April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୂର୍ଯ୍ୟୋଦୟ ନବ ସମ୍ଭାବନା ରେ ଭେଟନ୍ତୁ ବାଲେଶ୍ଵର ଜିଲ୍ଲାର ଯୁବା ପ୍ରାବନ୍ଧିକା ସୁଶ୍ରୀ ପୂର୍ଣ୍ଣିମା ସିଂ ଙ୍କୁ

 

ନାମ – ପୂର୍ଣ୍ଣିମା ସିଂ
ମାତାଙ୍କ ନାମ – ଚ଼ାନ୍ଦ ସିଂ
ପିତାଙ୍କ ନାମ – ପବନା ସିଂ

ଜନ୍ମ ମାଟି/ଠିକଣା – ଗ୍ରାମ- ବିମ୍ବୁରିଆ , ପୋଷ୍ଟ ଅଫିସ- ଧୋବଶିଳା, ବ୍ଲକ- ରେମୁଣା, ଜିଲ୍ଲା- ବାଲେଶ୍ଵର।
ଶିକ୍ଷା ଗତ ଯୋଗ୍ୟତା-ଏମ୍ .ଏ (ଓଡ଼ିଆ ଭାଷା ସାହିତ୍ୟ ବିଭାଗ)

(୧)ଆପଣ ଙ୍କ ମତ ରେ ସାହିତ୍ୟ ର ସଂଜ୍ଞା କ’ଣ?

ଉତ୍ତର – ସାହିତ୍ୟ ହେଉଛି ଏକ ସମୁଦ୍ର , ପରିବର୍ତ୍ତନଶୀଳ ଆଧାର ରେ ସାହିତ୍ୟ ସଦା ସର୍ବଦା ପରିବର୍ତ୍ତିତ।
ସାହିତ୍ୟ ହେଉଛି ଏକ ସାଧନା ର ସିଦ୍ଧି ପ୍ରାପ୍ତ ଯୁକ୍ତ କଳା ଯାହା, ମନୁଷ୍ୟ ମାନଙ୍କ ଦୈନନ୍ଦିନ ଜୀବନୀ ସହିତ ସଂପୂର୍ଣ୍ଣ ସଂଶ୍ଳିଷ୍ଟ ହୋଇ ସମାଜ ରେ ପ୍ରତ୍ୟକ୍ଷ ଅଙ୍ଗ ରୂପେ କାର୍ଯ୍ୟ କରେ।

(୨) କେବେ ଠାରୁ ଆପଣଙ୍କ ର ସାହିତ୍ୟ ପ୍ରତି ରୁଚି ବଢିଲା?

ଉତ୍ତର- ଚତୁର୍ଥ ଶ୍ରେଣୀ ରେ ପଢିବା ସମୟରେ ସାହିତ୍ୟିକ ଭାବନା ମନ ରେ ଜାଗ୍ରତ ହୋଇଥିଲା, ତାହା କୁ ପ୍ରତ୍ୟକ୍ଷ ଅନୁଭବ ସହିତ ମୁଁ ବିଶ୍ଳେଷଣ କରିବାକୁ ଚେଷ୍ଟା କରୁଥିଲି । ମୁଁ ଯାହା କିଛି ଯେଉଁଠି କେଉଁଠି କିଛି ବି ଦେଖୁଥିଲି ସର୍ବ ପ୍ରଥମେ ଘରେ ବାପା ଓ ମା’ ଙ୍କୁ ଜଣାଉଥିଲି, ବାପା ସବୁବେଳେ କହୁଥିଲେ ସେସବୁକୁ ଖାତା ରେ ଲେଖି ରଖିବା ପାଇଁ, ବାପା ମୋର ଅନୁଭବ କୁ ସେତେବେଳେ ବୁଝିପାରୁଥିଲେ , ବୋଧହୁଏ ସେଥିପାଇଁ ସେ ସେସବୁକୁ ଲେଖି ରଖିବା ପାଇଁ କହୁଥିଲେ।ମୁଁ ସେସବୁକୁ ଲେଖି ରଖୁଥିଲି,ତାହା ପରବର୍ତ୍ତୀ ସମୟରେ ମୋର ରୁଚି ରେ ପରିବର୍ତ୍ତନ ହୋଇଥିଲା।

ପ୍ରେରଣା ର ସ୍ରୋତ କହିବାକୁ ଗଲେ ସର୍ବ ପ୍ରଥମେ , ମୋର ପ୍ରେରଣା ର ସ୍ରୋତ ଥିଲେ ମୋ ବାପା ମା’ , ସେମାନେ ସବୁବେଳେ ମୋ ପ୍ରତ୍ୟେକ ଲେଖା ର ପାଠକ,ଓ ଶ୍ରତା ଥିଲେ ଓ ସ୍କୁଲ୍ ବଗିଚା ର ବିଭିନ୍ନ ଫୁଲ ଓ ତା ମଧ୍ୟରେ ଗୁଣୁଗୁଣୁ ଗାନ କରୁଥିବା ଭ୍ରମର ପ୍ରଥମ ସ୍ରୋତ ଥିଲେ। ପରବର୍ତ୍ତୀ ସମୟରେ ସମାଜ, ଅବସ୍ଥା ବ୍ୟବସ୍ଥା ଇତ୍ୟାଦି ପ୍ରେରଣା ର ସ୍ରୋତ ପାଲଟିଲେ।

(୩) ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ଵତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କରିଥିଲା?

ଉତ୍ତର- ସାରସ୍ଵତ ସାଧନା ବୋଧହୁଏ ମା’ ସରସ୍ଵତୀ ଙ୍କ ର କୃପା ରୁ କିଶୋରୀ ଅବସ୍ଥା ରୁ ମୋତେ ପ୍ରାପ୍ତ ହୋଇଛି। ମୁଁ ଏହା କୁ ସ୍ବୀକାର କରେ ,କରଣ ମୁଁ ଏହା ଅନୁଭବ କରେ କି ଛୋଟ ବେଳେ ମୁଁ ବହୁତ ଦୁଷ୍ଟ ଥିଲି ‌।ତା ‘ସହିତ ମୋ ଦେହ ରେ ମେଧାଶକ୍ତି ର ସ୍ଫୁରଣ ଘଟିଥିଲା ଯେତେବେଳେ ଏହି ଦୁଷ୍ଟାମୀ କାରଣ ରୁ ସମସ୍ତେ ମୋ ଠାରୁ ଦୂରେଇ ଯାଉଥଲେ। ଫଳରେ ମୋତେ ଏକୁଟିଆ ରହି ଅନେକ କିଛି ଚିନ୍ତା ମନକୁ ଆସୁଥିଲା।
ସେହି ଚତୁର୍ଥ ଶ୍ରେଣୀ ପଞ୍ଚମ ଶ୍ରେଣୀ ମଧ୍ୟ ରେ,ସେ ସମୟରେ ସବୁବେଳେ ଏକୁଟିଆ ରହିବା ହିଁ ମୋ ଜୀବନର ଗତି ପଥକୁ ପରିବର୍ତ୍ତନ କରିଦେଇଥିଲା।
ଏକୁଟିଆ ରହିବା ସମୟରେ ମୁଁ ଅନେକ କିଛି ବହି ବିଭିନ୍ନ ପ୍ରକାରର ବଜାର ରେ ମିଳୁଥିବା ବହି ସବୁ ସଂଗ୍ରହ କରି ପଢିବାକୁ ଆରମ୍ଭ କରିଥିଲି। ସେଥିପାଇଁ ବାପା ମୋତେ ଅନେକ ବହି ସବୁ ସଂଗ୍ରହ କରି ଆଣି ଦେଉଥିଲେ।
ଓ ସେତେବେଳେ ମୁଁ ନିଜକୁ ବହି ସହିତ ସମ୍ପୁର୍ଣ୍ଣ ସଂଶ୍ଳିଷ୍ଟ କରି ରଖୁଥିଲି। ବହି କୁ ହିଁ ମୁଁ ମୋର ଜୀବନର ସବୁ କିଛି ଭାବୁଥିଲି, ସେହି ବୟସ ରୁ ହିଁ ମୋର ସାରସ୍ଵତ ସାଧନା ଆରମ୍ଭ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

(୪) କେଉଁ କ୍ଷେତ୍ର ରେ ଲେଖିନି ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି? ଗଳ୍ପ ନା କବିତା?

ଉତ୍ତର- ମୁଁ ସବୁ କ୍ଷେତ୍ରରେ ଲେଖନୀ ଚାଳନା ଜାରି ରଖିଛି ଓ ଭଗବାନ ଙ୍କ କୃପା ରୁ ତାହା ଆଗକୁ ଜାରି ରଖିବି ବୋଲି ଇଚ୍ଛା ବି ରଖିଛି।
ଗଳ୍ପ, କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ଓ କିଛି ବିଶେଷ ସାହିତ୍ୟ ଉପରେ ଗବେଷଣା ମଧ୍ୟ ଚାଲିଛି। ବିଶେଷ କରି ମୋତେ ନାଟ୍ୟକାର ଓ ଗାଳ୍ପିକା ରୂପେ ଜାଣନ୍ତି।
ଯାହା କିଛି ବି ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରାଯାଉନା କାହିଁକି, ତାହା ସମାଜ ପ୍ରତି ସଫଳ ଦିଗଦର୍ଶନ ଓ ମହତ୍ ଉଦ୍ଦେଶ୍ୟ ପ୍ରଦାନ କାରି ହେବା ନିତାନ୍ତ ପ୍ରଯୁଜ୍ୟ।

(୫) ନିଜର ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର- ମୁଁ ଯେଉଁଠାରେ ଜନ୍ମ ଗ୍ରହଣ କରିଛି ତାହା କଳା ସଂସ୍କୃତି ର ମାଟି।
ଯେଉଁ ମାଟିରେ ପ୍ରଥମ ଗାଳ୍ପିକ ନାମଧାତା ଫକୀରମୋହନ ସେନାପତି, ରାଧାନାଥ ରାୟ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ହୃଷିକେଶ ପଣ୍ଡା ଓ ଏହି ପରି ଅନେକ ମହାନ୍ ବ୍ୟକ୍ତିତ୍ଵ ଙ୍କ ର ଜନ୍ମ ମାଟି ରେ ମୋର ଜନ୍ମ, ମୁଁ ଆଉ ଅଧିକ କ’ଣ କହିବି ? ନିଜକୁ ମୁଁ ଭାଗ୍ୟବତୀ ବୋଲି ମଣେ ଏହିପରି ମାଟିରେ ଜନ୍ମ ଗ୍ରହଣ କରିଥିବା ରୁ।

(୬) ସୁସ୍ଥ ସମାଜ ଗଠନରେ ସାହିତ୍ୟ ର ଭୂମିକା କୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର- ସୁସ୍ଥ ସମାଜ ଗଠନ ରେ ସାହିତ୍ୟ ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଆମ୍ଭ ମାନଙ୍କ ର ଅନେକ ଭଲ କାର୍ଯ୍ୟ ଶୁଦ୍ଧ ଚିନ୍ତା ଚେତନା ମାନ ଆବଶ୍ୟକ ରହିଛି ସୁସ୍ଥ ସମାଜ ଗଠନ କରିବା ଦିଗରେ ।
ଏତିକି କହିବି – ଯାହା ସବୁ ରଚନା ହେଉଛି ବର୍ତ୍ତମାନ ସାହିତ୍ୟ ଓ ସମାଜ ର ଉନ୍ନତି କ୍ଷେତ୍ରରେ ତାହା ସବୁ ସତ୍ ଦିଗ୍ ଦର୍ଶନ ଭିତ୍ତିକ ଓ ପ୍ରେରଣା ପ୍ରଦାନ , ସ୍ବଚ୍ଛ ଚିନ୍ତା ଚେତନା ଯୁକ୍ତ ହେବା ଆବଶ୍ୟକ ‌। ସାହିତ୍ୟ ଯଦି ସମାଜ ର ଦର୍ପଣ ହୋଇ ମଧ୍ୟ କୌଣସି କାରଣ ରୁ ସାହିତ୍ୟ ର ଧାରା ବାଧାପ୍ରାପ୍ତ ହେଉଥିବ , ତେବେ ତାହା ସୁସ୍ଥ ସମାଜ କେବେ ବି ଗଠନ କରି ପାରିବ ନାହିଁ। ତେଣୁ ଏଥି ପ୍ରତି ଦୃଷ୍ଟି ଦିଆଯିବା ଜରୁରୀ।
ତେଣୁ ସୁସ୍ଥ ସମାଜ ପାଇଁ ନିରପେକ୍ଷତା ଅବଲମ୍ବନ କରିବା ଉଚିତ୍।

(୭) କେଉଁ ସାହିତ୍ୟ କ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର- ମୁଁ ସମସ୍ତ ଲେଖକ, ଲେଖିକା ,ଗବେଷକ , ଗବେଷିକା, ସାହିତ୍ୟକ ମାନଙ୍କୁ ହୃଦୟ ରୁ ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରୁଛି ‌। ସେମାନଙ୍କ ପାଇଁ ସମାଜ ଦିଗ୍ ଦର୍ଶନ ଲାଭ କରୁଛି ।
ସମସ୍ତେ ସାଧକ, ଜ୍ଞାନୀ, ପଣ୍ଡିତ ଓ ସୃଷ୍ଟି ସୃଜନାକାରୀ ଦ୍ବିତୀୟ ବ୍ରହ୍ମା।

(୮) ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସାହିତ୍ୟ ର ସ୍ଥିତି ଓ ପରିସ୍ଥିତି କିପରି?

ଉତ୍ତର- ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଅବସ୍ଥା ସ୍ଥିତି ଅତି ଶୋଚନୀୟ ଓ ସମସ୍ୟା ଯୁକ୍ତ।
ପ୍ରଥମତଃ -ବର୍ତ୍ତମାନ ଯାହା ରଚନା କରାଯାଉଅଛି ତାହା ସମାଲୋଚନା ପରିସର ମଧ୍ୟକୁ ଯାଇପାରୁନାହିଁ ‌।
କାରଣ ରଚନା ଗୁଡ଼ିକ ବ୍ୟଞ୍ଜନା ଧର୍ମୀ ରେ ସୀମିତ ହୋଇ ରହୁଛି।

ଦ୍ବିତୀୟତଃ -ବର୍ତ୍ତମାନ ର ରଚନା ସାପେକ୍ଷ ବିପକ୍ଷରେ ଆଭ୍ୟନ୍ତରୀଣ ମର୍ଯ୍ୟଦା ସ୍ଥାପନ କରି, ନିଜର ସାହିତ୍ୟିକ ଶ୍ରେଷ୍ଠ ନିଷ୍ଠାପର ପଦ ମର୍ଯ୍ୟଦା କ୍ଷୂର୍ଣ୍ଣ କରୁଛି।

ତୃତୀୟତଃ – ବର୍ତ୍ତମାନ ର ସାହିତ୍ୟ ଆଧୁନିକ ଓ ଅତ୍ୟାଧୁନିକ କୁ ଅତ୍ୟଧିକ ଗୁରୁତ୍ଵ ଦେଉଛି ଫଳରେ,ଆଧୁନିକ ଯୁଗର ସାହିତ୍ୟ ହୋଇଯାଇଛି ପ୍ରାଚ୍ୟ ର ସୌଖିନ ଓ ପ୍ରାଶ୍ଚାତ୍ୟ ଉନ୍ମୁଖି ।
ଅନେକ କିଛି ସ୍ଥିତି ସାହିତ୍ୟ କ୍ଷେତ୍ରରେ ପରିବର୍ତ୍ତନ ଘଟି ନୂତନ ସ୍ୱାଦଯୁକ୍ତ ହୋଇଛି , ଫଳରେ ଆଉ ଅଧିକ କ’ଣ କହିବି ସମସ୍ତେ ଅନୁଭବ କରି ପାରୁଥିବେ ବର୍ତ୍ତମାନ ର ସାହିତ୍ୟ ର ସ୍ଥାନ କେଉଁଠି ଓ ତାହାର ସ୍ଥିତ କିପରି।

(୯) ଓଡ଼ିଆ ସାହିତ୍ୟ କୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି?

ଉତ୍ତର- ଓଡ଼ିଆ ଭାଷା ସାହିତ୍ୟ ସଦା ସର୍ବଦା ବିଶ୍ଵସାହିତ୍ୟ ଦରବାରରେ ସ୍ଥାନ ପାଉ , ବିଶ୍ଵ ସମାଲୋଚନା ଦରବାର ପରିସର ଭୁକ୍ତ ହେଉ।
ଓଡ଼ିଆ ଭାଷା ସାହିତ୍ୟ ଅନନ୍ତ ସାଗର ପରି ପୂର୍ଣ୍ଣ ହୋଇରହୁ। ଓ ସଦାସର୍ବଦା ଚଳ ଚଞ୍ଚଳ ଗତି ରେ ଆଗକୁ ବଢ଼ିଚାଲୁ ।

(୧୦) ପାଠକ ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ?

ଉତ୍ତର- ମୁଁ ତୋ ପୂର୍ବରୁ କିଛି ମୋ ବିଷୟରେ କହିଛି । ସେମାନଙ୍କୁ ଏତିକି କହିବି, କିଛି ଲେଖିବା ପୂର୍ବରୁ ରୁ ଅନେକ କିଛି ପଢନ୍ତୁ। ଅନେକ କିଛି ପଢି ଅଳ୍ପ ଲେଖିଲେ ହିଁ ତୁମ ମଧ୍ୟରେ ଥିବା ଜ୍ଞାନ ସମ୍ପୁର୍ଣ୍ଣ ବିସ୍ତୃତ ଭାବରେ ସାହିତ୍ୟ ପରିସର ମଧ୍ୟକୁ ପ୍ରବେଶ କରି ପାରିବ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତ୍ତା କ’ଣ ଦେବାକୁ ଚାହୁଁଛନ୍ତି?

ସାହିତ୍ୟ ପରିବାର ର ସମସ୍ତ ସଦସ୍ୟ ମାନଙ୍କୁ ଏତିକି ବାର୍ତ୍ତା ରହିବ – ଯେଉଁ ପ୍ରୟାସ ଦେଶମାତୃକାର ଓ ଜାତିର ସେବା ନିମନ୍ତେ ହୋଇଛି ଏଥି ନିମନ୍ତେ ତାହାକୁ ସମସ୍ତ ବ୍ୟବସ୍ଥା ଗୁଡିକ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କରି ଆଗକୁ ନେଇ ଯିବା। ଯାହା ଦ୍ଵାରା କି ଆମର , ଆମ ଦେଶ ଓ ସମାଜ ର ଉନ୍ନତି ସାଧନା ଦିଗରେ ସମ୍ପୁର୍ଣ୍ଣ ରୂପେ ସହାୟକ ହୋଇପାରିବ। ।

Loading

One thought on “ସୂର୍ଯ୍ୟୋଦୟ ନବ ସମ୍ଭାବନା ରେ ଭେଟନ୍ତୁ ବାଲେଶ୍ଵର ଜିଲ୍ଲାର ଯୁବା ପ୍ରାବନ୍ଧିକା ସୁଶ୍ରୀ ପୂର୍ଣ୍ଣିମା ସିଂ ଙ୍କୁ

  1. Very satisfied, suitable for low hair volume. It’s better than expected. It’s the same as my hair. My hair is very full. I only found such a good thing now. I’m really satisfied. I recommend it to people around me.

Leave a Reply

Your email address will not be published. Required fields are marked *