*ବାଘ* ( ଶିଶୁ କବିତା )
*ବାସନ୍ତୀ ଲତା ଜେନା*
– + – + – + – + – + – + –
ବାଘ ଅଟେ ଆମ ଜାତୀୟ ସମ୍ପଦ
ରହେ ଘଞ୍ଚ ଜଙ୍ଗଲର
ନର ପଶୁ ମାଂସ ଖାଇ ବଞ୍ଚି ଥାଏ
ଦେଖା ଯାଏ ଭୟଙ୍କର ।
ପଟା ପଟା ଦାଗ ତା ଦେହରେ ଥାଏ
ଦେଖା ଯାଏ ହଳଦିଆ
ନିଶକୁ ଫୁଲାଏ ବଣର ରାଜା ସେ
ନାହିଁ ଭlଵ ଦିଆ ନିଆ ।
ସମସ୍ତଙ୍କର ସେ ବାଘ ମାମୁଁ ପରା
ଜାତୀୟ ପ୍ରତୀକ ରୂପ
ସାହସୀକତାରେ ଶକ୍ତି ବଳ ବୀର୍ଯ୍ୟ
ଯୁଦ୍ଧାଙ୍କ ପ୍ରତି ସ୍ୱରୂପ ।
ଜଙ୍ଗଲ ସମ୍ପଦ ଜଗି ରହି ଥାଏ
ପରିବେଶ ସନ୍ତୁଳନ
ଜଗତ ଜନନୀ ସନ୍ତୋଷୀ ମାତାଙ୍କ
ଅଟେ ପରା ସେ ବାହନ ।
ବାଘର ନାମ ତ ଭିନ୍ନ ଭିନ୍ନ ପରା
କଲରା ପତ୍ରିଆ ଚିତା
ମହାବଳ ସଙ୍ଗେ ଜାଗୁଆର ପୁଣି
ସର୍କସରେ ଖେଳେ ମିତା ।
ଶିମୁଳିପାଳ ତ ବ୍ୟାଘ୍ର ସଂରକ୍ଷଣ
ବାଘର ସୁରକ୍ଷା ପାଇଁ
ଜଙ୍ଗଲ କମୁଛି ବାଘ କମୁ ଅଛି
ଗଣନେ ଜଣା ପଡଇ ।
ବାସନ୍ତୀ ଲତା ଜେନା, ଗାନ୍ଧୀନଗର, ନବରଙ୍ଗପୁର l
Conscience makes cowards of us all.