April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବନ୍ଧୁ ତୁମେ – କୁଞ୍ଜବିହାରୀ ଦଳାଇ

ବନ୍ଧୁ ତୁମେ

 

ବିକାଶ ଓ ପ୍ରକାଶ ଗାଆଁ ବିଦ୍ୟାଳୟର ଗୋଟିଏ ଶ୍ରେଣୀରେ ପାଠ ପଢନ୍ତି । ପିଲାଟି ଦିନରୁ ଦୁଇ ଜଣଙ୍କ ମଧ୍ୟରେ ଅଭେଦ୍ୟ ବନ୍ଧୁତ୍ବ। ସେମାନଙ୍କ ମିଳାମିଶା କୁ ଅନ୍ୟ ସାଙ୍ଗମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ।ଏକତ୍ର ପାଠ ପଢିବା,ଖେଳିବା, ବୁଲିବା ସାଥି ହୋଇ ଖାଇବା ଏମାନଙ୍କର ନିତିଦିନିଆ କଥା। ବିକାଶ ବାପାଙ୍କର ଅଚଳାଚଳ ସମ୍ପତ୍ତି। କିନ୍ତୁ ପ୍ରକାଶ ବାପାଙ୍କର ଅଳ୍ପ କିଛି ଚାଷ ଜମି।ସେ ତାକୁ ନିଜେ ଚାଷ କରି ପରିବାର ଚଳାନ୍ତି।

ସମୟ କ୍ରମେ ଦୁଇ ବନ୍ଧୁ ଭଲ ନମ୍ବର ରଖି ଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ଉତ୍ତୀର୍ଣ୍ଣ ହୋଇଗଲେ। ବିକାଶ ମହାବିଦ୍ୟାଳୟ ରେ ପଢିବା ପାଇଁ ଗଲା ସହରକୁ।ଅର୍ଥ ଅଭାବରୁ ପ୍ରକାଶ ପାଠରେ ଡୋରି ବନ୍ଧା ହେଲା। ବାପାଙ୍କୁ ଚାଷ କର୍ମରେ ସାହାଯ୍ୟ କରିବା ସହିତ ଗାଁ ରେ ଗୋଟିଏ ଛୋଟ ଦୋକାନ ଖଲିଲା। ବିକାଶ ସହରକୁ ପଢିବାକୁ ଯିବା ଦିନ ଦୁଇ ବନ୍ଧୁ ବହୁତ କନ୍ଦାକଟା କଲେ। ଉଭୟଙ୍କ ମଧ୍ୟରେ ସର୍ତ୍ତ ରହିଲା କି ଯିଏ ଯେତେ ଦୂରରେ ରହିଲେ ମଧ୍ୟ ତାଙ୍କ ଭିତରେ ସଂପର୍କ କିନ୍ତୁ ଅଭିନ୍ନ ରହିବ।

ଏହା ଭିତରେ ବେଶ୍ କିଛି ଦିନ ବିତି ଯାଇଛି। ବିକାଶ କେବେ କେମିତି ଗାଁ କୁ ଆସିଲେ, ଆଗ ଭଳି ପ୍ରକାଶ ସହିତ ମିଳାମିଶା କରେନି।ସହରି ଢାଞ୍ଚା ତାକୁ ବିପଥଗାମୀ କରି ଦେଇଛି।ନୂଆ ସାଙ୍ଗମାନଙ୍କ ମେଳରେ ନିଶା ସେବନ କରିବା ସହିତ, ଖରାପ୍ ଚଳଚ୍ଚିତ୍ର ଦେଖିବାକୁ ବେଶୀ ପସନ୍ଦ କରେ।ପାଠରେ ବେଶୀ ମନୋନିବେଶ ନ’କରିବା ହେତୁ , ପରୀକ୍ଷା ରେ ଭଲ ନମ୍ବର ଆସିଲା ନାହିଁ। ଚାକିରୀ ପାଇଁ ଯେଉଁଠିକୁ ଗଲା ନିରାଶ ହୋଇ ଫେରିଲା।ଶେଷରେ ତା ବାପା କିଛି ଟଙ୍କା ଲାଞ୍ଚ ଦେଇ ଗାଁ ପୋଷ୍ଟ ଅଫିସରେ କିରାଣୀ ଚାକିରୀ ରେ ରଖାଇ ଦେଲେ।

ଏହା ଭିତରେ ଦୁଇ ବନ୍ଧୁଙ୍କର ବିବାହ ହୋଇ ସାରିଛି। ଉଭୟଙ୍କର ପିଲାପିଲି ମଧ୍ୟ ହେଲେଣି। ଦୁଇଜଣଙ୍କ ବାପା, ମାଆ ଇହଧାମ ତ୍ୟାଗ କଲେଣି। ଦୁଇ ବନ୍ଧୁ ଗୋଟିଏ ଗାଁରେ ରହୁଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସୁସଂପର୍କ ନାହିଁ।

ସହରରେ ପଢୁଥିବା ବେଳେ ବିକାଶ ର ନିଶା ସେବନ ଅଭ୍ୟାସ ଆଜି ବି ବଳ ବତ୍ତର ଅଛି। ମଝିରେ ମଝିରେ ସହରୀ ବନ୍ଧୁ ଗାଁକୁ ନିମନ୍ତ୍ରଣ ପାଇ ଆସନ୍ତି ,ଯେଉଁ କେତେଦିନ ବିକାଶ ଘରେ ରହନ୍ତି ମଦର ବନ୍ୟା ଛୁଟେ। ସ୍ତ୍ରୀ ବାରଣ କଲେ ମଧ୍ୟ ବିକାଶ ତାଙ୍କ କଥାକୁ ଖାତିର କରେନି।

ଆଜକୁ ଆଠ ଦିନ ହେବ ବିକାଶ କୁ ପ୍ରବଳ ଜ୍ୱର। ଯେତେ ଔଷଧ ସେବନ କଲେ ମଧ୍ୟ ଜ୍ୱର ଉପଶମ ହେଲାନି । ଶେଷରେ ତା ସ୍ତ୍ରୀ ସହରକୁ ଚିକିତ୍ସା ପାଇଁ ନେଇଗଲା ।ବହୁତ ପରୀକ୍ଷା ନିରୀକ୍ଷା ପରେ ଜଣା ଗଲାକି, ଅତ୍ୟଧିକ ମଦ୍ୟପାନ ହେତୁ ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି।

ଚିକିତ୍ସା ବାବଦରେ ବହୁତ ଟଙ୍କା ଖର୍ଚ୍ଚ ହୋଇଗଲାଣି,ଡାକ୍ତର କହୁଛନ୍ତି ଯଦି ଆପାତତଃ ଗୋଟିଏ କିଡନୀ ଯୋଗାଡ଼ ହୋଇପାରନ୍ତା , ତାହାଲେ ବିକାଶ ସୁସ୍ଥ ହୋଇପାରନ୍ତା। ବିକାଶ ସ୍ତ୍ରୀ ର ମୁଣ୍ଡ ବୁଲାଇଦେଲା, କିଡନୀ ଟିଏ କାହାଠୁଁ କିଣିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି।

ପ୍ରକାଶ ଯେବେ ଏକଥା ଜାଣିବାକୁ ପାଇଲା ସେ ଧର୍ଯ୍ୟ ଧରି ରହି ପାରିଲାନି।ସଂଙ୍ଗେ ସଂଙ୍ଗେ ସହରକୁ ବାହାରିଲା। ଠିକଣା ଅନୁଯାୟୀ ବିକାଶ ଚିକିତ୍ସିତ ହେଉଥିବା ଡାକ୍ତରଖାନା ରେ ପହଞ୍ଚିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ଗୋଟିଏ କିଡନୀ ବିକାଶ କୁ ଦାନକଲା।ସୁସ୍ଥ ହେବାପରେ ବିକାଶ ଯେତେବେଳେ ଏକଥା ଜାଣିଲା, ଅନୁତାପ ରେ ଜର୍ଜରିତ ହୋଇ ପ୍ରକାଶ ର ଗୋଡ଼ ତଳେ ପଡ଼ିଗଲା।ତତ୍କ୍ଷଣାତ୍ ପ୍ରକାଶ, ବିକାଶ କୁ ତଳୁ ଉଠାଇ କୋଳରେ ଚାପିଧରି କହିଲା , ବନ୍ଧୁ ପାଇଁ ଏତକ ନକରି ଥିଲେ, ମୁଁ କି ବନ୍ଧୁ ? ତୁ ସିନା ସହରୀ ଚାକଚକ୍ୟ ରେ ମୋତେ ଭୁଲିଗଲୁ। ହେଲେ ତୁ ତୋ ମୋ ଜୀବନ, ତୋତେ କେମିତି ଭୁଲିଯାଇଥାନ୍ତି କହିଲୁ ? ଦୁଇ ବନ୍ଧୁଙ୍କ ଏହି କପୋଥ କଥନ ସମୟରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ, ସମସ୍ତଙ୍କ ମୁଖରେ ଗୋଟିଏ କଥା, ଧନ୍ୟ – ବନ୍ଧୁ ତୁମେ !

 

Kunja Bihari Dalai

Balasore

ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ

ସିଂଲା

ବାଲେଶ୍ବର

Loading

Leave a Reply

Your email address will not be published. Required fields are marked *