February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ କଥାହେବା କନ୍ଧମାଳ ଜିଲ୍ଲାର ସୁନାଝିଅ ଶ୍ଵେତାଲିନ୍‌ ବେହେରା ଙ୍କ ସହିତ

ନାମ-: ଶ୍ଵେତାଲିନ୍‌ ବେହେରା
ମାତାଙ୍କ ନାମ-: ସନ୍ଧ୍ୟାରାଣୀ ବେହେରା
ପିତାଙ୍କ ନାମ-: ମକୁନ୍ଦ ବେହେରା
ଜନ୍ମମାଟି/ ଠିକଣା-: ଗ୍ରା- ଡାଙ୍ଗୁଲୁ ,ପୋ- କେରେଡ଼ି ,ବ୍ଲକ୍- ଫୁଲବାଣୀ , ଜିଲ୍ଲା- କନ୍ଧମାଳ, ପିନ୍ -୭୬୨୦୨୯
ଶିକ୍ଷାଗତ ଯୋଗ୍ୟତା-: +୨ କଳା ପ୍ରଥମ ବର୍ଷ ଫୁଲବାଣୀ ମହାବିଦ୍ୟାଳୟ

ପ୍ରଶ୍ନ-:୦୧-ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା?

ଉତ୍ତର:- ମୋ ମତରେ ସାହିତ୍ୟର ସଜ୍ଞା ପ୍ରତ୍ୟେକ ଓଡ଼ିଆ ମାନଙ୍କୁ ଓଡ଼ିଆର ପରିଚୟ ପ୍ରଥମେ ଏହି ସାହିତ୍ୟ ହିଁ ପ୍ରଦାନ କରିଥାଏ । ସାହିତ୍ୟ ଏ ସମାଜକୁ ଅହରହ ଆମ ମାତୃଭାଷା ସମ୍ପନ୍ଧରେ ଶିକ୍ଷା ପ୍ରଦାନ କରିଥାଏ। ଆମ ମାତୃଭାଷା ଓଡ଼ିଆ ଦ୍ଵାରା ହିଁ ସାହିତ୍ୟ ର ସୃଷ୍ଟି ହୋଇଛି। ସୂର୍ଯ୍ୟ ଯେମିତି ଆମମାନଙ୍କୁ ଆଲୋକ ବିତରଣ କରି ଅନ୍ଧାରକୁ ଦୂରୀଭୂତ କରିଥାନ୍ତି
ସେହିଭଳି ସାହିତ୍ୟ ଏ ସମାଜକୁ ତାର ସେହି ଅନନ୍ତ, ଅସୀମ ବୁଦ୍ଧି, ଜ୍ଞାନ ବଳରେ ଆଲୋକିତ କରିଥାଏ । ସାହିତ୍ୟ ଶବ୍ଦରେ ଭରି ରହିଛି କେତେ କେତେ ପ୍ରକାରର ଭାବବିହୂଳ ବିଷୟବସ୍ତୁ ଅନାବିଳ କାର୍ଯ କଳାପ, ଶିକ୍ଷା , ସମ୍ମାନ, ଶିଷ୍ଟାଚାର, କେତେ ମହନୀୟ ଗୁଣ ଏମିତି ଅନେକ ପ୍ରକାର ଜିନିଷ ସାହିତ୍ୟ ଶବ୍ଦ ମଧ୍ୟରେ ରହିଛି। ସାହିତ୍ୟ ସାମାଜରେ ସହଜ ହିତ ସାଧନା କରିଥାଏ। ସାହିତ୍ୟର ସଂଜ୍ଞା ତ ଏମିତି ବର୍ଣ୍ଣନା କଲେ ବିଭିନ୍ନପ୍ରକାରର ଅସରନ୍ତି।

ପ୍ରଶ୍ନ-:୦୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢ଼ିଲା? କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ମୁଁ ଷଷ୍ଠଶ୍ରେଣୀରେପଢ଼ୁଥିବାବେଳେ
ଆମ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ବେହେରା ଆସିଥିଲେ ।ପ୍ରଥମେ ମୋତେ କେତୋଟି ଉଦ୍ଧୃତି ଦେଇଥିଲେ ତ ସେଗୁଡ଼ିକ ପଢ଼ିପଢ଼ି ମୁଁ ନିଜେ ନିଜେ କେତୋଟି ଉଦ୍ଧୃତି ଲେଖିବାକୁ ଚେଷ୍ଟାକରିଥିଲି ଓ ଏମିତି କେତୋଟି ଉଦ୍ଧୃତି ଲେଖୁ ଲେଖୁ ମୁଁ ମୋ ବିଷୟରେ ଗୋଟେ କବିତା ଲେଖିଦେଇଥିଲି ତାପରେ ସେହି ଗୁରୁଜନ ଦେଖିଥିଲେ ଏବଂ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସେ ମୋତେ ସାହିତ୍ୟ ପ୍ରତି ରୁଚି ରଖିବାକୁ ପ୍ରେରଣା ଦେଇଥିଲେ। ତାଙ୍କରି ସେହି ବାର୍ତ୍ତା ହିଁ ମୋର ସାହିତ୍ୟ ପ୍ରତି ରୁଚି ବଢ଼େଇବାରେ ସହାୟକ ହୋଇଥିଲା ଓ ସେହି ଦିନଠୁ ମୋର ସାହିତ୍ୟ ପ୍ରତି ରୁଚି ବଢ଼ିଲା।

ପ୍ରଶ୍ନ-:୦୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ଵତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:-ମୁଁ ଯେତେବେଳେ ସୃଜନୀଶୀଳ ରେ ଶିଶୁ ସୁରଭି କାର୍ଯ୍ୟକ୍ରମରେ ଭାଗନେଇ ଜିଲ୍ଲାସ୍ତରରେ ପ୍ରଥମ ହୋଇଥିଲି ତାହାହିଁ ମୋତେ ସାରସ୍ଵତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ପ୍ରଶ୍ନ-:୦୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା? ଏବଂ କାହିଁକି?

ଉତ୍ତର:- ମୁ କବିତା ଲେଖିବା ପାଇଁ ଅଧିକ ପସନ୍ଦ କରିଥାଏ। କାରଣ ମନରେ ଯଦି କେତୋଳେ ଦୁଃଖ, ସୁଖ କିମ୍ବା ଯାହା କିଛି ବି ଆସିଥାଏ ସେତେବେଳେ ମୁଁ ଭାବନା ରାଇଜରେ ଫସିଯାଇଥାଏ ତ ସେତେବେଳେ କିଛି ଭାବନାକୁ ବି ମୁଁ ଗୀତ ଭଳି ଗାଇ ଗୁଣୁଗୁଣଉଥାଏ ସେତେବେଳେ ସେ ଜିନିଷକୁ କାଗଜ କଲମ ଧରି ଲେଖିଲେ ତାହା କବିତା ଆକାରର ହୋଇଯାଇ ଥାଏ ତେଣୁ ମୁଁ କବିତା ଲେଖିବାକୁ ଅଧିକ ପସନ୍ଦ କରେ ।

ପ୍ରଶ୍ନ-:୦୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର-: ମୋ ମାଟି ର ନାଆ କୋଉ ପଥିରେ ପଛକେ ନଥାଉ କିନ୍ତୁ ମୋ ହୃଦୟରେ ମୋ ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ଥିବ କାରଣ ମୋ ମାଟିରେ ଯେଉଁ ଗଛପତ୍ର, ପାଣିପବନ, ଭାଇଚାର, ପୂଜାପର୍ବ, ଦେବା ଦେବୀ, ସ୍ନେହ ସମ୍ମାନ,ବନପାହାଡ଼, ଚାଳ ଛପର ଘରଦ୍ଵାର ରହିଛି ତାହା ତ କୋଉ ସୁନାମଧନ୍ୟ ଗାଁଠୁ ବି କମ୍ ନୁହଁ। ମୋ ଜନ୍ମମାଟିର ଏହି ସବୁ ଗୁଣ ପାଇଁ ମୁଁ ଆଜି ଗର୍ବିତ। ଆଜିବି ମୋ ଜନ୍ମମାଟିରେ ରହିଛି ପୁରାତନ ଯୁଗର ଖୁବ୍ ଶୀକ୍ଷଣୀୟ ପ୍ରଥା ।ଏବଂ ଆମ ଗାଁ ପ୍ରାୟ ଆଦିବାସୀ ଅଞ୍ଚଳରେ ଭରପୂର୍ଣ୍ଣ ତ ସେମାନଙ୍କ ମଧ୍ୟରେ ଥିବା ସେହି ପୁରାତନ ଯୁଗର ଅନ୍ଧବିଶ୍ୱାସକୁ ସେହି ଆଦିବାସୀ ଲୋକମାନେ ବହୁ ପରିମାଣରେ ତା ‘ ଠାରୁ ଦୁରେଇ ଯାଇଛନ୍ତି ତେଣୁ ମୁଁ ମୋ ଜନ୍ମମାଟି ଡାଙ୍ଗୁଲୁର ଏହି ସବୁ ଗୁଣ ଗାରିମା ପାଇଁ ଗର୍ବିତ । ମୁଁ ସଦାସର୍ବଦା ଚାହେଁ ଏହି ମାଟିରେ ଜନ୍ମ ହୋଇଛି ଓ ଏହି ମାଟିରେ ହିଁ “ମାଟିର ଘଟ ମାଟିରେ ମିଶିଗଲା” ଭଳି ଲୀନ ହେବାପାଇଁ । ମୋ ଗାଁ, ମୋ ମାଆ ମୋ ଜନ୍ମମାଟିକୁ ମୋର ମଥାଲୋଟା🙏।

ପ୍ରଶ୍ନ-:୦୭ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଜଣେ ଛୁଆଟେ ପାଇଁ ଯେମିତି ତା ମାଆର, ବାପାଙ୍କର,ପରିବାରର, ସମାଜର, ଦେଶର ସ୍ନେହ ମମତା ଦରକାର। ସେହିଭଳି ସୁସ୍ଥ ସମାଜ ଗଠନ କରିବାରେ ସାହିତ୍ୟ ନିତାନ୍ତ ଆବଶ୍ୟକ ।

ପ୍ରଶ୍ନ-:୦୭ କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି ?

ଉତ୍ତର:-ଏହାର ଉତ୍ତର ମୋ ପକ୍ଷେ ଟିକେ କଷ୍ଟ କାରଣ ମୁଁ ଯାହାର ଯେଉଁ କିଛିବି ଲେଖା ପଢ଼େ ଯେଉଁ ଲେଖାଟା ମୋର ପସନ୍ଦ ଲାଗେ ସେହି ସ୍ରଷ୍ଟାଙ୍କୁ ମୋତେ ଭଲ ଲାଗେ। ତ ଆଜି ପର୍ଯ୍ୟନ୍ତ ମୁଁ ଯେତେ ବି ଲେଖା ପଢ଼ିଛି ଓ ଯେତେ ଜଣଙ୍କୁ ଭଲ ଲାଗିଛି ସେମାନଙ୍କର ବୀବରଣୀ ଦେଲେ ତ ସରିବ ନାହିଁ। ମୋତେ ଯାହାର ଲେଖାରେ ସରଳ ଶବ୍ଦ ସଂଯୋଜନା ଓ ଅନେକ କିଛି ଶିକ୍ଷା ଥାଏ ସେହି ସାହିତ୍ୟିକ ସାଧକଙ୍କୁ ଭଲ ଲାଗେ।

ପ୍ରଶ୍ନ-:୦୮ ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ସାହିତ୍ୟର ସ୍ଥିତି କିପରି?

ଉତ୍ତର:- ବହୁ ଓଡ଼ିଆ ଲୋକ ନିଜ ଭାଷାକୁ ଛାଡ଼ି ଅନ୍ୟ ଭାଷାକୁ ବେଶ୍ ଆପଣେଇଥାନ୍ତି ତ ଯାହା ଦ୍ଵାରା କି ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ସ୍ଥିତି ଅତି ଜଟିଳ ହୋଇଥାଏ ।

ପ୍ରଶ୍ନ-:୦୯ ଓଡ଼ିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ୱପ୍ନ ଦେଖନ୍ତି ?

ଉତ୍ତର:- ଓଡ଼ିଆ ସାହିତ୍ୟ ଜଗତରେ ମୁଁ ସଦା ସର୍ବଦା ମୋ ଲେଖା ମାଧ୍ଯମରେ ଶିକ୍ଷା ଦେବା ସହ ଓଡ଼ିଆ ସାହିତ୍ୟ ଜଗତର ଉନ୍ନତି ତଥା ପ୍ରାୟ ସ୍ଥାନର ସାହିତ୍ୟ ପ୍ରତି ରୁଚି ରଖୁଥିବା ଭାଇ ଭଉଣୀ ମାନଙ୍କୁ ସାହିତ୍ୟ ଜଗତରେ ସଦା ସ୍ଥାନ ଦେବାକୁ ଚେଷ୍ଟା କରିବି।

ପ୍ରଶ୍ନ-:୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ଉତ୍ତର:- ମୁଁ ତ ଏ ସାହିତ୍ୟ ଜଗତରେ ନୂତନ କରି ପାଦ ଥାପିଛି ତ ମୁଁ ନିଜକୁ ଜଣେ କବି ମନେକରି କବିତା ଲେଖୁନାହିଁ ମୁଁ ଜଣେ ପାଠିକା ହିସାବରେ କବିତା ଲେଖୁଛି ବୋଲି ଭାବେ । ତ ମୋର ଆଗକୁ ବହୁତ ଲମ୍ବାପଥ ପଡ଼ିଛି ତ ମୁଁ ସବୁ ଗୁରୁଜନ ତଥା ଗୁରୁମା ଲେଖକ ଲେଖିକାଙ୍କ ଠାରୁ ଶିଖି ଓ ସ୍ନେହ, ସମ୍ମାନ ପ୍ରଦର୍ଶନ କରି ଏ ସମାଜରେ ମୋ ଲେଖାର ମହତ୍ୱ ରଖିବାକୁ ଚାହେଁ। ଏମିତି ପ୍ରୟାସ କରି ଏ ଓଡ଼ିଆ ସାହିତ୍ୟ ଜଗତର ଉନ୍ନତି ।ସାହିତ୍ୟ ମାଧ୍ୟମରେ ସମାଜକୁ ଶିକ୍ଷା ଦେବାକୁ ଚେଷ୍ଟା କରିବି ଓ ଆପଣମାନେ ବି ଚେଷ୍ଟା କରିବେ ବୋଲି ଆଶା । ବର୍ତ୍ତମାନର ସାହିତ୍ୟସେବା ତ ମୋର ସମୁଦ୍ର ମୁହାଣର ଗୋଟିଏ କଣିକା ବାଲି ମଧ୍ୟ ନୁହଁ ତ ମୁଁ ସଦାସର୍ବଦା ଚେଷ୍ଟିତ ସାହିତ୍ୟ ସେବାରେ ବ୍ରତୀ ହେବାକୁ।

ସୂର୍ଯ୍ୟଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନକୁ ବାର୍ତ୍ତା:- 🙏ସୂର୍ଯ୍ୟାଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଉନ୍ନତି ବିଶ୍ଵ ଦରବାରରେ ସ୍ଥାନ ନିରୂପଣ କରୁ କାରଣ ମୁଁ ଏହି ପ୍ରତିଷ୍ଠାନକୁ ଅନୁଷ୍ଠାନ ନୁହେଁ ମୋ ପରିବାର ବୋଲି ଭାବୁଛି ତ ଏହି ପରିବାର ଉନ୍ନତି ହେଲେ ମୋତେ ଖୁସି ଲାଗିବ । ଏହି ପରିବାରର ସମସ୍ତ ସଦସ୍ୟଙ୍କୁ ମୋର 🙏
ଏହି ପରିବାର ର ଉନ୍ନତି ପାଇଁ ଲେଖକ/ଲେଖିକା ମାନଙ୍କର ଉନ୍ନତି ହେଉ ଜଗତର ନାଥ କାଳିଆ ସାଆନ୍ତ ଙ୍କ ନିକଟରେ ପ୍ରାର୍ଥନା ।
ଜୟ ଜଗନ୍ନାଥ🙏🙏🙏🙏🙏🙏🙏

 2,077 total views,  1 views today

9 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ କଥାହେବା କନ୍ଧମାଳ ଜିଲ୍ଲାର ସୁନାଝିଅ ଶ୍ଵେତାଲିନ୍‌ ବେହେରା ଙ୍କ ସହିତ

  1. Hii sweta. I’m feeling very happy today after see that you’re become the rising star ⭐⭐ of Kandhamal.I’m very well known how much effort you give to achieve this.But this is not the end, you have to go a long way. So keep writing ✍️✍️ and keep smiling

  2. ଏତେ କମ୍ ବୟସରୁ ସାହିତ୍ୟକୁ ଏତେ ସୁନ୍ଦର ଭାବରେ ବୁଝି ତାକୁ ଏତେ ସୁନ୍ଦର ଶଦ୍ଦରେ ଖଞ୍ଜି କେବେ କବିତା, ଗଳ୍ପ, ଏକାଙ୍କିକା,ନାଟକ ରେ ପରିଣତ କରି ଏ ସମାଜ ଆଗରେ ପ୍ରକାଶିତ କରିଥିବାରୁ ମୁଁ ବହୁତ ଖୁସି ଭଗବାନ କରନ୍ତୁ ତୁମର ଏ ଲମ୍ବା ଜୀବନ ପଥରେ ତୁମ ଅନେକ କିଛି ଲେଖ

    1. Sister tama kabita mate bahut Bhala lage au aasa karuchi anya mananku bi bhala laguthhiba . Aagaku bi amiti lekhichala au nija janma mati ra teka rakha gurujana nka aasirbad sabubele Tama pakhare achhi .God bless you ..

  3. ଭଉଣୀ…
    ତୁମ କବିତାର ମାଧୁର୍ଯ୍ୟ ଖୁବ୍ ଚିତ୍ତାକର୍ଷକ l ଏମିତି ଲେଖା ଲେଖି କରି ବଡ଼ କବୟିତ୍ରୀ ଭାବରେ
    ଭବିଷ୍ୟତରେ ତୁମେ କନ୍ଧମାଳ ଜିଲ୍ଲାର ନାମକୁ ଟେକ ରଖିବ ଏହା ମୋର ଆଶା l

  4. ଏତେ ଛୋଟ ବେଳୁ ସାହିତ୍ୟ ପ୍ରତି ଭଲ ପାଇବା ଦେଖି ଭଲ ଲାଗୁଛି ଝିଅ ବୋହୁତ ବୋହୁତ ଶୁଭେଚ୍ଛାଶୁଭକାମନା।

Leave a Reply

Your email address will not be published. Required fields are marked *