ଶୀର୍ଷକ: ନିସ୍ତବ୍ଧ ରାଜପଥ ଜଙ୍ଗଲର ବକ୍ଷକୁ ଚିରି ତିଆରି ହୋଇଥିବା ସେ ରାଜପଥ ସୂର୍ଯ୍ୟ ପାହାଡ଼ ତଳେ ଲୁଚିଯିବା ପରେ ନିସ୍ତବ୍ଧ ନିସ୍ତେଜ ନିଷ୍କ୍ରିୟ ହୋଇ ଅନ୍ଧକାରର ପଣତ କାନି ତଳେ ସବୁ ଦିନ ପରି ଆଜି ମଧ୍ୟ ଶୋଇ ପଡ଼ିଥିଲା ।। କିଛି ଅର୍ଥହୀନ ଶବ୍ଦମାନେ ବୋଧେ ତା’ ପାଇଁ ନାନାବାୟା ଗୀତ ଗାଉଥିଲେ, ଆଉ ସେ
Read More
ଶୀର୍ଷକ: କିଛି ସ୍ୱପ୍ନ ମୋ ପାଇଁ ମନା ସେସବୁ ସ୍ୱପ୍ନ ଯାହା ଓଠ ସ୍ପର୍ଶ ପୂର୍ବରୁ ଆଖିର କୋଣରେ ସମାଧିସ୍ଥ ହୁଏ, ବୋଧେ ! ସେମାନଙ୍କୁ ଶୁଭେଚ୍ଛାଠୁ ଅଧିକ ଶ୍ରଦ୍ଧାଞ୍ଜଳି ପସନ୍ଦ ।। ସେସବୁ ଆଶା ଯାହା ସ୍ବପ୍ନ ହେବା ପୂର୍ବରୁ ହୃଦୟର ବଗିଚାରେ ମଉଳି ଯାଏ, ବୋଧେ ! ସେମାନଙ୍କୁ ରଙ୍ଗ ଅପେକ୍ଷା ରକ୍ତାକ୍ତ ହେବା ଭଲ
Read More
ଶୀର୍ଷକ: ମୋ ନିର୍ଜନ ସହର ଭାରି ଓଜନିଆ ଲାଗେ ଆକୋଠରୀ ବିସ୍ତାରି ସେ ଗାଢ଼ ଅନ୍ଧାର ଝରକା ପାଖରୁ ଦେଖେ, କେମିତି ସାରା ସହରଟା ମୁହୂର୍ତ୍ତକରେ ମୂର୍ଚ୍ଛିତ ହୋଇ ଜଡ଼ ପାଲଟିଯାଏ ରାସ୍ତାଘାଟ,ସହର-ବଜାର,ଦୋକାନ ପତ୍ର ସବୁକିଛି ଶୁନ୍-ଶାନ୍,ସର୍ବତ୍ର ନିର୍ଜନତା ହିଁ ନିର୍ଜନତା । ଝରକା ଏପାଖେ ମୁଁ ଏବଂ ମୋ ନୀରବତା ଆଉ ଝରକା ସେପାଖର ଅନତି ଦୂରରେ
Read More
: ମୁଁ ପୁଣି ଝରି ଯିବି ମୋର ଅସ୍ତିତ୍ବ, କିଛି କ୍ଷଣ ମଧ୍ୟରେ ମୁଁ ଅଲଗା ହୋଇଯିବି ଗଛରୁ-ଡାଳରୁ-ପତ୍ର ଗହଳିରୁ-ନିଜ ଜୀବନରୁ । କିଛି କ୍ଷଣ ମଧ୍ୟରେ, ମୁଁ ପୁଣି ଶୋଇଯିବି ଧରଣୀର କୋଳରେ- ଧୂଳିକଣାର ମେଳରେ ଅନ୍ତିମ ଶଯ୍ୟାରେ । ମୁଁ ହଜିଯିବି, ରାତ୍ରିର ଅନ୍ତିମ ପ୍ରହରରେ ପ୍ରଭାତର ପହିଲି ସ୍ପର୍ଶରେ ସୂର୍ଯ୍ୟର ପ୍ରଥମ କିରଣରେ ।।
Read More
ଅସ୍ତିତ୍ୱହୀନ ପରିଚୟ କେବେ ଅନୁଭବ କରିଛ ସେ କ୍ଷୁଧାକୁ ଯାହା ସମୁଦ୍ରର କ୍ଷୁଧାଠୁ ଅଧିକ ଗଭୀର, ଅନେକ ଗମ୍ଭୀର ଯାହା ଶରୀରର ମ୍ଳାନ, ନୁଖୁରା,ଅବସନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଛିଣ୍ଡା ମଇଳା ପୋଷାକର ଗଂଠୁଲି ମଧ୍ୟରେ ସୀମାହୀନ ହୋଇଯାଏ ।। କେବେ ଆକଳନ କରିଛ ସେ ସ୍ବପ୍ନକୁ ଯାହା ଆକାଶର ସୀମାଠୁ ଅଧିକ ଉଚ୍ଚ, ଅଧିକ ପରିବ୍ୟାପ୍ତ ଯାହା ଆଖିର ଅକ୍ଷାଂଶ
Read More