“ସପନର ପରୀ”
***********
କୁଞ୍ଚୁ କୁଞ୍ଚିଆ ତା କଳାମେଘି କେଶ
ଅଣ୍ଟା ଯାଏଁ ଲମ୍ବି ଅଛି,
ଥିରି ଥିରି ଯେବେ ସମୀର ବହୁଛି
କେଶ ତା ପଛେ ଉଡ଼ୁଛି।
ଦେଖି ମନ ହୁଏ ହାତରେ ଛୁଅନ୍ତି
ଖେଳନ୍ତି କେଶ ସହିତ,
ଯାନୁରେ ବସେଇ କୋଳେଇ ନିଅନ୍ତି
ହେବ କି ପରାଣ ମିତ।
ଦେବୀ ପରି ମ୍ମୁଖମଣ୍ଡଳ ତାହାର
ସତେ ପରୀ ସରଗର,
ପତଳି ଅଣ୍ଟା ତା ସେ ତନୁପାତଳୀ
ଦେବ କି ଠିକଣା ତା’ର ?
ପାଖେ ତାର ଗଲି ହାତେ ଛୁଇଁ ଦେଖେ
ହାତରେ ପାଏ ତକିଆ,
ପରୀ ଗଲା ହଜି ପାଖରେ ପାଉନି
ପାଖେ ମୋ ଭଙ୍ଗା ଖଟିଆ।
ସପନେ ଆଜି ମୁଁ ପ୍ରେମିକ ହୁଅନ୍ତି
ସତରେ ନହେଲି ନାହିଁ,
ସବୁ ଦିନେ ପରୀ ସପନେ ଆସନ୍ତା
କାହାକୁ ଅନାନ୍ତି କାହିଁ।
ବାଃ ଲୋ ବାଃ ଭାରି ଖୁସି ଲାଗେ ଭାବିଲେ
ମନରୁ ଯାଉନି କଥା,
ଆଖି ଖୋଲି କିନ୍ତୁ ଭୁଲ୍ କରିଦେଲି
ଏତିକି ଲାଗୁଛି ବ୍ୟଥା।
ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା