ବନ୍ଧୁ ତୁମେ
≈≈≈≈≈≈≈≈
ଆରେ ଆରେ ଟିକେ ଶୁଣିଲୁ ତୋର ତ ବହୁତ ସାହସ ମୁଁ ଦେଖୁଛି l କଣ କହିଲୁ ମୁଁ ତୋତେ ସାହାର୍ଯ୍ୟ କରିବି ତୋର ଔକାତ କେତେ କହିଲୁ ଯେ ମୁଁ ତୋତେ ସାହାର୍ଯ୍ୟ କରିବି l କଉଠୁ ଚାଲି ଆସିଲା ଆସି କହିଲା କଣ ନା ମୋତେ ଟିକେ ସାହାର୍ଯ୍ୟ କରନ୍ତୁ l ହେ ଯା ଯା ମୁଁ ତୋତେ ସାହାର୍ଯ୍ୟ କରିବା କଥା ତ ଦୂରେ ଥାଉ ତୋତେ ନା ମୁଁ ଆଡ଼ ଆଖିରେ ବି ଚାହିଁବିନି l ବୁଝି ପାରିଲୁ କିଛି ? କୁଆଡୁ ଚାଲି ଆସିଲା ସାହାର୍ଯ୍ୟ ମାଗିବାକୁ l
ଇନ୍ଦ୍ରଜିତ୍ ତା ବନ୍ଧୁ ଠାରୁ କେବେହେଲେ ଏମିତି ଆଶା କରିନଥିଲା lସେ ତ କେବଳ ତା ବନ୍ଧୁ ସତ୍ୟଜିତ୍ ତାକୁ ମନେ ରଖିଛନ୍ତି କି ଭୁଲି ଯାଇଛନ୍ତି ବୋଲି କେବଳ ସାହାର୍ଯ୍ୟ ମାଗିବାର ବାହାନା କରୁଥିଲା କିନ୍ତୁ ଏ କଣ ସତ୍ୟଜିତ୍ ବନ୍ଧୁ ଏମିତି ବ୍ୟବହାର କଲେ l ଟିକେ ସମୟ ପରେ ପୁଣି ସେ ଦେଖିବାକୁ ପାଇଲା ଏକ ଭଦ୍ର ଲୋକ କେହି କାର୍ ରେ ଆସିଲେ ଆଉ ସତ୍ୟଜିତ୍ ତାକୁ କୁଣ୍ଢେଇ ପକେଇ କହିଲେ ଆରେ ବନ୍ଧୁ କେମିତି ଅଛୁ l ଏସବୁ ଦେଖି ଇନ୍ଦ୍ରଜିତ୍ ର ଆଖିରୁ ଅନେକ ଲୁହ ଝରି ଆସିଲା ସତେ କି ସେ ଚକ୍ଷୁ ନୁହେଁ ଅଟେ କଉ ଗୋଟେ ଝରଣା ପରି l ଏଠାରେ ଆଉ କରିବ କଣ ଯାହା ପାଇଁକି ଆସିଥିଲା ସେ ତ ଚିହ୍ନି ପାରିଲେନି ଭାବି ବୁଲିପଡି ଗୋଟେ ପାଦ ଆଗକୁ ପକେଇ ନଥାଏ ହଠାତ୍ ଶୁଭିଲା ଆରେ ବନ୍ଧୁ ତୁମେ ମୋତେ ସନ୍ଦେହ କଲ ଆରେ ଆଉ କାହାକୁ ମୁଁ ଏକଥା କହୁନିମ ମୋ ଇନ୍ଦ୍ରଜିତ୍ ବନ୍ଧୁଙ୍କୁ କହୁଛି l ଇନ୍ଦ୍ରଜିତ୍ ସଙ୍ଗେ ସଙ୍ଗେ ପୁଣି ବୁଲି ପଡେ ପଛକୁ ଦେଖେ ତ ତା ବନ୍ଧୁ ଦୌଡ଼ି ଆସୁଛନ୍ତି ତା ପାଖକୁ ଯେମିତି ପିଲାଦିନେ ନିତିଦିନ ସକାଳେ ପରସ୍ପର ଦୌଡ଼ି ଆସି ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ପକାଉଥିଲେ l ଠିକ୍ ସେମିତି ଆଜି ମଧ୍ୟ ଦୁହେଁ ଦୁହିଁକୁ କୁଣ୍ଢେଇ ପକେଇଲେ l ଆଖିରୁ ଅନେକ ଖୁସିର ଅଶ୍ରୁ ଝରିପଡିଲା l
ଏଣିକି ସତ୍ୟଜିତ୍ କୁହେ ମୁଁ ଜାଣିଥିଲି ତୁମେ ନିଶ୍ଚେ ଆଜି ଏଠାକୁ ଆସିଥିବ କିନ୍ତୁ ଏମିତି ମୋତେ ପରୀକ୍ଷା କରିବ ବୋଲି ମୁଁ ଭାବି ନଥିଲି l ଆଉ ଵାସ୍ ସେଥି ପାଇଁ ମୁଁ ମଧ୍ୟ ଏତେ ସାରା ନାଟକ କରିଦେଲି କ୍ଷମାକର ବନ୍ଧୁ ମୁଁ ତୁମକୁ ବହୁତ କନ୍ଦେଇ ଦେଲି l ଆଚ୍ଛା ଠିକ୍ ଅଛି ମୋତେ କହିଲ ଦେଖି ସେ ବୁଢ଼ୀ ମାଉସୀ କଣ କରୁଛି ଯା ବାଡିରୁ ପିଜୁଳି ଖାଉମ l ଆଉ ଗଛରେ ପିଜୁଳି ଫଳିଛି କି ନାଇଁ ? ମୁଁ ଆଗ ପିଜୁଳି ଖାଇବି ତାପରେ ଆମ ଘରକୁ ଯିବି l
ବନ୍ଧୁ ତୁମେବି ନା କେବେ ବଦଳିବନି ହଉ ହଉ ଚାଲ ଯାଇ ଦେଖିବା ଶୀଘ୍ର l ଦୁଇ ବନ୍ଧୁ ଚାଲିଲେ କାନ୍ଧରେ ହାତ ଦେଇ l ଗାଁକୁ ଯିବା ବାଟରେ ସତ୍ୟଜିତ୍ ସବୁକିଛି ମନେ ପକାଉ ଥାଏ ତା ବନ୍ଧୁ ପିଲାଦିନେ କେମିତି ତାକୁ ମିଛ କହି ବିଦ୍ୟାଳୟ କୁ ନେଉଥିଲେ , ଏପରି ଅନେକ କଥା ସେ ମନରେ ଆଉ ଚାପି ରଖି ପାରିଲା ନାହିଁ କହିଲା ବନ୍ଧୁ ଇନ୍ଦ୍ରଜିତ୍ ଟିକେ ମନେ ପକାଇଲ ପିଲା ଦିନେ ମୁଁ ବିଦ୍ୟାଳୟ ନଗଲେ ତୁମେ ମୋତେ କେତେ ମିଛ କହି ତୁମ ନିଜକୁ ନିଜେ କଷ୍ଟ ଦେଇ ମୋତେ ବିଦ୍ୟାଳୟ କୁ ନେଉଥିଲ l
ସତରେ ବନ୍ଧୁ ଖୁସିତ ଲାଗୁଛି କିନ୍ତୁ ଏକଥା ମନେ ପଡିଗଲେ ନା ସତରେ ମୋ ହୃଦୟରେ ସତେ ଯେମିତି ଖୁସିର ଲହରୀ ଖେଳିଯାଉଛି l ମୋ ପାଇଁ ତୁମେ କେତେ ଦିନ ସବୁ ଉପାସ ରହିଛ ଯେତେବେଳେ ମୁଁ ପଢ଼େନି ତୁମେ ଖାଉ ନଥିଲ ଆଉ ତୁମ କଷ୍ଟ କୁ ବୁଝି ପାରି ପଢ଼ୁଥିଲି ସବୁ କିଛି କରୁଥିଲି l କେବଳ ମୋତେ ଭଲ ବାଟକୁ ନେବାପାଇଁ l ଆଉ ତୁମର ସେଇ ଉପାସ ରାଗ ଅଭିମାନ ପାଇଁ ମୁଁ ଆଜି ଗୋଟେ ଭଲ ମଣିଷ ହୋଇ ପାରିଛି l ଜାଣିଛ ମୋର ଏ ସଫଳତା ପଛର କାରଣ ବନ୍ଧୁ ତୁମେ l
ଦେଖ ତୁମେ ଯଦି ବାରମ୍ବାର ଏମିତି ଖାଲି ମୋର ପ୍ରଶଂସା କରିବନା ମୁଁ ପୁଣି ଥରେ ରାଗିଜିବି l ଆଉ ସେତେବେଳେ ମୋତେ ମନେଇବା ପାଇଁ ଅନେକ ଚେଷ୍ଟା କରିବ କେବଳ ବନ୍ଧୁ ତୁମେ l
————————————–
ବର୍ଷାରାଣୀ ମହାନ୍ତ , ବେଲପଶି, କେନ୍ଦୁଝର