ପ୍ରିୟା
ପ୍ରିୟାରେ ତୋପାଇଁ ସଜେଇ ଥିଲି ମୁଁ
ଅଗଣାରେ କେତେ ଫୁଲ
ଭୁଲିଗଲୁ ସବୁ ଥରୁଟିଏ ପାଇଁ
ବୁଝିଲୁନି ତାର ମୂଲ !
ହୃଦୟ ଦେଇ ମୁଁ ଭଲ ପାଇଥିଲି
ବିଶ୍ୱାସରେ ବିଷ ଦେଲୁ
ଜିଇଁ ଥାଉଥାଉ ମୋ ଦେହ ଭିତରୁ
ଜୀବନକୁ କାଢି ନେଲୁ !
ଅନ୍ଧଭାବେ ତୋତେ ଭଲପାଇ ଥିଲି
ମନରେ ଜାଳିଲୁ ନିଆଁ
ପଥ ପାଉ ନାହିଁ ଆଗରେ କୁହୁଡି
ପଛରେ ଉଠୁଛି ଧୂଆଁ !
ତଥାପି ତୋତେ ମୁଁ ଭଲ ପାଉଥିବି
ଜୀବନର ଶେଷ ଯାଏ
କେବେ ତୋ ବାଟରେ କଣ୍ଟା ହେବିନାହିଁ
ଶ୍ମଶାନେ ଜାଳିବା ଯାଏ !
ଅଜୟ କୁମାର ମଲିକ, ସହକାରୀ ଶିକ୍ଷକ , ଜୟପୁର, କୋରାପୁଟ.
949 total views, 1 views today
ダッチワイフ 初めてVRポルノを試す前に知っておくべきこと
ଖୁବ ସୁନ୍ଦର କରିଛନ୍ତି