ସ୍ବପ୍ନ ନାୟିକା

***********

“ହସୁଥିବା ତା ଦୁଇ ଓଠ,

ନିରୀହ ଆଖି ଦୁଇ

ସବୁବେଳେ ଚୁପଚାପ,

 

ହେଲେ ମୁଁ ସେ ଆଖିରେ ମତୁଆଲା,

ଓଠରେ ଚପଳ ସବୁବେଳେ

ଚଞ୍ଚଳ ହେଲାପରେ,

 

ମୋ ହୃଦୟର କୋଣାର୍କ,

ସେଠି ତ୍ୟାଗ କେବଳ ମୋର,

ମୁଁ ସେଇ ଶିଳ୍ପୀ,

ଯେ ପ୍ରେମର ସ୍ପର୍ଶ ରେ

ନିଖୁଣ କଳାକାର

ନିଜର ଉନ୍ମାଦନା ରେ…

 

ସେ କେଉଁ ପ୍ରେମ,

ଯାର ବନ୍ଧନରେ ଖେଳେ ଶିହରଣ,

ତନୁମନ ହୁଅଇ ବିଭୋର

ପ୍ରୀତି ଭରା ଆଲିଙ୍ଗନ ରେ…. l”

 

@ଲେଲିନା ମଲ୍ଲିକ✍️

 42 total views,  1 views today

Leave a Reply

Your email address will not be published. Required fields are marked *