣୀ ହିଁ ମୋ ଗାଁ।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-
ସତ୍ୟ ବାସ୍ତବ ଅବାସ୍ତବର ମିଳନ
ହିତରେ ବ୍ୟସ୍ତ ହିତାହିତର ଜ୍ଞାନ
ତ୍ୟାଗ ସଂଯମ ଧର୍ଯ୍ୟର ବଳିଦାନ
ସାହିତ୍ୟ ସାଜଇ ସମାଜ ଦର୍ପଣ।।
ଶାସିତ ସଂଗଠିତ ଅନୁଶାସନ
ମାର୍ଜିତ ମାନବିକ ଆଚରଣ
ଜାତୀୟ ଆନ୍ତର୍ଜାତୀୟ ବିଧାନ
ସମାଜ ଲୋଡ଼ଇ ସାହିତ୍ୟ ଦର୍ପଣ।।

ବୋଧ ହୁଏ ଏଇ କେତୋଟି ପଂକ୍ତିରୁ ବୁଝି ପାରୁଥିବେ ସାହିତ୍ୟ ଯେ ଆମ ସମାଜର ଏକ ଦର୍ପଣ। ତେଣୁ ସୁସ୍ଥ ସମାଜ ଟିଏ ଗଠନ ନିମନ୍ତେ ସାହିତ୍ୟ ହିଁ ଏକାନ୍ତ ଆବଶ୍ୟକ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- ମନୋଜ ଦାସ,ଗୋବିନ୍ଦ ଚନ୍ଦ୍ର,ବିଭୁତି ପଟ୍ଟନାୟକ ଆଦି ମୋ ପ୍ରିୟ ସାହିତ୍ୟିକ। ତା ଛଡା ପିଲା ଦିନରେ ପଢି ଆସିଥିବା ସାହିତ୍ୟ ବହିର ପ୍ରତ୍ୟକ ଫର୍ଦ୍ଦର ପ୍ରତ୍ୟକ ଲେଖକ ଲେଖିକା ମୋର ପିଲାଟି ଦିନରୁ ଆଜି ଯାଏଁ ଆଦର୍ଶ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ମୋ ମତରେ ଓଡ଼ିଆ ସାହିତ୍ୟ ଏବେ ବିପଦଗାମୀ। ଯୁବ ପିଢ଼ି ତଥା ମୋ ବୟସର ଯୁବା ଏବେ କେବଳ ସମ୍ମାନ ସ୍ପଦ ହେବା ପାଇଁ ଲାଗି ପଡିଛନ୍ତି। ସାହିତ୍ୟକୁ ସାହିତ୍ୟ ବାଟରେ ଛାଡି ନିଜକୁ ସାହିତ୍ୟ ରୂପେ ପରିଚିତ କରିବାକୁ ବ୍ୟସ୍ତତା ଖୁବ୍ ଦେଖାଉଛନ୍ତି। ଯାହା ଆଦୌ ଗ୍ରହଣୀୟ ନୁହଁ। ମୁଁ ବିଶେଷ ଏ ସମ୍ବନ୍ଧରେ କହିବା ଠିକ୍ ହେବ ନାହିଁ, କାରଣ ମୋର ଯୋଗ୍ୟତା ସାହିତ୍ୟକୁ ନେଇ ଆଲୋଚନା ସମାଲୋଚନାର ବୟସ ବୋଧ ହୁଏ ଏଯାଏଁ ହୋଇନାହିଁ। କିନ୍ତୁ ଯାହା ବି କହିଲି ଏହାମୋ ନିଜସ୍ୱ ମତ,କିଛି ଅନୁଭବ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ମୋର ଗୋଟିଏ ସ୍ୱପ୍ନ ଗୋଟିଏ ଆଶା ବିଶ୍ୱ ସ୍ତରରେ ଓଡ଼ିଆ ପାଉ ସମ୍ମାନ, ଯେପରି ସୂର୍ଯ୍ୟ ଉଇଁଲେ ଇଂରାଜୀ ଖେଳୁଛି ସେପରି ଓଡ଼ିଆର ହେଉ ପ୍ରଚାର ପ୍ରସାର।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ଉତ୍ତର:- ବୟସତ ମୋର କିଛି ବେଶି ନୁହେଁ ଯେ ମୁଁ ମଧ୍ୟ ଆଦର୍ଶ ଭିତ୍ତିକ କିଛି କହି ପାରିବି। ତଥାପି ବାସ୍ ଏତିକି କହିବି କି ପାଠକ ସବୁବେଳେ ମାର୍ମିକ ତତ୍ତ୍ୱ ଯାଏଁ ପହଁଚିବା କୁ ଚେଷ୍ଟା କରିବା ଆବଶ୍ୟକ। ଆଉ ଖାଲି ପହଁଚି ଗଲେ ଚଳିବ ନାହିଁ। ବ୍ୟକ୍ତିଗତ ସ୍ତରରେ ଅନୁଭବ କୁ କାର୍ଯ୍ୟରେ ନିଶ୍ଚିନ୍ତ ଲଗାଇବାକୁ ଚେଷ୍ଟା କରନ୍ତୁ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତ୍ତା -: ସୂର୍ଯ୍ୟୋଦୟ ସାମ୍ପ୍ରତିକ ପରିସ୍ଥିତିରେ ସାହିତ୍ୟକୁ ଉଜ୍ଜୀବିତ କରିବାରେ ସଦା ଚେଷ୍ଟିତ। ସାହିତ୍ୟ ସାଧକ ତଥା ଭାଷା ସାହିତ୍ୟର ଉନ୍ନତି ନିମନ୍ତେ କାର୍ଯ୍ୟରତ। ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ମୋର ସହୃଦୟେ ପ୍ରଣାମ,ଏଥିସହ ସମସ୍ତ କାର୍ଯ୍ୟରତ କର୍ମକର୍ତା ତଥା ପ୍ରତିଷ୍ଠାତାଙ୍କୁ ମୋର ସବିନୟ ପ୍ରଣାମ।

Loading

One thought on “ସୁର୍ଯ୍ୟୋଦୟ ନବ ସମ୍ଭାବନା – ୨୦୨୧ ରେ ଏଥର ଭେଟନ୍ତୁ କେନ୍ଦୁଝର ଜିଲ୍ଲାର ଅମିତ୍ କୁମାର୍ ସାହୁ ଙ୍କୁ

  1. ବୋହୁତ ଭଲ ଲାଗିଲା ସାହିତ୍ୟ ପତି ଭଲ ପାଇବା ଦେଖି ସାଙ୍ଗ ଅନେକ ଶୁଭେଚ୍ଛା ଶୁଭକାମନା।

Leave a Reply

Your email address will not be published. Required fields are marked *