September 30, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଏଥର ଭେଟନ୍ତୁ ବଲାଙ୍ଗୀର ଜିଲ୍ଲାର ବହୁ ଚର୍ଚ୍ଚିତ କବୟିତ୍ରୀ ଶ୍ରୀମତୀ ଚୁମ୍କି ଦାଶ (ମିଶ୍ର) ଙ୍କୁ

ନାମ-ଚୁମ୍କି ଦାଶ (ମିଶ୍ର)
ମାତାଙ୍କ ନାମ-ନମିତା ଦାଶ
ପିତାଙ୍କ ନାମ- ✓ ପ୍ରମୋଦ କୁମାର ଦାଶ
ଠିକଣା- At/Po – ରାଜେନ୍ଦ୍ର କଲେଜ୍ ବଲାଙ୍ଗୀର (ଓଡ଼ିଶା)
Pin-,767002
Mob-6370508608
ଜନ୍ମ ତାରିଖ -୧୯/୦୬/୧୯୯୪
ଶିକ୍ଷାଗତ ଯୋଗ୍ୟତା- B.A pass
Computer P.G.D.C.A

୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା?

ଉ-: ସମାଜ କୁ ଯିଏ ପରି ବର୍ତ୍ତନ କରେ ସିଏ ହିଁ ସାହିତ୍ୟ । ସମାଜ ସଂସ୍କୃତି ଏବଂ ପରମ୍ପରାର ପ୍ରତିବିମ୍ବ ସାହିତ୍ୟ ।
ଯିଏ ମାନବ କଲ୍ୟାଣ ନିମିତ୍ତ ସୈାରଭିତ ସୃଷ୍ଟି ଓ ସମର୍ପିତ ।

୨-କେବେଠୁ ଆପଣଙ୍କ ସାହିତ୍ୟ ପ୍ରତି ରୁଚି ବଢିଲା ? କେଉଁଠୁ ପ୍ରେରଣା ପାଇଲେ ?

ଉ-:୬ଷ୍ଠ ଶ୍ରେଣୀରୁ ମୋର ସାହିତ୍ୟ ପ୍ରତି ଅହେତୁକ ଆଗ୍ରହ ଜାତ ହେଲା। ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ” ଖଦ୍ୟୋତର ଖେଦ” ପାଠକୁ ମୁଁ ବାରମ୍ବାର ପଢି ସେହି ଭଳି ଲେଖିବାକୁ
ପ୍ରୟାସ କରିଥିଲି । ଅନେକ ସମୟରେ ମୋତେ ଶ୍ରେଣୀ ଶିକ୍ଷକ ଙ୍କ ପ୍ରୋତ୍ସାହନ ମିଳୁଥିଲା ।

୩- ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ଵତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା ?

ଉ-:ମୁଁ କଲେଜ୍ ରେ ,
+2 ରୁ+3ପଢୁଥିବା ସମୟରେ ଅନେକ ଥର ସଙ୍ଗୀତ,ପ୍ରବନ୍ଧ ଏବଂ ଓଡ଼ିଆ ଡିବେଟ୍ ରେ ପୁରସ୍କୃତ ହୋଇଛି । ମୋ ଲେଖିବା ଶୈଳୀ କୁ କଲେଜ୍ ରେ sir ,Mam, ଆଉ ସାଙ୍ଗମାନେ ଉଚ୍ଚ କୋଟିର ଲେଖା ବୋଲି ପ୍ରଶଂସା କରୁଥିଲେ ।
ଏବଂ ସ୍ଵାଧୀନତା ଦିବସ ଗଣତନ୍ତ୍ର ଦିବସ ଆଦି ରେ ମୁଁ ସମ୍ମାନିତ ହେଉଥିଲି । ଏଥିରୁ ମୋତେ ଲେଖିବା ପାଇଁ ଅହେତୁକ ଆଗ୍ରହ ଓ ପ୍ରେରଣା ମିଳିଛି ।

୪- କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି ? ଗଳ୍ପ ନା କବିତା ଏବଂ କାହିଁକି ?

ଉ-: ଗଳ୍ପ, ପ୍ରବନ୍ଧ ,କବିତା ଲେଖିବା ପାଇଁ ମୋତେ ଭଲ ଲାଗେ । କିନ୍ତୁ ବିଶେଷ ଭାବରେ ମୁଁ କବିତା ଲେଖିବାକୁ ପସନ୍ଦ କରେ ।କିଛି ଭାବିଦେଲେ ବା ମନରେ ଦୁଃଖ ଆସିଲେ କିମ୍ବା କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ମୁଁ ସାଙ୍ଗେ ସାଙ୍ଗେ ତାକୁ ଭାବ ବିହ୍ୱଳ ହୋଇ କବିତା ର ରୂପ ଦିଏ । ଲେଖାରେ ହଜିଯାଏ , ଭିଜି ଯାଏ ଆଉ ମଜ୍ଜିଯାଏ ।
ଖୁବ୍ ଅଳ୍ପ ସମୟ ଭିତରେ ମୁଁ ଅନେକ କିଛି ଭାବି ଭାବି ଲେଖି ପାରେ । ଏହା ବ୍ୟତୀତ କବିତା କ୍ଷୁଦ୍ର ହୋଇ ଥିବାରୁ ପାଠକ ମହଲ୍ ରେ ବେଶ୍ ଆଦୃତ ଲାଭ କରିଥାଏ ।

୫-ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉ-: (ବଙ୍ଗୋମୁଣ୍ଡା)ଗାଉଁଲି ଗାଁ ର ଝିଅଟିଏ ମୁଁ , ସବୁଜ ବନାନୀ ର ପାହାଡ ଘେରା ଅଞ୍ଚଳ ଭିତରେ ଆମ ଗାଁ ।( ବିଶ୍ଵ ପ୍ରସିଦ୍ଧ ରାଣୀ ପୁର ଝରିଆଲ୍ ଆମ ଗାଁ ପାଖରେ) । ଜନ୍ମ ମାଟି ମୋର ସବୁଠୁଁ ପ୍ରିୟ ।ସେଇ ଗାଁ ରେ ମୁଁ ପାଠ ପଢିଛି, ବଡ଼ ହୋଇଛି । ସ୍ନେହ, ଶ୍ରଦ୍ଧା, ଭଲପାଇବା ଆଉ ସମ୍ମାନ ମୋତେ ସବୁଠୁ ପ୍ରଥମେ ମୋ ଗାଁ ରୁ ହିଁ ମିଳିଛି । ସେଇ ଜନ୍ମ ମାଟି କୁ ମୋର କୋଟି ଦଣ୍ଡବତ ।

୬-ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା କୁ ନେଇ ଆପଣ କଣ ଭାବନ୍ତି ?

ଉ-: ସାହିତ୍ୟକୁ ବାଦ୍ ଦେଇ ସମାଜ ର ଉନ୍ନତି ଅସମ୍ଭବ । ମନୁଷ୍ୟକୁ ଦିଗ୍ ଦର୍ଶନ ଦେବାରେ ସାହିତ୍ୟର ମୁକ୍ଷ୍ୟ ଭୂମିକା
ରଅଛି ।ସାହିତ୍ୟ ସମାଜର ଭବିଷ୍ୟ ନିର୍ମାତା । ପଥଭ୍ରଷ୍ଟ ସମାଜ କୁ ପଥ ପ୍ରଦର୍ଶନ କରାଇବାରେ ସାହିତ୍ୟ ହେଉଛି ଗୁରୁତ୍ଵ ପୂର୍ଣ୍ଣ ବିଷୟ ।

୭-କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି ?

ଉ-: ପ୍ରତ୍ୟେକ ସାହିତ୍ୟିକ ହେଉଛନ୍ତି ଜଣେ ଜଣେ ସ୍ରଷ୍ଟା । ଏବଂ ସ୍ରଷ୍ଟା ଙ୍କ ସୃଷ୍ଟିହିଁ ସୁନ୍ଦର । ତଥାପି -ପ୍ରତିଭା ରାୟ, ଗଙ୍ଗାଧର ମେହେର, ରାଧାନାଥ ରାୟ ,ଫକୀର ମୋହନ ସେନାପତି , ଆଦି କବି କବୟିତ୍ରୀ ଙ୍କ ଲେଖା ମୋତେ ବହୁତ୍ ଭଲ ଲାଗେ ।

୮-ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ସାହିତ୍ୟର ସ୍ଥିତି କିପରି?

ଉ-: ବର୍ତ୍ତମାନ ର ଯୁବ ପୀଢ଼ି ସାହିତ୍ୟ ପ୍ରତି ବିମୁଖ ପ୍ରକାଶ କରୁଛନ୍ତି । ଅର୍ଥ ଲାଳସା ପ୍ରାୟ ସଭିଙ୍କ ମନରେ ବସା ବାନ୍ଧିଛି ।
କେତେକ ସାହିତ୍ୟ ଅନୁଷ୍ଠାନ ଆଜୀବନ ସଦସ୍ୟ ହେବାପାଇଁ ବାଧ୍ୟ କରୁଛି ତ ଆଉ କିଏ ଅନ୍ଲାଇନ୍ ସାର୍ଟିଫିକେଟ ଦେଇ ଗ୍ରୁପ୍ ର ମେମ୍ବର୍ ସଂଖ୍ୟା ବଢ଼ାଉଛି । ଏମିତିରେ ସାହିତ୍ୟ ର ତ ସମ୍ମାନ ବଢୁନି ବରଂ ମର୍ଯ୍ୟାଦା ହାନି ଘଟୁଛି । ଏଥି ପ୍ରତି ଯୁବ ସମାଜ ସଚେତନ ହେବା ନିତାନ୍ତ ଆବଶ୍ୟକ ।

୯-ଓଡ଼ିଆ ସାହିତ୍ୟକୁ ନେଇ ଆପଣ କଣ ସ୍ବପ୍ନ ଦେଖନ୍ତି?

ଉ-:ଓଡ଼ିଆ ସାହିତ୍ୟ ମାଧ୍ୟମରେ ସମାଜ ସଚେତନତା ହିଁ ମୋର ମୂଳ ଲକ୍ଷ୍ୟ । ସମାଜରୁ କୁ ସଂସ୍କାର ଦୂର କରିବା । ଲେଖା ଜରିଆରେ ସ୍ଵେଚ୍ଛାଚାରି ଶାସନ ର ମୁଲତ୍ପାଟନ କରିବା ମୋର ଉଦ୍ଦେଶ୍ୟ । ସାହିତ୍ୟ କେବଳ ଅର୍ଥକାରୀ ନୁହେଁ ବରଂ ସମାଜ ହିତ କାରୀ , ଜନ କଲ୍ୟାଣ କାରୀ । ସାମାଜିକ ସମସ୍ୟାର ସମାଧାନ ସାହିତ୍ୟ ମାଧ୍ୟମରେ ସମ୍ଭବ ଅଟେ । ବିଶ୍ଵ ଦରବାର ଓଡ଼ିଆ ସାହିତ୍ୟକୁ ଅଦ୍ୱିତୀୟ ଭାଷା ରୂପେ ମୁଁ ଦେଖିବାକୁ ଚାହେଁ । ଓଡ଼ିଆ ଭାଷା ଦିନେ ସର୍ବଜନାଦୃତ ହେବ ବୋଲି ମୋର ଆଶା ଓ ବିଶ୍ୱାସ ।

୧୦- ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କଣ କହିବେ ?

ଉ-: ମୁଁ ଜଣେ ଲେଖିକା ଏବଂ ଗାୟିକା ତଥା ଶିକ୍ଷୟତ୍ରୀ । ସଙ୍ଗୀତ କୁ ମୁଁ ବହୁତ୍ ଭଲପାଏ , ଯେହେତୁ ମୁଁ ଗୋଟିଏ କଳା କାର ପରିବାରରୁ ଆସିଛି । ମୋ ‘ ବାପା ଜଣେ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ଥିଲେ । ଏବଂ ଦୁଇ ଭାଇ ମଧ୍ୟ ଜଣେ ଜଣେ ଗାୟକ । ତଥାପି ଲେଖିବା ମୋର ନିଶା । ଯଦିଓ ପ୍ରବନ୍ଧ , ଗଳ୍ପ ଲେଖେ , ତଥାପି କବିତା ଲେଖିବାକୁ ମୁଁ ଅଧିକ ପସନ୍ଦ କରେ ।ମୁଁ ଅଧିକା ପଢେ ଏବଂ କମ୍ ଲେଖେ । ଅନ୍ୟର ବଳିଷ୍ଠ ଲେଖା କୁ ପଢିବା ଦ୍ଵାରା ହିଁ ନିଜ ଭିତରେ ଥିବା ଶବ୍ଦ ଶକ୍ତିର ଉନ୍ନତି ହୋଇ ଥାଏ ବୋଲି ମୋର ଧାରଣା । ଏବଂ ନିଜ ତ୍ରୁଟି ବି ସଂଶୋଧିତ ହୋଇପାରେ । ୟା ଛଡ଼ା ଭଲ ଭଲ ଶିକ୍ଷଣୀୟ ପୁସ୍ତକ ପଢିବା ମୋର ନିତିଦିନିଆ ଅଭ୍ୟାସ । କହିବାକୁ ଗଲେ ମୁଁ ଗୋଟିଏ ପୁସ୍ତକ କୀଟ ।

୧୧-ସୁର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତ୍ତା _

ବଣ ମଲ୍ଲି କୁ ନେଇ ଯେ ବିଶ୍ଵ ଦରବାରରେ ମୁକୁଟ ପିନ୍ଧାଏ ସେ ହେଉଛି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ । କୋଣ ଅନୁକୋଣ ର ଲୁପ୍ତ ପ୍ରତିଭାକୁ ସାଉଁଟି ଆଣି ଯେ ଦେଇଥାଏ ଅନେକ ସମ୍ମାନ ଓ ସଫଳତା । ବିଶେଷ ଭାବରେ ଯୁବପିଢି ଙ୍କ ପାଇଁ ଏହି ପ୍ରତିଷ୍ଠାନ ଅନବରତ କାର୍ଯ୍ୟ ରତ । ନିଃସ୍ୱାର୍ଥପର ଭାବରେ ସାହିତ୍ୟ ପାଇଁ ଏହି ଅନୁଷ୍ଠାନର କର୍ମୀ ମାନେ ଚିର ବ୍ରତୀ ।
ବିଶେଷ ଭାବରେ ମୁଁ ମୋନୋଜ ପଣ୍ଡା ଭାଇ ଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଛି । ଯିଏ ମୋତେ ଏହି ଅନୁଷ୍ଠାନକୁ ଆଣିଛନ୍ତି । ଏବଂ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବାର ସୁଯୋଗ ଦେଇଛନ୍ତି ।
ଏହି ପ୍ରତିଷ୍ଠାନ ର କର୍ମ କର୍ତ୍ତାଙ୍କୁ ମୋର ଅଜସ୍ର ସମ୍ମାନ ଏବଂ ଭଲ ପାଇବା । ମୁଁ ଏହାର ଉତ୍ତରୋତ୍ତର କାମନା କରୁଛି ।

Loading

65 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଏଥର ଭେଟନ୍ତୁ ବଲାଙ୍ଗୀର ଜିଲ୍ଲାର ବହୁ ଚର୍ଚ୍ଚିତ କବୟିତ୍ରୀ ଶ୍ରୀମତୀ ଚୁମ୍କି ଦାଶ (ମିଶ୍ର) ଙ୍କୁ

  1. ଚୁମକୀ ଦାଶ ମିଶ୍ର/ବଲାଙ୍ଗିର, ସାହିତ୍ୟାକାଶର ଜଣେ ଉଜ୍ଜ୍ବଳ ନକ୍ଷତ୍ର। ତାଙ୍କର କବିତା ଗୁଡ଼ିକ ମନକୁ ଛୁଇଁ ଯାଏ। ଭଗବାନ ତାଙ୍କର ଲେଖନୀ କୁ ଆହୁରି
    ସୁଦୃଢ଼ କରନ୍ତୁ।

  2. ଚୁମ୍କୀ ଦାଶ ଜଣେ ସାହିତ୍ୟକୁ ଭଲ ପାଉଥିବା ଯୁବ ପ୍ରତିଭା।ତାଙ୍କ କବିତା ମୁଁ ପଢି ଖୁସି ହୋଇଥାଏ,ଏମିତିକି କେତୋଟି କବିତା ଖବରକାଗଜରେ ପ୍ରକାଶିତ କରିଛି।ତାଙ୍କ ଚିନ୍ତା ଚେତନା ମାର୍ଜିତ।ମୋତେ ସେ ବହୁତ ସମ୍ମାନ କରନ୍ତି।ତାଙ୍କ ଟିପ୍ପଣୀ ପଢି ତାଙ୍କ ବିଷୟରେ ଅନେକ କଥା ଜାଣିଲି।ତାଙ୍କ ବଚନକୁ ବିଚାରଶୀଳ ମତରେ କାର୍ଯ୍ୟକାରୀ କରିବା ଆବଶ୍ୟକ।ତାଙ୍କ ସାହିତ୍ୟ ଜୀବନ ଯାତ୍ରା ଦୀର୍ଘଗାମୀ ଓ ଦ୍ରୁତଗାମୀ ହେଉ।
    ନାରାୟଣ ଚନ୍ଦ୍ର ସେନାପତି, ସମ୍ପାଦକ,ସୁନ୍ଦର ମୋ ଭାଷା ସାହିତ୍ୟ, ଜମ୍ଭରା,କେନ୍ଦୁଝର

  3. ମୋ ମତରେ ଯେଉଁ ୧୦ ଜଣ ଙ୍କୁ ଆଗକୁ ନେବାକୁ ଅନୁରୋଧ କରିବି ସେମାନେ ହେଲେ

    1- ଚୁମକୀ ଦାଶ/ମିଶ୍ର, ବଲାଙ୍ଗୀର- ସେ ଜଣେ ଗୃହିଣୀ ସାଂସାରିକ ଜଞ୍ଜାଳ ଭିତରେ ଘାଣ୍ଟି ଚକଟି ହୁଅନ୍ତି ହେଲେ କଣ ହେବ ମନରେ ଯେଉଁ ସାହିତ୍ୟ ପାଇଁ ପ୍ରେମ ରହିଛି ତାହା ଅନନ୍ୟ ଏବଂ ପ୍ରସଂଶା ଯୋଗ୍ୟ।

    2- ଡା. କାର୍ତ୍ତିକେଶ୍ୱର ଜେନା, ଗଂଜାମ – ପେଷାରେ ଡାକ୍ତର ସେ ତାଙ୍କର ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା ର ସହିତ ତୁଲାଉଛନ୍ତି ଏବଂ ତାହାରି ମଧ୍ୟରେ ଟିକିଏ ଫୁରସତ ମିଳିଗଲା ତ ସେ ଗାରା ଗାରୀ କରି ଦିଅନ୍ତି ନିଜ ମନରେ ଏବଂ ହସ୍ପିଟାଲରୁ ଘରକୁ ଫେରିବା ପରେ ଫସବୂକ ରେ ଲେଖିକରି ଛାଡି ଦିଅନ୍ତି, ବେଶି ଖୁସି ଲାଗେ କି ସେ ସମସ୍ତଙ୍କୁ ସମୟ ବାହାର କରି ପଢୁଛନ୍ତି।।

    3- ଶିବାନନ୍ଦ ବାରିକ,ଗଂଜାମ- ସେ ତ ଖଣ୍ଡିଏ ହୀରା ତାଙ୍କ ବିଷୟରେ ଯେତେ ଯାହାବି କହିଲେ କମ ପଡିବ । ସେ ଏକାଧାରରେ ଜଣେ କବି, ଉପସ୍ଥାପକ ତଥା ସୁଦକ୍ଷ ଶବ୍ଦ ମାନଙ୍କ ଅଫିସର।

    4- ପ୍ରେମଲତା ସାହୁ- ଆଜିର ସମାଜରେ ସମସ୍ତଙ୍କ ମୁହଁରୁ ହସ ଲିଭି ଆସୁଥିବା ବେଳେ ସେ ନିଜ ବ୍ୟଙ୍ଗ କବିତା ମାଧ୍ୟମରେ ସମସ୍ତଙ୍କୁ ଆପ୍ୟାୟିତ କରି ପାରନ୍ତି। ମୁଁ ତାଙ୍କ ଲେଖା ପଢେ ଖୁବ ଭଲ ଲାଗେ ତାଙ୍କୁ ସୁଯୋଗ ଦିଆଗଲେ ସେ ନିଶ୍ଚୟ ଖୁବ ଭଲ କରିବେ ଆଗକୁ ମୋର ଆଶା।

    5- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଜଗତସିଂହପୁର- କୁନି ମନ ହେଲେ ବୃହତ ସମ୍ଭାବନା ତାଙ୍କ ମନରେ ରହିଛି । କେତେ ଉନ୍ନତ ମାନର ଲେଖା ତାଙ୍କର ଓଃ ମୋତେ ତ ବେଳେ ବେଳେ ଲାଗେ ମା ଶାରଳାଙ୍କ ଆଶୀର୍ବାଦ direct ତାଙ୍କ ସହିତ ଅଛି।
    ସାନ ଭଉଣୀ କୁ ଢେର ଶୁଭେଚ୍ଛା।

    6- କାହ୍ନୁ ଚରଣ ସାହୁ- ମୁଁ ତାଙ୍କ ପ୍ରୋଫାଇଲ ରେ ଯାଇ କିଛି ଦିନ ହେବ ପଢୁଛି ତାଙ୍କ ଲେଖା ଆଉ ସେ ବି ଜଣେ ସମ୍ପାଦକ । ଅବଶ୍ୟ କେଉଁ ପତ୍ରିକା ଜାଣିନି । ଛୋଟ ପିଲା ଟିଏ କେତେ କଷ୍ଟ ସହୁଥିବେ ସେ ଏ ସଂସ୍ଥା କୁ ଚଳାଇବା ପାଇଁ ମୁଁ ବୁଝିପାରୁଛି। କାହ୍ନୁ ଭାଇଙ୍କୁ ଜଣେ ସମ୍ପାଦକ ଭାବେ ଆଗକୁ ନେବାକୁ ମୁଁ ଅନୁରୋଧ କରୁଛି।।

    7- ସଞ୍ଜିତା ଦ୍ୱିବେଦୀ, ଅନୁଗୁଳ- ପାରିବାରିକ ଆର୍ଥିକ ଅନଟନ କୁ ଦୂର କରିବା ପାଇଁ ସ୍ୱ ଖର୍ଚ୍ଚରେ ଆଇନ ପାଠ ପଢିବା ଆଉ ଦୁଇ ଦୁଇ ଖଣ୍ଡ ପୁସ୍ତକ ରଚନା କରିବା କମ କଥା ନୁହେଁ । ମୁଁ ଶୁଣିଥିଲି ସେ କୋଭିଡ ରେ ଆକ୍ରାନ୍ତ ଥିଲେ ଏବେ ସୁସ୍ଥ ହୋଇଯାଇଥିବେ ନିଶ୍ଚିତ।।

    8- ରାଧାରାଣୀ ସରକାର, ନବରଙ୍ଗପୁର– ହଁ ମୁଁ ସେଦିନ live ଦେଖୁଥିଲି କେମିତି ଅତି ସରଳ ଆଉ ପ୍ରାଞ୍ଜଳ ଭାବେ ତିନି ତିନିଟା ପୁସ୍ତକ ର ସମୀକ୍ଷା କରୁଥାନ୍ତି । ତାଙ୍କୁ ଆଗକୁ ନିଆଯାଉ।

    9- ସୌମ୍ୟାଶ୍ରୀ ନାୟକ- ନବରଙ୍ଗପୁର ର ଝିଅ , ବହୁତ ସୁନ୍ଦର ଭାବରେ ଲେଖା ଲେଖି କରନ୍ତି ଦୁଇ ଦୁଇ ଥର live ରେ ଶୁଣିଚି ତାଙ୍କୁ ବେସ ଭଲ ଲାଗିଲା ତାଙ୍କୁ ଆଗକୁ ନିଆଯାଉ।

    10-ଅଂଶୁମାନ ସାହୁ- ତାଙ୍କ କବିତା #ଖଣ୍ଡିକାଶ ପଢିବା ପରେ ତାଙ୍କ ପ୍ରତିଭା ସମ୍ପର୍କରେ ଜାଣିବା ପାଇଁ ବେସ ଇଚ୍ଛା ହୋଇଥିଲା ମୁଁ ତାଙ୍କ ପ୍ରୋଫାଇଲ ରେ ଚେକ କରି ଦେଖୁଥିଲି ବହୁତ ସୁନ୍ଦର ସୁନ୍ଦର ଗଳ୍ପ ଲେଖନ୍ତି ବୋଲି। ଆଉ କଥା ନବପ୍ରତିଭା ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ବୋଲି ଜାଣି ବେସ ଖୁସି ହୋଇଥିଲି।

  4. Great to see your poetic compilation. Congratulations.. Hope you win this competition..

  5. Nice post. I was checking constantly this blog and I am
    impressed! Very useful information particularly the last part
    🙂 I care for such information a lot. I was looking for this particular information for a very
    long time. Thank you and good luck.

  6. କଣ କହିବି ଆପଣଙ୍କ ବିଷୟରେ ଦିଦି ଆପଣଙ୍କର ଲେଖା ଉଚ୍ଚକୋଟିର ଏବଂ ଆପଣଙ୍କର ପ୍ରେରଣା ଓ ସହଯୋଗ ର ହାତରେ ମୁଁ ଆଜି ମଣିଷ ଟିଏ ହୋଇ ପାରିଛି

  7. ଭଉଣୀ ବହୁତ୍ ସୁନ୍ଦର୍ ଲେଖନ୍ତି ସେ ଓଡ଼ିଆ ସାହିତ୍ୟ ଆକାଶ ର ଉଜଳ ତରକା ସେ ଆହୁରି ଆଗକୁ ଆଗକୁ ଯାନ୍ତୁ ମୋର ପ୍ରାର୍ଥନା

  8. ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ଉଜ୍ଜଳ ପ୍ରତିଭା ହେଉଛନ୍ତି ମୋ ସ୍ନେହର ଚୁମ୍କି ଭଉଣୀ l ଏକାଧାରରେ ଜଣେ ସାହିତ୍ୟିକ, କଣ୍ଠଶିଳ୍ପୀ, ପ୍ରକୃତିପ୍ରେମୀ, ସଂଗୀତପ୍ରେମୀ ଏବଂ ଅଧ୍ୟାପନାରେ ରୂଚି ରଖୁଥିବା ଜଣେ ଉଚ୍ଚାଭିଳାଷୀ ମହିଳା l ଭାଷାଜ୍ଞାନରେ ତାଙ୍କର ଅଗାଧ ପାଣ୍ଡିତ୍ୟ l ସମୟର ପ୍ରତିକୂଳ ପରିସ୍ଥିତିର ଶିକାର ହୋଇ, ସୁଯୋଗ ଅଭାବ ସତ୍ୱେ ପରିପାର୍ଶ୍ଵିକ ପରିସ୍ଥିତିକୁ ସାମ୍ନାକରି ନିଜର ସାହିତ୍ୟ ସାଧନା କେବେବି ଅବହେଳା କରିନାହାନ୍ତି ଏବଂ ନିଜର ଲକ୍ଷ୍ୟପଥରେ ଆଗେଇ ଚାଲିଛନ୍ତି ଜଣେ ଯୋଦ୍ଧାଭଳି l ଭଗବାନ ମୋ ଭଉଣୀ ଚୁମ୍କିଙ୍କୁ ଆହୁରି ଆଗକୁ ନିଅନ୍ତୁ ଏହାହିଁ କାମନା l

  9. A most divine poem, loving and caring words. I have enjoyed this poem very much. God’s Blessings be upon thee. Thank you for sharing this divine piece.

  10. ସୂର୍ଯ୍ୟୋଦୟ ନବ ସମ୍ଭାବନା ଆକାଶରେ ଆପଣ ଜଣେ ଉଜ୍ବଳ ନକ୍ଷତ୍ର। ଆପଣଙ୍କର ପ୍ରତିଭା ଆଲୋକରେ ସାହିତ୍ୟ ଜଗତକୁ ସର୍ବଦା ଆଲୋକିତ କରନ୍ତୁ।ଆପଣ ସଫଳତାର ଶୀର୍ଷରେ ପହଞ୍ଚନ୍ତୁ ଏତିକି କାମନା ।ଜୟ ଜଗନ୍ନାଥ

  11. Chumki Dash is an efficient Composer of Odia Poems . I Appreciate her Poems . She is fit for this Award

  12. ସୂର୍ଯ୍ୟୋଦୟ ନବ ସମ୍ଭାବନା ଆକାଶରେ ଆପଣ ଜଣେ ଉଜ୍ବଳ ନକ୍ଷତ୍ର। ଆପଣଙ୍କ କବିତାର ଆଲୋକ ସର୍ବଦା କାବ୍ୟ ଜଗତକୁ ଆଲୋକ ପ୍ରଦାନ କରୁ ।ଆପଣ ସଫଳତାର ଶୀର୍ଷରେ ପହଞ୍ଚନ୍ତୁ ।

  13. ଲେଖା ବହୂତ ଉଚ୍ଚ କୋଟିର ହୋଇଛି ଏମିତି ସୁଂଦର ଲେଖା ଲେଖି ଚାଲିଥାଉ ମାଁ ସରସ୍ୱତୀ କନ୍ଠରେ ବିରାଜମାନ କରିଥାଆନ୍ତୁ। କନ୍ଠଶିଳ୍ପି ହୋଇଥିବାରୁ ଆହୁରି ଖୁସି ଲାଗୁଛି।

  14. You are excellent poetic soul, your vocabularies you stuff like a beads of rosary,it’s my honour to read your writings. You write from your heart and soul , congratulations.

  15. I am truly glad to glance at this web site posts which includes
    tons of valuable information, thanks for providing these kinds of
    statistics.

  16. AWESOME……. STUPENDOFANTABULOUS…….
    PERFORMANCE…….
    CHAMAKTE HUE SITARE KO…….
    CHAMAKNE SE KON ROK SAKATA HAI…….
    USKI SOCH AGAR AASMAAN HAI…….
    USE LIKHNE SE KON ROK SAKATA HAI……..
    CONGRATULATIONS
    AND BEST OF LUCK SIS…….
    FOR YOUR BRIGHT FUTURE…….

  17. Bahut chamatkaar pratibha. Mu nischaya aagami stara re apananku dekhibaku chahinbi. Namaskar o asesh asesh dhanyabaad apananku.

  18. I really like your blog.. very nice colors & theme.
    Did you design this website yourself or did you hire someone to do it for you?
    Plz reply as I’m looking to design my own blog and would like to know where u got this from.
    appreciate it

Leave a Reply

Your email address will not be published. Required fields are marked *